ଲକ୍ଷ୍ନୌ: ୟୁପିର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅଶରଫ ଅହମ୍ମଦ ଓ ଅତିକ ଅହମ୍ମଦ ହତ୍ୟା ମାମଲା । ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କ ଗିରଫ କିରଛି ପୋଲିସ । ତିନିଜଣ ସୁଟରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବାନ୍ଦା ଜିଲ୍ଲାର ଲାଭଲେଶ ତିୱାରୀ । ଲଭଲେଶଙ୍କ ପରିବାରର ସୁରକ୍ଷା ଦେବା ପାଇଁ ରବିବାର ଦିନ ପୋଲିସ ମୁତୟନ କରାଯାଇଥିଲା । ସୋମବାର ଦିନ ଲଭଲେଶଙ୍କ ପରିବାର ଘର ଛାଡି କୁଆଡେ ଚାଲିଯାଇଛନ୍ତି । ଏହା ପୂର୍ବରୁ ସୁଟର ଅରୁଣ ମୌର୍ଯ୍ୟଙ୍କ ପରିବାର ମଧ୍ୟ କାସଙ୍ଗଜରୁ ଘର ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ।
ଏହା ବି ପଢ଼ନ୍ତୁ Jharsuguda By Elections: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦିପାଳୀ
ସୂଚନାନୁଯାୟୀ ପୋଲିସ ଅଧୀକ୍ଷକ ରବିବାର ଦିନ ଲଭଲେଶଙ୍କ ଘରେ ପହଞ୍ଚିଥିଲେ । ସେଠାରେ ସେ ପରିବାର ଲୋକଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ । ଏହା ସହିତ ସୁରକ୍ଷାକୁ କଡାକଡି କରିବକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ଲଭଲେଶଙ୍କ ପରିବାର ଘର ଛାଡି କୁଆଡେ ଚାଲି ଯାଇଥିବା ଜଣା ପଡିଥିଲା । ପୋଲିସ କର୍ମଚାରୀମାନେ ଘର ବାହାରେ ରହି ସୁରକ୍ଷା ଦେଉଥିବା ବେଳେ ସେମାନେ କିପରି କୁଆଡେ ଚାଲିଗଲେ ଏହାକୁ ନେଇ ପ୍ରଶ୍ନବାଚୀ ସଷ୍ଟି ହୋଇଛି ।
ଏହା ପୂର୍ବରୁ ଅତିକ୍ ଅହମ୍ମଦ ଏବଂ ଅଶରଫଙ୍କ ହତ୍ୟାରେ ସମ୍ପୃକ୍ତ ଅରୁଣ ମୌର୍ଯ୍ୟଙ୍କ ପରିବାର ସଦସ୍ୟ ଘରଛାଡି ଅନ୍ୟତ୍ର ପଳାୟନ କରିଛନ୍ତି । ଅରୁଣ କସଗଞ୍ଜର ସୋରନ୍ କୋଟୱାଲି ଅଞ୍ଚଳର କାଦରୱାଡି ଗାଁର ବାସିନ୍ଦା । ତେବେ ଲଭଲେଶଙ୍କ ପରିବାର କୌଣସି ସ୍ଥାନକୁ ଯାଇଛନ୍ତି ନାଁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କାରଯାଇଛି ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
୧୫ ତାରିଖ ଶନିବାର ରାତିରେ ପ୍ରୟାଗରାଜ ହସ୍ପିଟାଲ ପରିସରରେ ଉଭୟ ମାଫିଆଙ୍କୁ ଗୁଳି କରି ହତ୍ୟା କରିଥିଲେ ୩ ଆତତାୟୀ । ଅତ୍ୟାଧୁନିକ ମାରଣାସ୍ତ୍ରରେ ପ୍ରାୟ ୧୭ ରୁ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ । ଉଭୟଙ୍କୁ ମାତ୍ର କେଇ ସେକେଣ୍ଡ ମଧ୍ୟରେ ହତ୍ୟା କରିବା ପରେ ସେମାନେ ପିସ୍ତଲ ଫିଙ୍ଗି ଦେଇ ଆତ୍ମସମର୍ପଣ ମଧ୍ୟ କରିଥିଲେ । ପୋଲିସ ଘଟଣାସ୍ଥଳରୁ ହିଁ ସମସ୍ତ ୩ ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରିଥିଲା । ଅତିକ ଅହମ୍ମଦର ମୃତଦେହର ବିଭିନ୍ନ ସ୍ଥାନରୁ ୭ଟି ଗୁଳି ଖଣ୍ଡ ସମେତ ମୋଟ ୧୦ଟି ଗୁଳି ବାହାର କରାଯାଇଛି । ଅସରଫ ଦେହରୁ ମୋଟ ୫ଟି ଗୁଳି ବାହାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