ETV Bharat / bharat

ବିହାରରେ ଚାଞ୍ଚଲ୍ୟ, ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗ କାଟି ନାବାଳିକାଙ୍କୁ ଫିଙ୍ଗିଲେ ଦୁର୍ବୃତ୍ତ

author img

By

Published : Nov 14, 2022, 10:03 PM IST

ବିହାରରେ ଚାଞ୍ଚଲ୍ୟ । ବିହାରର ସମସ୍ତିପୁର ଅଞ୍ଚଳରେ ଜଣେ ନାବାଳିକା ସହିତ ଛାତିଥରା ଘଟଣା ଘଟିଛି । ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କ ଜିଭ, ଗୁପ୍ତାଙ୍ଗ କାଟି ଫିଙ୍ଗିଥିବା ଜଣାପଡିଛି । ଅଧିକ ପଢନ୍ତୁ

ବିହାରରେ ଚାଞ୍ଚଲ୍ୟ, ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗ କାଟି ନାବାଳିକାଙ୍କୁ ଫିଙ୍ଗିଲେ ଦୁର୍ବୃତ୍ତ
ବିହାରରେ ଚାଞ୍ଚଲ୍ୟ, ଗଣଦୁଷ୍କର୍ମ ପରେ ଗୁପ୍ତାଙ୍ଗ କାଟି ନାବାଳିକାଙ୍କୁ ଫିଙ୍ଗିଲେ ଦୁର୍ବୃତ୍ତ

ପାଟନା: ବିହାର ସମସ୍ତିପୁର ଜିଲ୍ଲାର କଲ୍ୟାଣପୁରରେ ଘଟିଛି ଛାତିଥରା ଘଟଣା (Crime In Samastipur)। ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ତାର ଗୁପ୍ତାଙ୍ଗ, ସ୍ତନ ସହ ଜିଭ କାଟିଛନ୍ତି ନୃଶଂସ ଦୁର୍ବୃତ୍ତ (After gangrape the minor tongue was cut off ) । ନାବାଳିକାକୁ ଗୁରୁତର ଅବସ୍ଥାରେ ବାହାରେ ଫିଙ୍ଗିଦେଇ ଚାଲିଯାଇଥିବା ଜଣାପଡ଼ିଛି । ସମସ୍ତିପୁର ଚକମେହସୀ ଥାନା ଅଞ୍ଚଳର ଗତ ୧୧ ତାରିଖରେ ଏଭଳି ଘଟଣା ଘଟିଛି । ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଘଠଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଦୁଷ୍କର୍ମ ପରେ କାଟିଲେ ଜିଭ, ଗୁପ୍ତାଙ୍ଗ ଓ ସ୍ତନ:-

ପୀଡ଼ିତାଙ୍କ ବୟସ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ଅପହରଣ କରାଯାଇଥିଲା । ଏହାପରେ ଦୁର୍ବୃତ୍ତମାନେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ । ଗତ ୧୧ ତାରିଖରେ ନାବାଳିକାଙ୍କୁ ଘରୁ ଅପହରଣ କରାଯାଇଥିଲା ବୋଲି ପରିବାର ସୂଚନା ଦେଇଛନ୍ତି । ଏହାପରେ ଘର ନିକଟରେ ଥିବା ଏକ ବଗିଚାରେ ନାବାଳିକା ସହିତ ଦୁଷ୍କର୍ମ କରାଯାଇଥିଲା । ଏହାପରେ ତାର ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଂଶକୁ କାଟିବା ପରେ ଫିଙ୍ଗିଥିଲେ ଦୁର୍ବୃତ୍ତ । ବହୁ ଖୋଜାଖୋଜି ପରେ ନାବାଳିକାଙ୍କୁ ଗୁରୁତର ଓ ଚେତାଶୂନ୍ୟ ଅବସ୍ଥାରେ ବଗିଚାରୁ ଉଦ୍ଧାର କରାଯାଇଥିଲା । ଏବେ ପୀଡ଼ିତାଙ୍କ ଚିକିତ୍ସା ଲାଗି ଟଙ୍କା ସଂଗ୍ରହ କରାଯାଉଛି । ପୀଡ଼ିତା ଜୀବନ ସହ ସଂଘର୍ଷ କରୁଛନ୍ତି ।

ଏହା ବି ପଢନ୍ତୁ- ବିବାହ ପାଇଁ ଜିଦ୍‌ ଧରିଲା ପ୍ରେମିକା, ଜୀବନରୁ ମାରି ୩୫ ଖଣ୍ଡ କରିଦେଲା ପ୍ରେମିକ

ଦୁର୍ବୃତ୍ତଙ୍କୁ କଠୋର ଦଣ୍ଡ ପାଇଁ ଦାବି:-

ଏହି ଛାତିଥରା ଘଟଣା ସମ୍ପର୍କରେ ସ୍ଥାନୀୟ ଜନ ପ୍ରତିନିଧି ଖବର ପାଇବା ପରେ ନାବାଳିକାଙ୍କ ପରିବାରକୁ ଭେଟିବା ସହିତ ନ୍ୟାୟ ନିଶ୍ଚିତ ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି । ସ୍ଥାନୀୟ ନେତାମାନେ ଅପରାଧୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଚକମେହଶୀ ପୋଲିସ ନିକଟରେ ଦାବି କରିଛନ୍ତି । ସ୍ଥାନୀୟ ବାସିନ୍ଦା ମଧ୍ୟ ଘଟଣାକୁ ନେଇ ଆକ୍ରୋଶ ଭାବ ପ୍ରକାଶିତ କରିଥିବା ବେଳେ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି । ସମସ୍ତିପୁର ଏସପି ହୃଦୟକାନ୍ତ ଏ ନେଇ କହିଛନ୍ତି, " ଜଣେ ୧୩ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ମାମଲା ରୁଜୁ ହୋଇଛି । ଚକମେହସି ପୋଲିସ ବାୟନ ସଂଗ୍ରହ ପାଇଁ ମୁଜ୍ଜାଫରପୁର ଯାଇଛି । ମାମଲାର ଛାନଭିନ ଚାଲିଛି । ଯେଉଁ ଅପରାଧୀ ଏଥିରେ ସାମିଲ ହୋଇଛନ୍ତି ସେମାନଙ୍କୁ ଆଦୌ କ୍ଷମା ଦିଆଯିବ ନାହିଁ । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.