ETV Bharat / bharat

ପୁଣି ମେରଠ ଓ ଗୁଜରାଟରେ ବ୍ଲାକ ଫଙ୍ଗସ୍‍ ରୋଗୀ ଚିହ୍ନଟ - ମହାରାଷ୍ଟ୍ର , ଦିଲ୍ଲୀ ପରେ ଏବେ ମେରଠରେ 2 ବ୍ଲାକ ଫଙ୍ଗସ୍‍ ରୋଗୀ ଚିହ୍ନଟ

କୋରୋନା ମହାମାରୀ କବଳରେ ସାରାଦେଶ ଜୁଝୁଥିବା ବେଳେ ଏବେ ପୁଣି ଆତଙ୍କ ଖେଳେଇଛି ବ୍ଲାକ୍ ଫଙ୍ଗସ । ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ଏବେ ମେରଠ ଓ ଗୁଜୁରାଟରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍ ଫଙ୍ଗସ ରୋଗୀ । ଅଧିକ ପଢନ୍ତୁ...

ମହାରାଷ୍ଟ୍ର , ଦିଲ୍ଲୀ ପରେ ଏବେ ମେରଠରେ 2 ଓ ଗୁଜରାଟରେ 100 ରୁ ଅଧିକ ବ୍ଲାକ ଫଙ୍ଗସ୍‍ ରୋଗୀ ଚିହ୍ନଟ

author img

By

Published : May 11, 2021, 5:13 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ କବଳରେ ସାରାଦେଶ ଜୁଝୁଥିବା ବେଳେ ଏବେ ପୁଣି ଆତଙ୍କ ଖେଳେଇଛି ବ୍ଲାକ୍ ଫଙ୍ଗସ । ମହାରାଷ୍ଟ୍ର ଏବଂ ଦିଲ୍ଲୀ ପରେ ଏବେ ମେରଠ ଓ ଗୁଜୁରାଟରେ ଚିହ୍ନଟ ହୋଇଛନ୍ତି ବ୍ଲାକ୍ ଫଙ୍ଗସ ରୋଗୀ । ତେବେ ମେରଠର ୨ କୋଭିଡ ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖାଦେଇଥିବା ବେଳେ ଏମାନେ ମୁଜାଫରନଗର ଏବଂ ବିଜନୋରର ବାସିନ୍ଦା ବୋଲି ଜଣାପଡ଼ିଛି । ଏପଟେ ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍‍ ଚିହ୍ନଟ କରାଯାଇଛି।

ସୂଚନାଯୋଗ୍ୟ ଯେ କୋଭିଡ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଠାରେ ଏହି ସମସ୍ୟା ଏବେ ଦେଖାଯିବା ଆରମ୍ଭ ହୋଇଛି। ବିଶେଷକରି ଯେଉଁମାନଙ୍କ ଶରୀରରେ ମଧୁମେହ ନିୟନ୍ତ୍ରଣ ସ୍ଥିତିରେ ନାହିଁ, ସେମାନଙ୍କ ଠାରେ ଏହି ସଂକ୍ରମଣ ଆଶଙ୍କା ବୃଦ୍ଧିପାଉଛି।

ତେବେ ସେମାନଙ୍କର ଚିକିତ୍ସା ପାଇଁ ଶନିବାର ଦିନ ଗୁଜୁରାଟ ସରକାର ୫ ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି । ଏହି ଆଣ୍ଟିଫଙ୍ଗାଲ ଇଞ୍ଜେକ୍ସନ ଆମ୍ଫୋଟେରିସିନ-ବି ୫ହଜାର ଆଣିବାକୁ ସରକାର ୩.୧୨ କୋଟି ଟଙ୍କା ଦେବେ। ଏହାସହ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଶନିବାର ଘୋଷଣା କରିଛନ୍ତି ଯେ ଏଭଳି ସଂକ୍ରମଣ ଅଧିକ ଦେଖାଯାଉଥିବା ଅହମଦାବାଦ, ବଦୋଦରା, ସୁରଟ, ରାଜକୋଟ, ଭାବନଗର, ଜାମନଗରସ୍ଥିତ ସମସ୍ତ ସରକାରୀ ସିଭିଲ ଡାକ୍ତରଖାନାରେ ଏହିଭଳି ରୋଗୀଙ୍କ ଚିକିତ୍ସା ପାଇଁ ପୃଥକ ୱାର୍ଡ ସ୍ଥାପନ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.