ETV Bharat / bharat

Sonia Gandhi Defamation: ମୋଦିଙ୍କ କ୍ଷମା ପ୍ରାର୍ଥନା ଦାବି କଲା କଂଗ୍ରେସ

author img

By

Published : Apr 28, 2023, 10:48 PM IST

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ କ୍ଷମା ପ୍ରାର୍ଥନା ପରେ ବିଜେପିର କ୍ଷମା ପ୍ରାର୍ଥନା ଦାବି କଲା କଂଗ୍ରେସ । ସୋନିଆ ଗାନ୍ଧୀଙ୍କ ବିରୋଧରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ଅଧିକ ପଢନ୍ତୁ

Sonia Gandhi Defamation
Sonia Gandhi Defamation

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ କ୍ଷମା ପ୍ରାର୍ଥନା କରିବା ଲାଗି କହିଲା କଂଗ୍ରେସ । ସୋନିଆ ଗାନ୍ଧୀଙ୍କ ବିରୋଧରେ ବିଜେପି ନେତା ବି ପାଟିଲ ୟତନାଲଙ୍କ ବିବାଦୀୟ ମନ୍ତବ୍ୟ ଲାଗି ଏହି କ୍ଷମା ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଦେଇଥିବା ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା କରିବା ପରେ କଂଗ୍ରେସ ବିଜେପିକୁ ମଧ୍ୟ କ୍ଷମା ମାଗିବା ଲାଗି କହିଛି ।

ବିଜେପି ନେତା ୟତନାଲ ସୋନିଆ ଗାନ୍ଧୀଙ୍କୁ 'ବିଷ କନ୍ୟା' ଓ 'ଚୀନ ଓ ପାକିସ୍ତାନର ଏଜେଣ୍ଟ' ବୋଲି କହିଥିଲେ । ବିଜେପି ଓ କଂଗ୍ରେସ ବ୍ୟାକ୍‌-ଟୁ-ବ୍ୟାକ୍‌ ଉଭୟ ଦଳର ନେତାଙ୍କ ବିରୋଧରେ ବିବାଦୀୟ ବୟାନ ଦେବାକୁ ନେଇ ପରସ୍ପରକୁ ଟାର୍ଗେଟ କରିଛନ୍ତି । କର୍ଣ୍ଣାଟକ AICCର ପ୍ରଭାରୀ ରଣଦୀପ ସୁର୍‌ଜେୱାଲାଙ୍କ କହିବା ଅନୁସାରେ, "ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ଓ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ସମର୍ଥନରେ ଏହି ନିନ୍ଦନୀୟ ବୟାନ ଦେଇଛନ୍ତି ମୋଦିଙ୍କ ପସନ୍ଦ ନେତା ପାଟିଲ ୟତନାଲ । ସେ UPA ଅଧ୍ୟକ୍ଷ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ଏପରି ଅଶୋଭନୀୟ ମନ୍ତବ୍ୟ ଦେଇ ସବୁଠୁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି ।"

ଏହା ବି ପଢନ୍ତୁ- କ୍ଷମା ମାଗିଲେ ଖଡଗେ, କହିଲେ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ ଦୁଃଖିତ

ଏଥିଲାଗି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତୃତ୍ବଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ । କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କ ମନ୍ତବ୍ୟକୁ ଯେତେବେଳେ ବିଜେପି ନିନ୍ଦା କଲା, ଏହାପରେ ଖଡ଼ଗେ କ୍ଷମା ପ୍ରାର୍ଥନା କରିଥିଲେ । ତାଙ୍କ ଅଜାଣତରେ ସେ ଯଦି କାହାକୁ ଆଘାତ ଦେଇଛନ୍ତି ସେଥିଲାଗି କ୍ଷମା ପ୍ରାର୍ଥନା କରିଥିଲେ । ତେବେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୁହେଁ, ବରଂ ବିଜେପିର ବିଚାରଧାରାକୁ ବିଷଧର ସାପ ବୋଲି କହିଥିବା ପଛରେ ସ୍ପଷ୍ଟୀକରଣ ଦେଇଥିଲେ ଖଡ଼ଗେ । ହେଲେ ବିଜେପି କ୍ଷମା ପ୍ରାର୍ଥନା ଲାଗି ଦାବି କରିବା ପରେ ଖଡ଼ଗେ କ୍ଷମା ମାଗିଥିଲେ ।

ଏହା ବି ପଢନ୍ତୁ- ‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ, ଛୁଇଁଲେ ମୃତ୍ୟୁ ନିଶ୍ଚିତ’

ସୁର୍‌ଜେୱାଲାଙ୍କ ଆହୁରି କହିଛନ୍ତି, "ବିଜେପି ଗାନ୍ଧୀ-ନେହେରୁ ପରିବାରକୁ ଗାଳି ଦେବାକୁ ନିଜ ବୃତ୍ତି କରିଦେଇଛି । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସୋନିଆଙ୍କୁ 'କଂଗ୍ରେସର ବିଧବା' ଓ 'ଜର୍ସି ଗାଈ' କହିଥିଲେ । ଦେଶ ପାଇଁ ଶହୀଦ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପତ୍ନୀକୁ ଏପରି କହିବା ବିଜେପିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବ । ହେଲେ ସୋନିଆ ଗାନ୍ଧୀଙ୍କ ଉପରେ ଦେଇଥିବା ଏହି ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ବୋମାଇ ମୌନ ବ୍ରତ ଧାରଣ କରିଛନ୍ତି । ଯାହାକି ବେଶ ଦୁଃଖଦାୟକ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.