ETV Bharat / bharat

Sisodia Resigns: ମନ୍ତ୍ରୀ କୈଳାଶ ଗେହେଲଟ, ଆର.କେ ଆନନ୍ଦଙ୍କୁ ମିଳିବ ଦାୟିତ୍ବ

author img

By

Published : Feb 28, 2023, 11:02 PM IST

ସିସୋଦିଆଙ୍କ ଇସ୍ତଫା ପରେ ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ଗ୍ରହଣ କରିବେ ତାଙ୍କ ଦାୟିତ୍ବ । ସିସୋଦିଆଙ୍କ ଅଧୀନରେ ଥିଲା ଗୁରୁତ୍ବପୂର୍ଣ୍ଣ ୧୮ ଟି ବିଭାଗ । ଆଜି ଅପରାହ୍ନରେ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

After Sisodia resigns: ମନ୍ତ୍ରୀ କୈଳାଶ ଗେହେଲଟ, ଆର.କେ ଆନନ୍ଦ ଗ୍ରହଣ କରିବେ ଦାୟିତ୍ବ

ନୂଆଦିଲ୍ଲୀ: ଗିରଫ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି କେଜ୍ରିଓ୍ବାଲ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଏବେ ତାଙ୍କ ଅଧୀନରେ ଥିବା ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ଅନ୍ୟ ଦୁଇ ବରିଷ୍ଠ ମନ୍ତ୍ରୀକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମନ୍ତ୍ରୀ କୈଳାଶ ଗହଲଟ୍ ଏବଂ ରାଜ କୁମାର ଆନନ୍ଦଙ୍କୁ ମିଳିତ ଭାବେ ଏହି ସବୁ ବିଭାଗ ପ୍ରଦାନ କରାଯିବା ନେଇ ସୂତ୍ରରୁ ସୂଚନା ମିଳିଛି ।

ବଡ କଥା ହେଉଛି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଅଧୀନରେ ଗୁରୁତ୍ବପୂର୍ଣ୍ଣ ୧୮ଟି ବିଭାଗର କାର୍ଯ୍ୟଭାର ରହିଥିଲା । ଏଥିମଧ୍ୟରେ ଦିଲ୍ଲୀର ଚର୍ଚ୍ଚିତ ବିଭାଗ ଅବକାରୀ ଓ ଶିକ୍ଷା ମଧ୍ୟ ରହିଥିଲା । ଏହି ବିଭାଗଗୁଡିକୁ ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ବଣ୍ଟାଯିବ । କେଉଁ ମନ୍ତ୍ରୀଙ୍କୁ ନିର୍ଦ୍ଦିଷ୍ଟ କେତେ ଓ କେଉଁ ବିଭାଗ ମିଳିବ ସେ ନେଇ ଆମ ଆଦମୀ ପାର୍ଟି ପକ୍ଷରୁ କୌଣସି ସୂଚନା ସ୍ପଷ୍ଟ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ :- Delhi Cabinet: କେଜ୍ରିଓ୍ୱାଲ କ୍ୟାବିନେଟରୁ ଇସ୍ତଫା ଦେଲେ ସିସୋଦିଆ, ସତ୍ୟେନ୍ଦ୍ର

ଆଜି ଅପରାହ୍ନରେ କେଜ୍ରିଓ୍ବାଲଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଉଭୟ ଇସ୍ତଫା ଦେବା ପରେ ସେମାନଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗ୍ରହଣ କରିଥିଲେ । ସିସୋଦିଆ ଏବେ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ୫ ଦିନିଆ ରିମାଣ୍ଡରେ ଅଛନ୍ତି । ସେହିପରି ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଦୀର୍ଘ ମାସ ହେବ ଜେଲରେ ରହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସତ୍ୟେନ୍ଦ୍ର ଜୈନ ।

ରବିବାର ଗିରଫ ହୋଇଥିବା ସିସୋଦିଆଙ୍କୁ ଗତକାଲି ୫ ଦିନିଆ ରିମାଣ୍ଡରେ ନେଇଥିବା ସିବିଆଇ । ଆଜି ଏହି ମାମଲାରେ ସିସୋଦିଆଙ୍କୁ ସର୍ବୋଚ୍ଚ କୋର୍ଟରୁ ମଧ୍ୟ ନିରାଶ ହେବାକୁ ପଡିଥିଲା । ସର୍ବୋଚ୍ଚ କୋର୍ଟ ସିବିଆଇ ଦ୍ବାରା ତାଙ୍କ ଗିରଫଦାରୀ ମାମଲାର ଶୁଣାଣି କରିବା ପାଇଁ ମନା କରିବା ସହ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହେବାକୁ କହିଥିଲେ । ଆପ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ନେଇ ସୂଚନା ଦେଇଛି ।

ସୁପ୍ରିମକୋର୍ଟରେ ଶୁଣାଣିର କିଛି ସମୟ ପରେ ଉଭୟ ସିସୋଦିଆ ଓ ଜୈନ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ସିସୋଦିଆଙ୍କ ଅନୁପସ୍ଥିତି ସରକାର ଚାଲିବା ଉପରେ ବାଧା ସୃଷ୍ଟି କରିବା ନେଇ ଆଲୋଚନା ହେଉଥବା ବେଳେ ସେ ଆଜି ଇସ୍ତଫା ଦେଇଛନ୍ତି । ସଂଧ୍ୟାରେ ଅନ୍ୟ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ମଧ୍ୟ ଦଳ ବିଭାଗ ପ୍ରଦାନ କରିବା ପାଇଁ ଚୟନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.