ETV Bharat / bharat

Hath Se Hath Jodo Abhiyan: ଜାନୁଆରୀ 26ରୁ କଂଗ୍ରେସର 'ହାତ ସେ ହାତ ଯୋଡ଼' ଅଭିଯାନ

author img

By

Published : Dec 5, 2022, 8:52 AM IST

Updated : Dec 5, 2022, 9:00 AM IST

ଭାରତ ଯୋଡ଼ ଯାତ୍ରା ପରେ କଂଗ୍ରେସ ଆରମ୍ଭ କରି ହାତ ସେ ହାତ ଯୋଡ଼ ଅଭିଯାନ । 2 ମାସ ଧରି ତିନୋଟି ସ୍ତରରେ ଏହି ଅଭିଯାନ କରାଯିବ । ଅଧିକ ପଢ଼ନ୍ତୁ

after bharat jodo yatra congress to start hath se hath jodo abhiyan
ଜାନୁୟାରୀ 26ରୁ କଂଗ୍ରେସର 'ହାତ ସେ ହାତ ଯୋଡ଼' ଅଭିଯାନ

ନୂଆଦିଲ୍ଲୀ: 'ଭାରତ ଯୋଡ଼ ଯାତ୍ରା' ପରେ ଆରମ୍ଭ ହେବ 'ହାତ ସେ ହାତ ଯୋଡ଼' ଅଭିଯାନ । ଆସନ୍ତା ଜାନୁଆରୀ 26 ତାରିଖରୁ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବ । 2 ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବ୍ଲକସ୍ତରୀୟ ଯାତ୍ରା, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଅଧିବେଶନ ଆୟୋଜନ କରାଯିବ । ଏଥିରେ ରାହୁଲ ଗାନ୍ଧୀଙ୍କ ଆହ୍ବାନକୁ ଲୋକଙ୍କ ପାଖରେ ପହଞ୍ଚାଯିବ । ଏନେଇ ରବିବାର କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି ।

ଜୟରାମ ରମେଶ କହିଛନ୍ତି, ‘‘କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ 'ହାତ ସେ ହାତ ଯୋଡ଼' ଅଭିଯାନରେ ସାମିଲ ହେବେ । ଫେବୃୟାରୀର ଦ୍ବିତୀୟ ସପ୍ତାହରେ ଛତିଶଗଡ଼ ସ୍ଥିତ ରାୟପୁରରେ ତିନି ଦିନିଆ ସର୍ବଦଳୀୟ ବୈଠକ ହେବାକୁ ଯାଉଛି । ଯେଉଁଥିରେ ବେକାରୀ ପ୍ରସ୍ତାବ, ଅର୍ଥନୈତିକ ଭଳି କେତେକ ପ୍ରସଙ୍ଗର ପ୍ରସ୍ତାବ ଅଣାଯିବ । ’’

ସୂଚନା ଥାଉକି, କଂଗ୍ରେସ ଆରମ୍ଭ କରିଥିବା ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ ଏବେ ରାଜସ୍ଥାନରେ ଜାରି ରହିଛି । ଦଳର ଯୁବନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଯାତ୍ରା 5 ରାଜ୍ୟ ଅତିକ୍ରମ କରି 6 ରାଜ୍ୟ ପରିକ୍ରମା ଜାରି ରଖିଛି । ଏବେ ଯାତ୍ରା ରାଜସ୍ଥାନରେ ଜାରି ରହିଥିବା ବେଳେ କାଶ୍ମୀରରେ ଶେଷ ହେବ । 150 ଦିନ ଧରି ଚାଲିଥିବା ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ରାହୁଲ ଗାନ୍ଧୀ ଜନସାଧାରଣଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସଭିଙ୍କ ସହ ଆଲୋଚନା କରୁଛନ୍ତି । ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ପ୍ରାଦେଶିକ କଂଗ୍ରେସର କାର୍ଯ୍ୟକର୍ତ୍ତା ଓ ବହୁ କେନ୍ଦ୍ରୀୟ ନେତା ମଧ୍ୟ ସାମିଲ ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଭାରତ ଯୋଡ଼ ଯାତ୍ରା ଡିସେମ୍ବର 24 ତାରିଖରେ ଦିଲ୍ଲୀରେ ପହଞ୍ଚିବ ଏବଂ ଜାନୁୟାରୀ 26ରେ କଂଗ୍ରେସ ନେତା ରାହୁଲଗାନ୍ଧୀ ଶ୍ରୀନଗରରେ ପତାକା ଉତ୍ତୋଳନ କରିବେ ।

Last Updated : Dec 5, 2022, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.