ETV Bharat / bharat

Uniform Civil Code: ସମାନ ନାଗରିକ ସଂହିତା କଣ ? 5 ଅଗଷ୍ଟରେ ବାଜିବ ମୋଦି ସରକାରଙ୍କ ମୋହର ! - ମୋଦି ସରକାର

ପୁଣି ଚର୍ଚ୍ଚାର ପରିସରକୁ ଆସିଛି ମୋଦି ସରକାରଙ୍କ ଏଜେଣ୍ଡାରେ ସାମିଲ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ କୋଡ(Uniform Civil Code) । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ, କାଶ୍ମୀରରୁ ଧାରା 370 ଉଚ୍ଛେଦ କରି ନିଜ ଲକ୍ଷ୍ୟ ପଥର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ମୋଦି ସରକାର । ଆଉ ଏବେ ସମାନ ନାଗରିକ ସଂହିତା(ୟୁସିସି) ହୋଇପାରେ ସରକାରଙ୍କ ପରବର୍ତ୍ତୀ ଟାର୍ଗେଟ । ଅଧିକ ପଢନ୍ତୁ...

Uniform Civil Code: ସମାନ ନାଗରିକ ସଂହିତା କଣ ? 5 ଅଗଷ୍ଟରେ ବାଜିବ ମୋଦି ସରକାରଙ୍କ ମୋହର !

author img

By

Published : Jul 11, 2021, 8:07 PM IST

ହାଇଦ୍ରାବାଦ: କେନ୍ଦ୍ରରେ ପୁନର୍ଗଠିତ ହୋଇସାରିଛି ମୋଦି କ୍ୟାବିନେଟ । ନୂଆ ଟିମ ଗଢି ନ୍ୟୁ ଇଣ୍ଡିଆର ସ୍ବପ୍ନ ପୁରା କରିବା ଲକ୍ଷ୍ୟରେ ଆଗକୁ ବଢୁଛନ୍ତି ସରକାର । ଆଧୁନିକ ଭାରତର ଆଇନରେ ସଂସ୍କାର ଆଣି ଏହି ସ୍ବପ୍ନ ସାକାର କରିବାକୁ ପ୍ରୟାସ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2014ରେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସଠାରୁ ମୁହଁ ଫେରାଇ ଭାରତୀୟ ଜନତା ପାର୍ଟି ନେତୃତ୍ବାଧିନ ଏନଡିଏ ସରକାରଙ୍କୁ କ୍ଷମତାର ଗାଦିରେ ବସାଇଥିଲେ ଜନସାଧାରଣ । ବିକାଶ ସହିତ ବିଜେପିର ବିଚାରଧାରା ଉପରେ ମୋହର ମାରିଥିଲେ ମତଦାତା । ଆଗକୁ ଦେଶରେ 2024ର ମହାସମର । ଏହା ପୂର୍ବରୁ ଉତ୍ତରପ୍ରଦେଶର ମୈଦାନରେ ସେମିଫାଇନାଲ ମ୍ୟାଚ ଖେଳିବ ମୋଦି ବିଜେପି । କାରଣ 2024 ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷାଠାରୁ କମ ହେବନି । ଆଉ ଏଥିପାଇଁ ନିଜର ମୂଳ ଏଜେଣ୍ଡାକୁ ଫେରିଆସିଛନ୍ତି ମୋଦି ସରକାର ।

ଦେଶରେ କୋଭିଡ ସଙ୍କଟ, ତୈଳ ତାତି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମରେ ଅହେତୁକ ବୃଦ୍ଧି, ଆଗକୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ, ଏହାପୂର୍ବ ପଶ୍ଚିମବଙ୍ଗ ସମେତ ଆଉ କିଛି ରାଜ୍ୟରେ ବିଜେପିକୁ ଲାଗିଥିବା ଝଟକା ପରେ କେନ୍ଦ୍ର କ୍ୟାବିନେଟରେ ମେଗା ବିସ୍ତାର । ଏହାରି ମଧ୍ୟରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ମୋଦି ସରକାରଙ୍କ ଏଜେଣ୍ଡାରେ ସାମିଲ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ କୋଡ(Uniform Civil Code) ।

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ, କାଶ୍ମୀରରୁ ଧାରା 370 ଉଚ୍ଛେଦ କରି ନିଜ ଲକ୍ଷ୍ୟ ପଥର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ମୋଦି ସରକାର । ଆଉ ଏବେ ସମାନ ନାଗରିକ ସଂହିତା(ୟୁସିସି) ହୋଇପାରେ ସରକାରଙ୍କ ପରବର୍ତ୍ତୀ ଟାର୍ଗେଟ ।

ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନର ଶୁଣାଣି ସମୟରେ ଉଠିଥିଲା ସମାନ ନାଗରିକ ସଂହିତାର ବିଷୟ । ଆଧୁନିକ ଭାରତରେ ୟୁସିସି ଲାଗୁ କରିବାର ସମୟ ଆସିଥିବା କହିଥିଲେ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟଙ୍କ ଏହି ବୟାନ କେନ୍ଦ୍ର ସରକାରଙ୍କ ପାଇଁ ୟୁସିସି ଲାଗୁ କରିବାର ବାଟ ଫିଟିଛି ବୋଲି କୁହାଯାଇପାରେ । ତେବେ କଣ ଏହି ସମାନ ନାଗରିକ ସଂହିତା ? କାହିଁକି ମୋଦି ସରକାରଙ୍କ ଏଜେଣ୍ଡାର ଏହା ଗୁରୁତ୍ବପୂର୍ଣ୍ଣ ଅଙ୍ଗ ? କଣ ପାଇଁ ଦେଶରେ ଏହି ଆଇନ ଲାଗୁ କରିବାର ରହିଛି ଅବଶ୍ୟକତା ?

ସମାନ ନାଗରିକ ସଂହିତା କଣ ?

ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ କୋଡର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସମାନ ଆଇନ । ଏହା ଏକ ଧର୍ମନିରପେକ୍ଷ ଆଇନ, ଯାହା ସବୁ ଧର୍ମର ନାଗରିକଙ୍କ ପାଇଁ ସମାନ ଭାବରେ ଲାଗୁ ହୁଏ । ୟୁନିଫର୍ମ ସିଭିଲ କୋଡ ଯେକୌଣସି ଧର୍ମ ପାଇଁ ଗୋଟିଏ ଆଇନର କଥା କୁହେ । ମୁଖ୍ୟ ଭାବରେ ଏହା ବିବାହ, ପୈତୃକ ସମ୍ପତ୍ତି, ଛାଡପତ୍ର ଓ ଅନ୍ୟ ଧାର୍ମିକ ପରମ୍ପରା ସହ ଜଡିତ ।

ସମ୍ବିଧାନର ଧାରା 44 ଅନ୍ତର୍ଗତ ନାଗରିକ ସଂହିତାକୁ ଲାଗୁ କରିବା ରାଜ୍ୟର ଦାୟିତ୍ବ ବୋଲି ଦର୍ଶାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ଦେଶରେ ଲାଗୁ ହୋଇପାରିନାହିଁ ଏହି ଆଇନ ।

ଧାରା 44 କଣ ?

ସମ୍ବିଧାନର ଭାଗ 4ରେ ରାଜ୍ୟର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତର କରାଯାଇଛି ବର୍ଣ୍ଣନା । ଧାରା 36ରୁ 51 ଜରିଆରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ରାଜ୍ୟକୁ ଦିଆଯାଇଛି ପରାମର୍ଶ । ରାଜ୍ୟ ସରକାର ନିଜର ନୀତି ନିର୍ଦ୍ଧାରଣ କରି ସମ୍ବିଧାନର ଏହି ନୀତି ନିର୍ଦ୍ଦେଶକ ଗୁଡିକୁ ଧ୍ୟାନରେ ରଖିବେ ବୋଲି ଆଶାବ୍ୟକ୍ତ କରାଯାଇଛି । ଏଥିମଧ୍ୟରୁ ଧାରା 44 ରାଜ୍ୟକୁ ସଠିକ ସମୟରେ ସମସ୍ତ ଧର୍ମ ପାଇଁ ସମାନ ନାଗରିକ ସଂହିତା ଗଠନ କରିବାର ନିର୍ଦ୍ଦେଶ ଦେଇଛି । ମୋଟ ଉପରେ କହିବାକୁ ଗଲେ ଭେଦଭାବ ଦୂର କରି ବିଭିନ୍ନ ସାଂସ୍କୃତିକ ସମୂହ ମଧ୍ୟରେ ତାଳମେଳ ରଖିବା ଧାରା 44ର ଉଦ୍ଦେଶ୍ୟ ।

ନାଗରିକ ସଂହିତା ଉପେକ୍ଷିତ ବୋଲି ସମ୍ବିଧାନ ନିର୍ମାଣ ସମୟରେ କହିଥିଲେ ଡ. ଭୀମରାଓ ଆମ୍ବେଦକର । ହେଲେ ଏହାକୁ ବିଭିନ୍ନ ଧର୍ମାବଲମ୍ବୀଙ୍କ ଇଚ୍ଛା ଉପରେ ଛାଡି ଦିଆଯିବା ଦରକାର ବୋଲି କହିଥିଲେ ବାବା ସାହେବ । ଯେବେ ଦେଶ ଏକମତ ହୋଇଯିବ ସେବେ ସମାନ ନାଗରିକ ସଂହିତା ଅସ୍ତିତ୍ବକୁ ଆସିବ ବୋଲି ରହିଥିଲା ଆଶା ।

ବ୍ୟକ୍ତିଗତ ତଥା ପର୍ସନାଲ ଆଇନ କଣ ?

