ETV Bharat / bharat

Congress targets Center: 'ପେଗାସସ ପରେ ନୂଆ ସ୍ପାଇୱେର କିଣିବାକୁ ଉଦ୍ୟମ କରୁଛି କେନ୍ଦ୍ର'

author img

By

Published : Apr 10, 2023, 5:58 PM IST

ଗୁଇନ୍ଦାଗିରି କରୁଥିବା ସଫ୍ଟୱେର ପେଗାସସ ପରେ କେନ୍ଦ୍ର ସରକାର ଆଉ ଏକ ନୂଆ ସ୍ପାଇୱେର କଗନାଇଟ କିଣିବାକୁ ଉଦ୍ୟମ କରୁଛନ୍ତି । ଏଥିଲାଗି ୯୮୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । କେନ୍ଦ୍ର ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ଅଧିକ ପଢନ୍ତୁ

Centre was trying to procure new spyware Cognyte

ନୂଆଦିଲ୍ଲୀ: ଗୁଇନ୍ଦାଗିରି କରୁଥିବା ସଫ୍ଟୱେର ପେଗାସସ ଝଡ଼ ଥମିବା ପରେ ଏବେ ପୁଣି ମୁଣ୍ଡ ଟେକିଛି ଆଉ ଏକ ବିବାଦ । ପେଗାସସ ପରି କେନ୍ଦ୍ର ସରକାର ଆଉ ଏକ ନୂଆ ସ୍ପାଇୱେର କଗନାଇଟ (Cognyte) କିଣିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ ଆଣିଛି । ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମୋବାଇଲରୁ ତଥ୍ୟ ଚୋରି କରିବା ଲାଗି କେନ୍ଦ୍ର ସରକାର ଏହି ନୂଆ ସ୍ପାଇୱେରକୁ କିଣିବା ଲାଗି ୯୮୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ବୋଲି ସୋମବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ପୱନ ଖେଡା ।

କଂଗ୍ରେସ ମୁଖ୍ୟ ମୁଖପାତ୍ର ପୱନ ଅଭିଯୋଗ କରିଛନ୍ତି, " ପେଗାସସ ତୁଳନାରେ କମ ପ୍ରୋଫାଇଲ ଥିବା ଏକ ନୂଆ ସ୍ପାଇୱେରକୁ ଇସ୍ରାଏଲଠାରୁ କିଣିବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଯାହାର ନାମ ହେଉଛି କଗନାଇଟ । ଏହାକୁ ଅଧିକାଂଶ ଦେଶ ଦ୍ବାରା ବ୍ଲାକଲିଷ୍ଟ କରାଯାଇଛି । ପ୍ରତିରକ୍ଷା ଓ ଗୁଇନ୍ଦା ବିଭାଗ ଦ୍ବାରା ଏହାକୁ କ୍ରୟ କରିବା ଲାଗି ଉଦ୍ୟମ କରାଯାଉଛି । ଏଥିଲାଗି କେନ୍ଦ୍ର ସରକାର ୯୮୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଏହି ନୂଆ ସ୍ପାଇୱେର ଡିଲ୍‌କୁ ପୂରଣ କରିବାର ଅନ୍ତିମ ପର୍ଯ୍ୟାୟରେ ରହିଛନ୍ତି ମୋଦି ସରକାର । "

ଏହା ବି ପଢନ୍ତୁ- Zojila tunnel: ନିର୍ମାଣ କାର୍ଯ୍ୟ ତଦାରଖ କଲେ ନୀତିନ ଗଡକରୀ ଓ ମନୋଜ ସିହ୍ନା

