ETV Bharat / bharat

ସ୍ବାମୀର ମୃତ୍ୟୁ ପରେ ପ୍ରେମିକ ସହ ଫେରାର ହୋଇଗଲା 6 ପିଲାର ମା’

author img

By

Published : Apr 16, 2022, 7:43 AM IST

ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମହିଳା ତାଙ୍କର ୬ଟି ସନ୍ତାନକୁ ଛାଡ଼ି ପ୍ରେମିକ ସହିତ ପଳାଇ ଯାଇଛନ୍ତି । ଏହି ମାମଲା ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଶାମଶାବାଦ ପୋଲିସ ଷ୍ଟେସନ ଅଞ୍ଚଳରେ ଦେଖିବାକୁ ମିଳିଛି । ଛୁଆ ମୋହଠୁ ବଡ ହୋଇଯାଇଛି ପ୍ରେମିକାର ଭଲ ପାଇବା । ସାନଛୁଆକୁ ବର୍ଷେ ହୋଇଥିଲେ ମା’ର ମମତା ଡୋରିକୁ କାଟି ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି ମହିଳା । ଅଧିକ ପଢନ୍ତୁ

ପ୍ରେମିକ ସହ ଫେରାର ମହିଳା, ମାଆଙ୍କୁ ଖୋଜି ଆଣିବା ଲାଗି ଥାନର ଦ୍ବାରସ୍ଥା ହେଲେ ସନ୍ତାନ

ଭୋପାଳ: ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ମହିଳା ତାଙ୍କର ୬ଟି ସନ୍ତାନକୁ ଛାଡ଼ି ପ୍ରେମିକ ସହିତ ପଳାଇ ଯାଇଛନ୍ତି । ଏହି ମାମଲା ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଶାମଶାବାଦ ପୋଲିସ ଷ୍ଟେସନ ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ମହିଳାଙ୍କର ସବୁଠାରୁ ସାନ ସନ୍ତାନ ଏକ ବର୍ଷ ହୋଇଥିବା ବେଳେ ମହିଳା ତାଙ୍କୁ ବି ଛାଡି ପଳେଇ ଯାଇଛନ୍ତି ।

ଯୁବକଙ୍କ ପ୍ରେମରେ ଅନ୍ଧ ହୋଇଯାଇ ମହିଳାଙ୍କ ଫେରାର ହୋଇଯାଇଥିବା ବେଳେ ମହିଳାଙ୍କ ସ୍ୱାମୀ ପାଣି ଟାଙ୍କିରୁ ଖସିପଡି ମୃତ୍ୟୁ ହୋଇଥିଲା । ଏପଟେ ମାଆ ପଳାଇବା ପରେ ଅସହାୟ ହୋଇ ପଡିଥିବା ସମସ୍ତ ଶିଶୁ ଅନ୍ୟ ସମ୍ପର୍କୀୟଙ୍କ ସହ ଶ୍ୟାମଶାବାଦ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ ପଡୋଶୀ ଅଞ୍ଚଳର ଜଣେ ଯୁବକ ସହିତ ତାଙ୍କ ମାଆ ପଳାଇ ଯାଇଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ଶ୍ୟାମଶାବାଦର ବଦର ଗାଁର ବାସିନ୍ଦା ରାନୀ ଅହିରୱାର (୩୦) ତାଙ୍କର ୬ପିଲାଙ୍କୁ ଛା଼ଡି ଯାଇଥିବାରୁ ପିଲାମାନେ ଥାନାରେ ଅଭିଯୋଗ କରିବା ସହ ତାଙ୍କ ମାଆଙ୍କୁ ଖୋଜି ଆଣି ଦେବାକୁ ପୋଲିସକୁ ନିବେଦନ କରିଛନ୍ତି । ଏଥିସହ ପିଲାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି । ଅନ୍ୟପଟେ ପିଲାମାନଙ୍କ ସହିତ ପୋଲିସ ଷ୍ଟେସନରେ ଯାଇଥିବା ଛୁଆଙ୍କ ପିଉସୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବାକୁ ଦାବି କରିଛନ୍ତି ।

ପିଲାମାନଙ୍କର ପିଉସୀ କହିଛନ୍ତି ଯେ, ପାଣି ଟାଙ୍କିରୁ ଖସିଯିବା ପରେ ମୋ ଭାଇଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସେ କ୍ଷତିପୂରଣ ହିସାବରେ ୧୫ ଲକ୍ଷ ଟଙ୍କା ପାଇବାକୁ ଯାଉଛନ୍ତି । ତାଙ୍କୁ ଏହି କ୍ଷତିପୂରଣ ମିଳିବା ଉଚିତ୍ ନୁହେଁ ବୋଲି ଛୁଆଙ୍କର ପିଉସୀ କହିଛନ୍ତି । ତେବେ ଏହି ଟଙ୍କା ପିଲାମାନେ ପାଇବା ପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି । ସେପଟେ ଏହି ମାମଲାରେ ମହିଳା ଜଣଙ୍କୁ ଖୁବ ଶୀଘ୍ର ଖୋଜା ଖୋଜି କରିବେ ବୋଲି ପୋଲିସ ପ୍ରତିଶୃତି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.