ETV Bharat / bharat

ପଞ୍ଜାବ ପରେ ଏହି ରାଜ୍ୟ ଉପରେ APPର ନଜର, ସରକାର ଗଠନ ନେଇ ଦୃଢୋକ୍ତି - ଆମ୍ ଆଦମୀ ପାର୍ଟି

ପଞ୍ଜାବ ବିଧାନସଭା ନିର୍ବାଚନରେ ବାଜିମାତ ପରେ ଏବେ କେଜ୍ରିଓ୍ବାଲଙ୍କ ଟାର୍ଗେଟରେ କର୍ଣ୍ଣାଟକ । ଦୁର୍ନୀତି ମୁକ୍ତ ସରକାର ଗଠନ ନେଇ ଗତକାଲି ଏକ ସମାବେଶରେ ସମ୍ବୋଧନ କରିଥିଲେ ଆପ ମୁଖ୍ୟ । ଅଧିକ ପଢନ୍ତୁ

ପଞ୍ଜାବ ପରେ APP ଟାର୍ଗେଟରେ ଏହି ରାଜ୍ୟ, ସରକାର ଗଠନ ନେଇ ଦୃଢୋକ୍ତି

author img

By

Published : Apr 22, 2022, 9:00 AM IST

ବେଙ୍ଗାଲୁରୁ: ୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ, କିନ୍ତୁ ଏବେ ଠାରୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବ ବିଧାନସଭା ନିର୍ବାଚନରେ ବାଜିମାତ ପରେ ଏବେ କେଜ୍ରିଓ୍ବାଲଙ୍କ ଟାର୍ଗେଟରେ କର୍ଣ୍ଣାଟକ । କର୍ଣ୍ଣାଟକରେ ଦୁର୍ନୀତି ମୁକ୍ତ ସରକାର ଗଠନ ନେଇ ଗତକାଲି ଏକ ସମାବେଶରେ ସମ୍ବୋଧନ କରିଥିଲେ କେଜ୍ରିୱାଲ । ଏଥି ସହ ଆସନ୍ତାବର୍ଷର ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ଆମ୍ ଆଦମୀ ପାର୍ଟି(APP)କୁ ଭୋଟ ଦେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ଆମର ସରକାର ଏକ ସଚ୍ଚୋଟ ସରକାର, ଆମେ ଦିଲ୍ଲୀରେ ସରକାର ଗଠନ କରିଛୁ ପଞ୍ଜାବରେ ମଧ୍ୟ ଏବଂ ଆଗକୁ ଆମେ କର୍ଣ୍ଣାଟକରେ ନିର୍ବାଚନ ଲଢି ସରକାର ଗଠନ କରିବୁ । ଏଠାରେ ଦୁର୍ନୀତି ମୁକ୍ତ ସରକାର ଗଠନ ହେବ ବୋଲି ସମାବେଶରେ କହିଥିଲେ କେଜ୍ରିଓ୍ବାଲ । ସିବିଆଇ ଅଫିସର ମାନେ ମୋ ବାସଭବନରେ ଅଧିକାରୀ ମାନେ ଶୋଇଥିବା ସମୟରେ ରେଡ କରିଥିଲେ । କିନ୍ତୁ କିଛି ନପାଇବା ପରେ ମୋତେ ଇମାନଦାର ମୁଖ୍ୟମନ୍ତ୍ରୀର ସାର୍ଟିଫିକେଟ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଗୋଟିଏ ଦୁର୍ନୀତିମୁକ୍ତ ସରକାର ଲୋକଙ୍କୁ ମାଗଣାରେ ଅନେକ ସେବା ଯୋଗାଇ ଦେଇପାରିବ । ଆପ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ, ଜଳ ଓ ପରିବହନରେ ଲୋକଙ୍କୁ ଅନେକ ସୁବିଧା ଯୋଗାଇ ଦେଉଛି । ପୂର୍ବରୁ ଦିଲ୍ଲୀରେ ଡାକ୍ତରଖାନା ଓ ଡିସପେନସାରି ଗୁଡିକ ଅବସ୍ଥା ଖରାପ ଥିଲା କିନ୍ତୁ ବର୍ତ୍ତମାନ ଆମର ସମସ୍ତ ସୁବିଧା ରହିଛି ଯାହା ଘରୋଇ ଡାକ୍ତରଖାନାରେ ରହିଛି । ଦିଲ୍ଲୀରେ ବେସରକାରୀ ବିଦ୍ୟାଳୟ ଗୁଡିକ ଅପେକ୍ଷା ସରକାରୀ ବିଦ୍ୟାଳୟ ଗୁଡିକ ଗୁଡିକ ଭଲ ସ୍ଥିତିରେ ରହିଛି, କିନ୍ତୁ ପୁରା ଦେଶରେ ସରକାରୀ ବିଦ୍ୟାଳୟ ଗୁଡିକର ସ୍ଥିତି ଭଲ ନଥିବା ସେ କହିଥିଲେ । ଦିଲ୍ଲୀର ସରକାରୀ ବିଦ୍ୟାଳୟ ଗୁଡିକରେ ସୁଇମିଂ ପୁଲ ଏବଂ ଲିଫ୍ଟ ପରି ସୁବିଧା ରହିଛି ଯାହା ବେସରକାରୀ ବିଦ୍ୟାଳୟ ଗୁଡିକରେ ନାହିଁ । ଆମେ ଚାହୁଁ ଶିକ୍ଷା କ୍ଷେତ୍ରରେ ପିଲାଙ୍କର ଉନ୍ନତି ହେଉ ।

ଚଳିତ ବର୍ଷ ଦିଲ୍ଲୀରେ ଘରୋଇ ବିଦ୍ୟାଳୟ ଛାଡି ସରକାରୀ ବିଦ୍ୟାଳୟକୁ ୪ ଲକ୍ଷ ପିଲା ଆସିଛନ୍ତି ଏବଂ ଦିଲ୍ଲୀରେ ୨କୋଟି ଲୋକଙ୍କ ଚିକିତ୍ସା ମାଗଣାରେ କରାଯାଉଛି । ପୂର୍ବରୁ ୮ ଘଣ୍ଟା ପାଇଁ ବିଦ୍ୟୁତ କାଟ ହେଉଥିଲା ଏବେ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ କରାଯାଉଛି । ତେବେ ଦିଲ୍ଲୀରେ ଚାଲିଥିବା ସାମ୍ପ୍ରତିକ ହିଂସା ମୋତେ ବ୍ୟଥିତ କରିଛି । ସାରା ଦେଶରେ ଦଙ୍ଗା ସୃଷ୍ଟି ହୋଇଛି । ଯଦି ଆପଣ ଶାନ୍ତି ଚାହୁଁଛନ୍ତି ତେବେ ଆପକୁ ଭୋଟ ଦିଅନ୍ତୁ, ଯଦି ଦଙ୍ଗା ଚାହୁଁଛନ୍ତି ତେବେ ସେମାନଙ୍କୁ ଭୋଟ ଦିଅନ୍ତୁ ବୋଲି କହିଥିଲେ କେଜ୍ରିଓ୍ବାଲ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.