କେନ୍ଦ୍ର ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣି ପୱନ କହିଛନ୍ତି, "୨୦୧୪ ଲୋକସଭା ନିର୍ବାଚନ ବେଳେ ୫ ରାଜ୍ୟ ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ହରିୟାଣା ଓ ମହାରାଷ୍ଟ୍ରରେ କେମ୍ବ୍ରିଜ ଏନାଲିଟିକା ବିଜେପି ପାଇଁ ପ୍ରଚାର କରିଥିଲା । ଏହା ଆମେ ସମସ୍ତେ ଜାଣିଛନ୍ତି । ନିକଟରେ ଆମେ ଇସ୍ରାଏଲର ହ୍ୟାକର୍ସ ଟିମ 'ଟିମ ଜର୍ଜ' (Team Jorge)ର ପର୍ଦ୍ଦାଫାଶ କରିଛୁ । ଏହାକୁ ବିଜେପି ଇକୋଷ୍ଟିଟମ ଦ୍ବାରା ପରିଚାଳିତ କରାଯାଉଥିଲା । ଏହି ଟିମ୍‌ ସୁଚିନ୍ତିତ ଗୁଜବ ପ୍ରଚାର କରି ଭାରତରେ ହେଉଥିବା ନିର୍ବାଚନକୁ ପ୍ରଭାବିତ କରାଯାଉଥିଲା । ଏଭଳି ଅସାମ୍ବିଧାନିକ ବା ବେଆଇନ କାର୍ଯ୍ୟରେ ବିଜେପିର ସମ୍ପୃକ୍ତି ଥିବା ନେଇ ପୁଣି ଦେଶବାସୀ ଜାଣି ଯାଇଛନ୍ତି ।"

ପୱନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରି କହିଛନ୍ତି, "ଭାରତରେ ୨ ଜଣ ଗୁପ୍ତଚର ରହିଛନ୍ତି । ସେମାନେ କାହା ଉପରେ ଭରସା କରନ୍ତି ନାହିଁ । ଏଣୁ ଲୋକଙ୍କ ଉପରେ ନଜର ରଖିବା ସହିତ ଗୁପ୍ତ ତଥ୍ୟ ଚୋରି କରିବା ଲାଗି ସେମାନେ ଲୋକଙ୍କ ଝାଳବୁହା ଧନକୁ ଏପରି ଗୁଇନ୍ଦାଗିରି କରୁଥିବା ସଫ୍ଟୱେର କିଣିବାରେ ବିନିଯୋଗ କରୁଛନ୍ତି । କାଳେ ତାଙ୍କର ସଂଗଠନ ଭାଙ୍ଗିନଯିବ ସେଥିଲାଗି ସେମାନେ ଭୟରେ ଏପରି କରୁଛନ୍ତି । ଲୋକଙ୍କ ଗୁପ୍ତ ତଥ୍ୟ ଲାଗି ସ୍ପାଇୱେର ପଛରେ ଯଦି ମୋଦି ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଆଦାନି ଗ୍ରୁପରେ ୨୦ ହଜାର କୋଟି ଟଙ୍କା କେଉଁଠୁ ଆସିଲା ସେ ନେଇ କାହିଁକି କିଛି କହୁନାହାନ୍ତି ।" ଏଥିଲାଗି ସେ କେନ୍ଦ୍ର ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନା ଥାଉ କି ଗତବର୍ଷ ଦେଶରେ ପେଗାସସ ଝଡ଼କୁ ନେଇ ରାଜନୀତି ମାହୋଲରେ ଉଷ୍ମତା ଦେଖାଦେଇଥିଲା । ବିରୋଧୀ ଅଭିଯୋଗ କରିଥିଲେ ଯେ ୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଇସ୍ରାଏଲ ଗସ୍ତ କରିଥିଲେ, ସେତେବେଳେ ସେ ଏହି ଗୁଇନ୍ଦାଗିରି କରୁଥିବା ସଫ୍ଟୱେର ପେଗାସସକୁ ୩୦୦ କୋଟି ଟଙ୍କାରେ କିଣିଥିଲେ । ଏହାଦ୍ବାରା ସାମ୍ବାଦିକ, ରାଜନେତା, ପ୍ରମୁଖ ସରକାରୀ କର୍ମଚାରୀଙ୍କ ଉପରେ ନଜର ରଖାଯାଉଥିଲା । ସେମାନଙ୍କ ମୋବାଇଲରେ ଆପେ ଆପେ ଏହି ଆପ୍‌ ଡାଉନଲୋଡ ହେଉଥିଲା । ତଥ୍ୟ ଚୋରି କରିବା ପରେ ଏହା ଆପେଆପେ ହଟି ମଧ୍ୟ ଯାଉଥିଲା । ଏହି ତାଲିକାରେ ୩୦୦ଜଣ ଭାରତୀୟ ରହିଥିବା ବେଳେ ମୋଦି ସରକାର ଏହାକୁ ବ୍ୟବହାର କରି ବିରୋଧୀଙ୍କ ଗୁପ୍ତ ତଥ୍ୟ ହାସଲ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.