ହିନ୍ଦୁ ପର୍ସନାଲ ଲ'

1951ରେ ଦେଶର ତତ୍କାଳୀନ ଆଇନମନ୍ତ୍ରୀ ଭୀମରାଓ ଆମ୍ବେଦକର ଆଗତ କରିଥିଲେ ହିନ୍ଦୁ କୋଡ ବିଲ । ମାତ୍ର ଏହାକୁ ନେଇ ଦେଶରେ ହୋଇଥିଲା ଜୋରଦାର ବିରୋଧ । ବିରୋଧ ଯୋଗୁଁ ବିଧେୟକକୁ 4 ଭାଗରେ ବିଭକ୍ତ କରିଦିଆଯାଇଥିଲା । ହିନ୍ଦୁ କୋଡ ବିଲ୍‌କୁ ହିନ୍ଦୁ ମ୍ୟାରେଜ ଆଇନ, ହିନ୍ଦୁ ସେକ୍ସସନ ଆଇନ, ହିନ୍ଦୁ ଆଡପସନ ଆଣ୍ଡ ମେଣ୍ଟନାନ୍ସ ଆଇନ ଓ ହିନ୍ଦୁ ମାଇନୋରିଟି ଆଣ୍ଡ୍ ଗାର୍ଡିଏନସିପ ଆଇନରେ ବାଣ୍ଟି ଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ।

ଏହି ଆଇନ ସିଧାସଳଖ ମହିଳାଙ୍କୁ କରିଥିଲା ସଶକ୍ତ । ଏହା ଯୋଗୁଁ ମହିଳାଙ୍କୁ ମିଳେ ସ୍ବାମୀ ଓ ପୈତୃକ ସମ୍ପତ୍ତିର ଅଧିକାର । ଏହାସହିତ ଭିନ୍ନଭିନ୍ନ ଜାତିର ଲୋକଙ୍କୁ ପରସ୍ପର ସହ ବିବାହ କରିବାର ମଧ୍ୟ ଏହି ଆଇନ ଅଧିକାର ଦିଏ । ହେଲେ କୌଣସି ବ୍ୟକ୍ତ ଯଦି ଗୋଟିଏ ବିବାହ କରିଥାଏ, ତେବେ ଛାଡପତ୍ର ବିନା ଅନ୍ୟ ଏକ ବିବାହ କରିପାରିବନି ବୋଲି ଏହି ଆଇନରେ ପ୍ରାବଧାନ ରହିଛି ।

ମୁସଲିମ ପର୍ସନାଲ ଲ'

ଦେଶର ମୁସଲମାନ ସମ୍ପ୍ରଦାୟ ପାଇଁ ରହିଛି ମୁସଲିମ ପର୍ସନାଲ ଲ' ବୋର୍ଡ । ଏହି ଲ' ଅନ୍ତର୍ଗତ ତିନ୍‌ ତଲାକ ପ୍ରଥାର ରହିଥିଲା ମାନ୍ୟତା । ତିନ୍‌ ତଲାକ ପ୍ରଥା ଆଧାରରେ ସ୍ବାମୀ ନିଜ ସ୍ତ୍ରୀକୁ କେବଳ 3 ଥର ତଲାକ କହି ଛାଡପତ୍ର ଦେଇପାରୁଥିଲା । ହେଲେ ମୋଦି ସରକାରଙ୍କ ଗତ କାର୍ଯ୍ୟକାଳରେ ସ୍ବତନ୍ତ୍ର ଆଇନ ଲାଗୁ କରାଯାଇ ଏହି ପ୍ରଥାକୁ ଅବୈଧ ଘୋଷଣା କରିଦିଆଯାଇଥିଥିଲା ।

