ETV Bharat / bharat

ଇସ୍ତଫା ପରେ ତେଜସ୍ୱୀ ଯାଦବଙ୍କ ଘରେ ପହଞ୍ଚିଲେ ନୀତିଶ କୁମାର - ଇସ୍ତାଫା ଦେବେ ବିହାର ମୁଖ୍ୟମନ୍ତ୍ରୀ

ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ଦେବା ପରେ RJD ନେତା ତେଜସ୍ବୀ ଯାଦବଙ୍କ ଘରେ ନୀତିଶ । କିଛି ସମୟ ପରେ ମିଳିତ ପ୍ରେସମିଟ । ଅଧିକ ପଢନ୍ତୁ

CM Nitish Kumar
CM Nitish Kumar
author img

By

Published : Aug 9, 2022, 4:39 PM IST

Updated : Aug 13, 2022, 10:16 AM IST

ପାଟନା: ବିହାର ରାଜନୈତିକ ହଲଚଲ ମଧ୍ୟରେ ରାଜଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ, ନୀତିଶ କୁମାର ତୁରନ୍ତ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ବାସଭସନରେ ପହଞ୍ଚିଛନ୍ତି । ରାଜଧାନୀ ପାଟନାରେ ଥିବା ରାବିଡି ଦେବୀଙ୍କ ବାସଭବନରେ ନୀତିଶ କୁମାର, ତେଜସ୍ବୀ ଯାଦବଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଜାରି ରହିଛି । ଆଉ କିଛି ସମୟ ମଧ୍ୟରେ ଉଭୟ ନୀତିଶ ଓ ତେଜସ୍ବୀ ମିଳିତ ପ୍ରେସମିଟ କରିବେ ।

ତେଜସ୍ବୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ପଦ ସହ ନିଜ ପାଖରେ ଗୃହ ବିଭାଗ ମଧ୍ୟ ରଖିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ତେଜସ୍ବୀଙ୍କ ବଡ ଭାଇ ତେଜ ପ୍ରତାପ ମଧ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିବା ନେଇ ଚର୍ଚ୍ଚା ଲାଗି ରହିଛି । କିଛି ସମୟ ପରେ ହେବାକୁଥିବା ପ୍ରେସମିଟରେ ଆଗାମି କାର୍ଯ୍ୟକ୍ରମ ନେଇ ସୂଚନା ମିଳିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 13, 2022, 10:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.