ETV Bharat / bharat

ଗହମ ପରେ ଅଟା ରପ୍ତାନୀ ଉପରେ କଟକଣା, ଜୁଲାଇ 12ରୁ ହେବ ଲାଗୁ

ଗହମ ପରେ ଅଟା ରପ୍ତାନୀ ଉପରେ କଟକଣା ଲାଗୁ କଲା କେନ୍ଦ୍ର । 12 ତାରିଖରୁ ହେବ କାର୍ଯ୍ୟକାରୀ । ଅଧିକ ପଢନ୍ତୁ

author img

By

Published : Jul 7, 2022, 12:47 PM IST

Updated : Jul 7, 2022, 12:56 PM IST

ଗହମ ପରେ ଅଟ ରପ୍ତାନୀ ଉପରେ କଟକଣା
ଗହମ ପରେ ଅଟ ରପ୍ତାନୀ ଉପରେ କଟକଣା

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ଖାଦ୍ୟ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଜାରି କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର । ଗହମ ପରେ ଏବେ ଅଟା ଓ ଅନ୍ୟ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଜାରି କରାଯାଇଛି । ଅଟା,ମଇଦା ଓ ସୁଜି ପରି ଖାଦ୍ୟ ସାମଗ୍ରୀ ରପ୍ତାନୀ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁସାରେ ଜୁଲାଇ 12 ତାରିଖରୁ ଏହି କଟକଣା କାର୍ଯ୍ୟକାରୀ ହେବା ନେଇ ଘୋଷଣା କରାଯାଇଛି । ଏହାକୁ ସମସ୍ତ ରପ୍ତାନୀକାରୀ ସଂସ୍ଥା ଅନୁପାଳନ କରିବାକୁ ବାଧ୍ୟ । କୌଣସି ରପ୍ତାନୀକାରୀ ସଂସ୍ଥା ଅନ୍ତଃମନ୍ତ୍ରୀସ୍ତରୀୟ କମିଟିର ଅନୁମୋଦନ ବିନା ରପ୍ତାନୀ ପ୍ରକ୍ରିୟା ଆରମ୍ଭ କରିପାରିବ ନାହିଁ । ଗ୍ଲୋବାଲ ସପ୍ଲାଇ ଡିଷ୍ଟ୍ରିବୁଟରମାନଙ୍କ ନୀତି ଯୋଗୁ ଏହି ସବୁ ସାମଗ୍ରୀରେ ଦରଦାମ ମଧ୍ୟ ବଢିଛି । ତେଣୁ ଏହାର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏହି ସାମିୟିକ ରପ୍ତାନୀ କଟକଣା ଜାରି କରାଯାଇଥିବା DGFT କହିଛି ।

ତେବେ ଏହି ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଅଟାର ରପ୍ତାନୀ ନେଇ ଯେଉଁ ସବୁ କନସାଇମେଣ୍ଟ ସ୍ବାକ୍ଷରିତ କରାଯାଇଛି, ତାହା ରପ୍ତାନୀ କରାଯାଇ ପାରିବ । ଯେଉଁ ସବୁ ବନ୍ଦରରେ ପୂର୍ବ କନସାଇନମେଣ୍ଟ ଅନୁସାରେ ଜାହାଜରେ ଗହମ ବୋଝେଇ ପ୍ରକ୍ରିୟା ମଧ୍ୟ ଜାରି ରହିଛି, ତାହା ମଧ୍ୟ ବିନା ଦ୍ବନ୍ଦରେ ରପ୍ତାନୀ କରାଯାଇ ପାରିବ । କିନ୍ତୁ କଟକଣା ନେଇ ବିଜ୍ଞପ୍ତି ପ୍ରକାଶ ପରେ କୌଣସି ନୂଆ କନସାଇନମେଣ୍ଟ ସ୍ବାକ୍ଷରିତ କରିପାରିବେ ନାହିଁ ରପ୍ତାନୀକାରୀ ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 7, 2022, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.