ETV Bharat / bharat

ତେଲେଙ୍ଗାନା: ବରିଷ୍ଠ କଂଗ୍ରେସ ବିଧାୟକ ଗଦ୍ଦମ ପ୍ରସାଦ କୁମାର ହେଲେ ବାଚସ୍ପତି - କଂଗ୍ରେସ ବିଧାୟକ ଗଦ୍ଦମ ପ୍ରସାଦ କୁମାର

MLA Gaddam Prasad Kumar Speaker of Telangana Assembly: କଂଗ୍ରେସ ବିଧାୟକ ଗଦ୍ଦମ ପ୍ରସାଦ କୁମାର ହେଲେ ବାଚସ୍ପତି । ଏମଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓଓ୍ବେସୀଙ୍କୁ କାମଚଳା ବାଚସ୍ପତି ନିଯୁକ୍ତ କରାଯିବାକୁ ନେଇ ଶପଥ ନେଇନଥିଲେ ବିଜେପି ବିଧାୟକ । ଅଧିକ ପଢନ୍ତୁ

ତେଲେଙ୍ଗାନା: କାମଚଳା ବାଚସ୍ପତି ବିବାଦ ପରେ କଂଗ୍ରେସ ବିଧାୟକ ଗଦ୍ଦମ ପ୍ରସାଦ କୁମାର ହେଲେ ବାଚସ୍ପତି

author img

By ETV Bharat Odisha Team

Published : Dec 14, 2023, 6:24 PM IST

ହାଇଦ୍ରାବାଦ: ଆଜି ତେଲେଙ୍ଗାନା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଦ୍ଦମ ପ୍ରସାଦ କୁମାର । କାମଚଳା ବାଚସ୍ପତି ଭାବେ ଏମଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓଓ୍ବେସୀଙ୍କୁ ଚାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ନିଯୁକ୍ତ କରିଥିଲେ । ଏହାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଥିଲା । କାମଚଳା ବାଚସ୍ପତି ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଥିବା ବେଳେ 8 ଜଣ ବିଜେପି ବିଧାୟକ ଶପଥ ଗ୍ରହଣ କରିବାକୁ ମନା କରିଥିଲେ । ସେମାନେ ନିୟମିତ ବାଚସ୍ପତି ନିର୍ବାଚିତ ହେବା ପରେ ଶପଥ ଗ୍ରହଣ କରିବା ନେଇ ରାଜ୍ୟପାଳଙ୍କୁ ସ୍ପଷ୍ଟ କରିଥିଲେ । ଆଜି କଂଗ୍ରେସର ଅନ୍ୟତମ ବରିଷ୍ଠ ବିଧାୟକ ଗଦ୍ଦମ ପ୍ରସାଦ କୁମାରଙ୍କୁ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ଗଦ୍ଦମ ପ୍ରସାଦ କୁମାର:-

ଗଦ୍ଦମ ପ୍ରସାଦ 2009ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିକରାବାଦ ବିଧାନସଭା କ୍ଷେତ୍ରରୁ ସେ କଂଗ୍ରେସ ଟିକେଟରେ ଭଲ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଧାନସଭା ପହଞ୍ଚିଥିଲେ । 2012ରେ ଆନ୍ଧ୍ର ପ୍ରଦେଶ (ଅବିଭାଜିତ) କିରଣ ରେଡ୍ଡୀଙ୍କ କ୍ୟାବିନେଟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । 2014ରେ ତେଲେଙ୍ଗାନାର ପ୍ରଥମ ବିଧାନସଭା ନିର୍ବାଚନରେ କେସିଆରଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତି (ବିଆରଏସ) ପ୍ରାର୍ଥୀ ବି ସଞ୍ଜୀବ ରାଓଙ୍କ ଠାରୁ ପରାଜିତ ହୋଇଥିଲେ । 2018ରେ ମଧ୍ୟ ସେ ବିଧାନସଭା ନିର୍ବାଚନରେ ପୁନର୍ବାର ବିଆରଏସ ପ୍ରାର୍ଥୀ ଏମ.ଆନନ୍ଦଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ଚଳିତ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲା ବେଳେ ରାଜ୍ୟରେ ଦଳ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଛି । ତାଙ୍କୁ ବିଧାନସଭାର ବାଚସ୍ପତି ଭାବେ ଚୟନ କରାଯାଇଛି ।

3 ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ 9 ତାରିଖରେ AIMIM ବିଧାୟକ ଆକବରୁଦ୍ଦିନ ଓଓ୍ବେସୀଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି କରାଯାଇଥିଲା । କଂଗ୍ରେସ ଓ AIMIM ମଧ୍ୟରେ କୌଣସି ନିର୍ବାଚନୀ ମେଣ୍ଟ ନଥିଲେ ସୁଦ୍ଧା ଉଭୟ ଦଳ ମଧ୍ୟରେ ଭିତିରି ବୁଝାମଣା ଅଛି ବୋଲି ରାଜ୍ୟପାଳଙ୍କୁ ଅଭିଯୋଗ କରିଥିଲା ବିଜେପି । ବିଜେପି ବିଧାୟକମାନେ ଗୃହ ପ୍ରକ୍ରିୟାକୁ ମଧ୍ୟ ବର୍ଜନ କରିଥିଲେ । ଦଳର ପ୍ରଦେଶ ଅଧ୍ୟକ୍ଷ ଜି.କିଶନ ରେଡ୍ଡୀଙ୍କ ନେତୃତ୍ବରେ ଦଳ ରାଜ୍ୟପାଳ ତାମିଲସାହି ସୁନ୍ଦରାଜନ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ବିଜେପିର 8 ନିର୍ବାଚିତ ବିଧାୟକ ଗୃହକାର୍ଯ୍ୟରେ ଅଂଶଗ୍ରହଣ ନକରିବା ସହ ନିୟମିତ ବାଚସ୍ପତି କାର୍ଯ୍ୟଭାର ଗ୍ରହଣ କରିବା ପରେ ଶପଥ ଗ୍ରହଣ କରିବା ନେଇ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଆକବରୁଦ୍ଦିନ କାମଚଳା ବାଚସ୍ପତି: ରାଜ୍ୟପାଳଙ୍କୁ ଭେଟିଲା ବିଜେପି, କଂଗ୍ରେସ-AIMIM ମଧ୍ୟରେ ଗୁୁପ୍ତ ଡିଲ୍ ହୋଇଥିବା ଅଭିଯୋଗ

ଚଳିତ ନିର୍ବାଚନରେ 119 ଆସନ ମଧ୍ୟରୁ ସଂଖ୍ୟା ଗରିଷ୍ଠତା ପାଇଁ 60 ଆସନ ଆବଶ୍ୟକ ଥିବା ବେଳେ କଂଗ୍ରେସ 64 ଆସନରେ ଜିତିଛି । ଭାରତ ରାଷ୍ଟ୍ର ସମିତି (ବିଆରଏସ) 39 ଆସନ, ଭାରତୀୟ ଜନତା ପାର୍ଟି (ବିଜେପି) 8 ଆସନ ଓ MIMIM 7 ଟି ଆସନ ଜିତିଥିବା ବେଳେ ସିପିଆଇ ମାତ୍ର ଗୋଟିଏ ଆସନ ପାଇଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.