ଏହା ବ୍ୟତୀତ ମୁସଲିମ ପର୍ସନାଲ ଲ' ଆଇନ ମୁସଲମାନ ପୁରୁଷଙ୍କୁ ବହୁ ଏକାଧିକ ବିବାହର ଅଧିକାର ଦେଇଥାଏ । ଏହାସହିତ ବିବାହ, ପୈତୃକ ସମ୍ପତ୍ତି ଭଳି ମାମଲାରେ ସବୁ କିଛି ଏହି ପର୍ସନାଲ ଆଇନ ହିସାବରେ ନିର୍ଦ୍ଧାରିତ ହୋଇଥାଏ । ସମାନ ନାଗରିକ ସଂହିତା ଲାଗୁ ହେବା ପରେ ମୁସଲିମ ପର୍ସନାଲ ଲ'ରେ ଥିବା ଏହି ବିନ୍ଦୁ ଗୁଡିକ ଉପରେ ଲାଗିପାରେ ଅଙ୍କୁଶ ।

କାହିଁକି ଆବଶ୍ୟକ ୟୁସିସି ?

ବିଭିନ୍ନ ଧର୍ମରେ ବିଭିନ୍ନ ଆଇନ ଯୋଗୁଁ ନ୍ୟାୟପାଳିକା ଉପରେ ପଡୁଛି ଅତିରିକ୍ତ ବୋଝ । ସମାନ ନାଗରିକ ସଂହିତା ଆସିବା ପରେ ଏହି ବୋଝରୁ ମିଳିବ ମୁକ୍ତି । ବର୍ଷ ବର୍ଷରୁ ଫାଇଲ ତଳେ ଧୂଳି ଖାଉଥିବା ମାମଲାର ହୋଇପାରିବ ସମାଧାନ । ଆଇନ ଜରିଆରେ ସମସ୍ତଙ୍କ ପାଇଁ ଏକତାକୁ ମିଳିବ ବଳ । ଦେଶର ବିକାଶ ଗତିଶୀଳ ହେବ ।

ସମସ୍ତଙ୍କ ପାଇଁ ଆଇନରେ ସମାନତା ଆସିଲେ ଦେଶର ରାଜନୀତି ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ରାଜନୈକ ଦଳଗୁଡକ ଭୋଟ ବ୍ୟାଙ୍କ୍‌ର ରାଜନୀତିରୁ ବଞ୍ଚିତ ରହିବେ ଓ ଭୋଟର ଧ୍ରୁବୀକରଣ ମଧ୍ୟ ହୋଇପାରିବ ନାହିଁ ।

ମହିଳାଙ୍କୁ ସଶକ୍ତ କରିବ ସମାନ ନାଗରିକ ସଂହିତା

ସାମାନ ନାଗରିକ ସଂହିତା ଲାଗୁହେବା ପରେ ଭାରତରେ ମହିଳାଙ୍କର ଏହ ସଶକ୍ତିକରଣ । କିଛି ଧର୍ମରେ ପର୍ସନାଲ ଲ' ଯୋଗୁଁ ମହିଳାଙ୍କର ଅଧିକାର ସୀମିତ ରହିଛି ।

କାହିଁକି ହେଉଛି ବିରୋଧ ?

ମୋଦି ସରକାରଙ୍କ ଏଜେଣ୍ଡାରେ ସାମିଲ ହେବା ବିରୋଧର ପରିସରକୁ ଆସିଥିଲା ନାଗରିକ ସଂହିତା ଆଇନ । ଭାରତବର୍ଷରେ ଏକତା ମଧ୍ୟରେ ରହିଛି ବିବିଧତା । ସାମାଜିକ ବ୍ୟବସ୍ଥାରେ ବନ୍ଧା ସମୁଦାୟ । ମାନ୍ୟତା ଅନେକ ପରମ୍ପରା ଭିନ୍ନ । ଏଭଳିସ୍ଥିତିରେ ଆଇନ ଲାଗୁ କରି ଏହାକୁ ଜୋର ଜବରଦସ୍ତି ଲଦିଦିଆଯିବା ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ ।

ସେପଟେ ଆଇନ ଦ୍ବାରା ଜାତି ଧର୍ମ ଲିଙ୍ଗ ନିର୍ବିଶେଷରେ ସମସ୍ତ ମତଭେଦରେ ପୂର୍ଣ୍ଣଛେଦ ପକାଯାଇପାରିବ ବୋଲି ଦାବି କରୁଛନ୍ତି ସମର୍ଥକ । ସମାନ ନାଗରିକ ସଂହିତାର ଅର୍ଥ ନିରପେକ୍ଷ ଆଇନ ।

