ETV Bharat / bharat

MCD ନିର୍ବାଚନ ହାରିବା ପରେ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ

author img

By

Published : Dec 11, 2022, 2:07 PM IST

ଏମସିଡି ନିର୍ବାଚନ ହାରିବା ପରେ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା । ଅଧିକ ପଢନ୍ତୁ

MCD ନିର୍ବାଚନ ହାରିବା ପରେ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ଏମସିଡି ନିର୍ବାଚନ ହାରିବା ପରେ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ମୁଖ୍ୟ । ଆଜି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି(Delhi BJP president Adesh Gupta resigned) । ସେ ନିଜର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଛନ୍ତି । ନଡ୍ଡା ମଧ୍ୟ ତାଙ୍କର ଇସ୍ତଫା ଗ୍ରହଣ କରିଥିବା ସୂଚନା ମିଳିଛି । ଏହାପରେ ଦିଲ୍ଲୀ ବିଜେପି ଉପାଧ୍ୟକ୍ଷ ବୀରେନ୍ଦ୍ର ସଚଦେବଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି ।

ସୂତ୍ର ଅନୁଯାୟୀ, ଗତ ସପ୍ତାହରେ ହୋଇଥିବା ଦିଲ୍ଲୀ ମହାନଗନ ନିଗମ(MCD) ନିର୍ବାଚନରେ ବିଜେପିର ପରାଜୟ ପରେ ଆଦେଶ ଗୁପ୍ତା ନିଜ ପଦ ଛାଡିଛନ୍ତି । ଗତ ୧୫ ବର୍ଷ ଧରି ଏମସିଡିକୁ ନିଜ ଅକ୍ତିଆରରେ ରଖିଥିବା ବିଜେପି ହାତରୁ ଏହାକୁ ଛଡାଇ ନେଇଛି କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ସମୁଦାୟ ୨୫୦ ୱାର୍ଡରୁ ଆପ୍ ୧୩୪ଟି ଆସନ ଜିତିଥିଲା ଓ ବିଜେପି ମାତ୍ର ୧୦୪ ଆସନ ଜିତି ଏମସିଡି ହରାଇଥିଲା ।

ଏହାମଧ୍ୟ ପଢନ୍ତୁ: ଚଳନ୍ତା କାର୍‌ରେ ମହିଳାଙ୍କୁ ଅସଦାଚରଣ, ୧୦ ମାସର ଛୁଆକୁ ଗାଡିରୁ ଫିଙ୍ଗିଲେ ଦୁର୍ବୃତ୍ତ

ଏମସିଡି ନିର୍ବାଚନରେ ବିଜେପି, ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହୋଇଥିଲା । ଏଥିରେ ମୋଟ ୧ ହଜାର ୩୪୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ବିଜେପି ଓ ଆପ୍ ଉଭୟ ଦଳ ନିଜର ବିଜୟକୁ ନେଇ ଦମ୍ଭୋକ୍ତି ଦେଖାଉଥିବା ବେଳେ ଶେଷରେ ଆପ୍ ବାଜି ମାରିନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.