ETV Bharat / bharat

ବେଙ୍ଗାଲୁରୁ ପରେ ଇଦଗାହରେ ଗଣେଶ ଉତ୍ସବ ପାଳିବାକୁ ହିନ୍ଦୁ ସଂଗଠନଙ୍କ ଦାବି

author img

By

Published : Aug 19, 2022, 11:45 AM IST

Updated : Aug 19, 2022, 12:39 PM IST

କର୍ଣ୍ଣାଟକର ହୁବାଲି ଇଦଗାହ ​ମଇଦାନକୁ ନେଇ ବିବାଦ ପୁଣି ଥରେ ବିବାଦ ବଢୁଥିବା ଦେଖିବାକୁ ମିଳୁଛି । ହିନ୍ଦୁ ସଂଗଠନ ହୁବାଲି ଇଦଗାହରେ ଗଣେଶ ପ୍ରତିମା ସ୍ଥାପନ କରିବାକୁ ଦାବି କରିଛନ୍ତି ଏବଂ ସରକାରଙ୍କୁ ତିନି ଦିନ ସମୟ ଦେଇଛନ୍ତି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ପରେ ଇଦଗାହରେ ଗଣେଶ ଉତ୍ସବ ପାଳିବାକୁ ହିନ୍ଦୁ ସଂଗଠନଙ୍କ ଦାବି
ବେଙ୍ଗାଲୁରୁ ପରେ ଇଦଗାହରେ ଗଣେଶ ଉତ୍ସବ ପାଳିବାକୁ ହିନ୍ଦୁ ସଂଗଠନଙ୍କ ଦାବି

ବେଙ୍ଗାଲୁରୁ: ଗଣେଶ ମହୋତ୍ସବ ପାଳନ ଅନୁମତି ଦେବାକୁ କର୍ଣ୍ଣାଟକ ସରକାରଙ୍କ ଉପରେ ପ୍ରବଳ ଚାପ ପଡିଛି । ବେଙ୍ଗାଲୁରୁ ପରେ ଇଦଗାହରେ ଗଣେଶ ଉତ୍ସବ ପାଳିବାକୁ ହିନ୍ଦୁ ସଂଗଠନଙ୍କ ଦାବି କରିଛି । ହୁବାଲି ଇଦଗାହ ​ମଇଦାନକୁ ନେଇ ବିବାଦ ପୁଣି ଥରେ ବିବାଦ ବଢୁଥିବା ଦେଖିବାକୁ ମିଳୁଛି । ହିନ୍ଦୁ ସଂଗଠନ ହୁବାଲି ଇଦଗାହରେ ଗଣେଶ ପ୍ରତିମା ସ୍ଥାପନ କରିବାକୁ ଦାବି କରିଛନ୍ତି ଏବଂ ସରକାରଙ୍କୁ ତିନି ଦିନ ସମୟ ଦେଇଛନ୍ତି । ହୁବାଲିରେ ଗଣେଶଉତ୍ସବ ଜନସାଧାରଣଙ୍କ ମଧ୍ୟରେ ପାଳନ କରିବାକୁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଇଦଗା ମଇଦାନରେ ନିଗମ ଅଧିକାରୀଙ୍କ ନିକଟରେ ଗଣେଶ ଉତ୍ସବ ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ନ ମିଳିବା ବର୍ତ୍ତମାନ ଅଧିକାରୀ ଏବଂ ଜନସାଧାରଣଙ୍କୁ ତିନି ଦିନ ସମୟ ଦେଇଛନ୍ତି ହିନ୍ଦୁ ସଂଗଠନ । ଯେଉଁଥିପାଇଁ ଇଦଗାହ ବିବାଦ ପୁଣିଥରେ ସାମ୍ନାକୁ ଆସିଛି । ଦୁଇ ଦଶନ୍ଧି ପୂର୍ବରୁ ହୁବଲି ଇଦଗାହ ମଇଦାନରେ ଏକ ବିବାଦ ହୋଇଥିଲା । ୯୦ ଦଶକରେ ବିଭିନ୍ନ ଦଳଙ୍କ ନେତୃତ୍ବରେ ହୋଇଥିବା ବିବାଦ ସମଗ୍ର ଦେଶକୁ ଥରାଇ ଦେଇଥିଲା ।

କଣ ଥିଲା ସୁପ୍ରିମକୋର୍ଟଙ୍କ ଆଦେଶ...

ସୁପ୍ରିମକୋର୍ଟ ହୁବାଲି ଇଦଗାହ ମଇଦାନରେ ମୁସଲିମ ସମୁଦାୟଙ୍କୁ ବର୍ଷରେ ଦୁଇ ଥର ପ୍ରାର୍ଥନା କରିବା ସହ ଦୁଇଥର ତାଙ୍କ ପତାକା ଉଡାଇବାକୁ ଆଦେଶ ଦେଇଥିଲେ । ସେହିପରି ହିନ୍ଦୁ ସମର୍ଥକ ସଂଗଠନର କାର୍ଯ୍ୟକର୍ତ୍ତା ଦାବି କରିଥିଲେ କରି ଯଦି ମୁସଲିମଙ୍କୁ ଧାର୍ମିକ ସମାରୋହର ଅନୁମତି ମିଳୁଛି ତେବେ ହିନ୍ଦୁ ସମୁଦାୟଙ୍କୁ ମଧ୍ୟ ସାର୍ବଜନିକ ଭାବରେ ଗଣେଶତ୍ସବ ପାଳନ ପାଇଁ ଅନୁମତି ଦେବ ଆବଶ୍ୟକ । କାରଣ ଇଦଗାହ ମଇଦାନ ନଗର ନିଗମ ସମ୍ପତ୍ତି ।

ହିନ୍ଦୁ ସଂଗଠନ ମୁତାବିକ, ଏ ମାମଲାରେ ନିଗମ ଅଧିକାରୀଙ୍କୁ ଉଚିତ ନିର୍ଣ୍ଣୟ ନେବାକୁ ସ୍ବତନ୍ତ୍ର ଅଧିକାର ଅଛି । ଏହା ସହିତ ଜନପ୍ରତିନିଧିଙ୍କୁ ମଧ୍ୟ ନିର୍ଣ୍ଣୟ ନେବାର ଅଧିକାର ରହିଛି । ଏ ଯାଏଁ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ନିର୍ଣ୍ଣୟ ପାଇଁ ସରକାରଙ୍କୁ ୩ଦିନ ସମୟ ଦିଆଯାଇଛି । ସେପଟେ ନିଗମ ଆୟୁକ୍ତ ଜନପ୍ରତିନିଧିଙ୍କ ସହିତ ବୈଠକ କରି ନିର୍ଣ୍ଣୟ ନେବେ ବୋଲି କହିଛନ୍ତି ।

Last Updated : Aug 19, 2022, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.