ଶାହବାନୋ ମାମଲାର ବିଷୟ

ଦେଶର ରାଜନୀତିରେ ବଡ ଭୂମିକମ୍ପ ଆଣିଥିଲା ଶାହାବାନୋ ମାମଲା । 1978ରେ ଇନ୍ଦୋର ନିବାସୀ ମୁସଲିମ ମହିଳା ଶାହବାନୋଙ୍କୁ ତଲାକ ଦେଇଥିଲେ ତାଙ୍କ ସ୍ବାମୀ । ଆଉ ଶେଷରେ 5 ପିଲାଛୁଆଙ୍କୁ ନେଇ ଚଳିବାକୁ ଭରଣପୋଷଣ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ 62 ବର୍ଷୀୟ ଶାହବାନୋ ।

ଲମ୍ବା ଆଇନ ଲଢେଇ ପରେ 1985ରେ ଶାହବାନୋଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ ଏହାର ବିରୋଧ କରିବାରୁ ତତ୍କାଳୀନ ରାଜୀବ ଗାନ୍ଧୀ ନେତୃତ୍ବାଧିନ କଂଗ୍ରେସ ସରକାର ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଆଣିଥିଲେ ଅଧିନିୟମ । ଫଳରେ ଶାହବାନୋଙ୍କୁ ମିଳିପାରିନଥିଲା ତାଙ୍କର ଅଧିକାର । ଏହି ମାମଲା ସମାଜରେ ମୁସଲିମ ମହିଳାଙ୍କ ଅବସ୍ଥା ଉପରେ ଛିଡା କରିଥିଲା ବଡ ପ୍ରଶ୍ନ ଚିହ୍ନ ।

କଣ କହୁଛି ସମ୍ବିଧାନ ?

ସ୍ବାଧୀନତା ପରେ ସମ୍ବିଧାନ ନିର୍ମାଣ ପାଇଁ ଗଠିତ ସମ୍ବିଧାନ ସଭା ଏହି ଆଇନକୁ ଲାଗୁ କରିବାର ପ୍ରୟାସ କରିଥିଲା । ହେଲେ ବିରୋଧକୁ ଦୃଷ୍ଟିରେ ରଖି ଧାରା 44ର ବିଭାଗ 4ରେ ଏହାକୁ ନୀତି ନିର୍ଦ୍ଦେଶକ ତତ୍ତ୍ବ ତଥା ଡାୟରେକ୍ଟିଭ ପ୍ରିନ୍ସପାଲ ଭାବରେ କରାଯାଇଥିଲା ସାମିଲ । ଏହାର ଅର୍ଥ ହେଉଛି ଯେ ଆଦର୍ଶ ସମାଜ ଗଠନ ପାଇଁ ସରକାରକୁ ଏହା କରିବା ଉଚିତ । ହେଲେ ସରକାର ଏଥିପାଇଁ ବାଧ୍ୟ ନୁହଁନ୍ତି । ଅର୍ଥାତ ସରକାର ଚାହିଁଲେ ଏଥିପାଇଁ ଆଇନ ଆଣିପାରିବେ ଓ ଏହା ଉପରେ କୌଣସି ରୋକ ରହିବ ନାହିଁ ।

ନିଜ ବିଚାରଧାରାକୁ ନେଇ ସର୍ବଦା ପ୍ରତିବଦ୍ଧ ରହିଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ଭାରତୀୟ ଜନତା ପାର୍ଟି ସରକାର । ତିନ ତଲାକ ରଦ୍ଧ, ଧାରା 370 ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ପରେ ଏବେ ସରକାରଙ୍କ ନଜରରେ ୟୁନିଫର୍ମ ସିଭିଲ କୋଡ ଉପରେ ରହିବ ।

ଆଉ ଏପଟେ ପାଖେଇ ଆସୁଛି 5 ଅଗଷ୍ଟର ସେହି ଐତିହାସିକ ତାରିଖ । 5 ଅଗଷ୍ଟ ଏଭଳି ଏକ ତାରିଖ ଯାହା ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇସାରିଛି । 2019 ଏହି ତାରିଖରେ ଧାରା 370 ଉଚ୍ଛେଦ କରି ଗୋଟିଏ ଦେଶ ଗୋଟିଏ ବ୍ୟବସ୍ଥାର ସ୍ବପ୍ନ ସାକାର କରିଥିଲେ ମୋଦି ସରକାର । ସେହିପରି 2020 ଅଗଷ୍ଟ 5ରେ ଭୂମିପୂଜନ କରି ଭବ୍ୟ ରାମ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଏବର୍ଷ ମଧ୍ୟ ଅଗଷ୍ଟ 5ରେ ସମାନ ନଗରିକ ସଂହିତା ଉପରେ ସରକାର କୌଣସି ବଡ ନିଷ୍ପତ୍ତି ନେବାର କଳ୍ପନା ଜଳ୍ପନାକୁ ଏଡାଇ ଦିଆଯାଇନପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.