ETV Bharat / bharat

ବାପାଙ୍କ ବିଷଧର ସାପ ମନ୍ତବ୍ୟ ପରେ ପୁଅ କହିଲେ ଅଯୋଗ୍ୟ ପୁଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଯୋଗ୍ୟ ପୁଅ କହିଲେ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ । ବିଷଧର ସାପ କହି ବିବାଦ ଘେରକୁ ଆସିଥିଲେ କଂଗ୍ରେସ ମୁଖିଆ । ଅଧିକ ପଢନ୍ତୁ

author img

By

Published : May 1, 2023, 4:54 PM IST

ବାପାଙ୍କ ସାପ ମନ୍ତବ୍ୟ ପରେ ପୁଅ କହିଲେ ମା’ର ଅଯୋଗ୍ୟ ପୁଅ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଯେତିକି ପାଖଉଛି, ନିର୍ବାଚନୀ ପ୍ରଚାର ଆଳରେ ଆରୋପ ପ୍ରତ୍ୟାରୋପ, ସମାଲୋଚନା, କଟାକ୍ଷର ଧାରା ଏବେ ଅପଶବ୍ଦରେ ପରିଣତ ହେବା ପରି ଦୃଶ୍ୟମାନ ହେଉଛି । ଏବେ ନିର୍ବାଚନରେ ପ୍ରକୃତ ପ୍ରସଙ୍ଗ ଅପେକ୍ଷା ପରସ୍ପର ପ୍ରତି ରାଜନୈତିକ ଦଳମାନେ ବ୍ୟବହାର କରୁଥିବା ଅପଶବ୍ଦ ଗଣମାଧ୍ୟମର ବିତର୍କର ବିଷୟ ହେଉଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହି କଟାକ୍ଷ କରିବାର ରାଜନୈତିକ ଉଷ୍ମତା ଏବେ ପର୍ଯ୍ୟନ୍ତ କମି ନଥିବା ବେଳେ ଖଡଗେଙ୍କ ପୁଅ ପ୍ରିୟଙ୍କ୍‌ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ଆସିଛି । ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ ପୁଅ(ନାଲାୟକ ବେଟା) ବୋଲି କହିଛନ୍ତି ପ୍ରିୟଙ୍କ୍‌ ଖଡଗେ ।

ଚିଟାପୁରରୁ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଥିବା ପ୍ରିୟଙ୍କ ଖଡଗେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କ କାଲାବୁରାଗୀ ଗସ୍ତକୁ ସମାଲୋଚନା କରିଥିଲେ । କହିଥିଲେ,‘‘ ଯେତେବେଳେ ପ୍ରଧାନମନ୍ତ୍ରୀ କାଲାବୁରାରୀକୁ ପ୍ରଚାର ପାଇଁ ଆସିଥିଲେ, କହିଥିଲେ ବଞ୍ଜାରା ସମ୍ପ୍ରଦାୟର ନିବାସୀ ଭୟଭୀତ ହେବାର ଆବଶ୍ୟକତା ନାହଁ । କାରଣ ଦିଲ୍ଲୀରେ ବଞ୍ଜାରା ସମ୍ପ୍ରଦାୟର ଜଣେ ପୁଅ ବସିଛି । ଯଦି ପୁଅ ଅଯୋଗ୍ୟ ହୁଏ ତେବେ ଘର କିପରି ଚାଲି ପାରିବ ।’

ଗତଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନୀ ସଭାମଞ୍ଚରୁ ବିଷଧର ସାପ କହି କଟାକ୍ଷ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ଉଭୟ ଖଡଗେ ଓ କଂଗ୍ରେସକୁ ସମାଲୋଚନା କରିଥିଲେ । ପରେ ଅବଶ୍ୟ ଖଡ଼ଗେ ଏହାକୁ ଅସ୍ବୀକାର କରିବା ସହ ତାଙ୍କ ମନ୍ତବ୍ୟ ବ୍ୟକ୍ତିଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ନୁହେଁ, ବରଂ ଭାରତୀୟ ଜନତା ପାର୍ଟି ଉଦ୍ଦେଶ୍ୟରେ ଥିଲା ବୋଲି କହିଥିଲେ । ପରେ ସେ ଏପରି ମନ୍ତବ୍ୟ କାହାକୁ କଷ୍ଟ ଦେଇଥିଲେ ଦୁଃଖିତ ବୋଲି ମଧ୍ୟ କହିଥିଲେ ଖଡଗେ ।

ଏହା ମଧ୍ୟ ପଢନ୍ତୁ:-‘ଶିବଙ୍କ ବେକରେ ସାପ ଯେମିତି, ଦେଶବାସୀଙ୍କ ବେକରେ ମୁଁ ସେମିତି ’

ଗତକାଲି ନିର୍ବାଚନୀ ସଭାମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଡଗେଙ୍କ କଟାକ୍ଷକୁ ନିଜ ସମ୍ବୋଧନରେ ପ୍ରସଙ୍ଗ କରିଥିଲେ । ଦେଶବାସୀଙ୍କୁ ଇଶ୍ବର ବୋଲି କହି ପ୍ରଧାନମନ୍ତ୍ରୀ ଭଗବାନ ଶଙ୍କରଙ୍କ ଗଳାରେ ସାପ ଯେମିିତି, ସେ ମଧ୍ୟ ଦେଶବାସୀଙ୍କ ପାଇଁ ସାପ ସଦୃଶ ମଙ୍ଗଳ ବୋଲି କହିଥିଲେ । କଂଗ୍ରେସର ଏପରି କଟାକ୍ଷକୁ ଲୋକେ ଭୋଟ ମାଧ୍ୟମରେ ଜବାବ ଦେବାକୁ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେହି ପ୍ରସଙ୍ଗକୁ ନେଇ ରାଜନୀତି କମିନଥିବା ବେଳେ ଏବେ ଖଡଗେଙ୍କ ପୁଅ ପ୍ରିୟଙ୍କଙ୍କ ମନ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.