ETV Bharat / bharat

ହଟିଲା ଲକଡାଉନ, ଡାଲ ହ୍ରଦରେ ଜମିଲା ପର୍ଯ୍ୟଟକଙ୍କ ଭିଡ - କାଶ୍ମୀର

ଲକଡାଉନ ହଟିବା ପରେ ପ୍ରଥମଥର ପାଇଁ କାଶ୍ମୀର ଉପତ୍ୟକାର ଡାଲ ହ୍ରଦରେ ପର୍ଯ୍ଯଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର 70ଜଣ ପର୍ଯ୍ୟଟକ ଡାଲ ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି । ଅଧିକ ପଢ଼ନ୍ତୁ...

ଲକଡାଉନ ହଟିବା ପରେ ଡାଲ ହ୍ରଦରେ ଜମିଲା ପର୍ଯ୍ୟଟକଙ୍କ ଭିଡ଼

author img

By

Published : Nov 24, 2020, 4:28 PM IST

ଶ୍ରୀନଗର: ଦୀର୍ଘ ଦିନ ପରେ କାଶ୍ମୀରର ଡାଲ ହ୍ରଦରେ ପର୍ଯ୍ୟଟକଙ୍କ ଆଗମନ ହୋଇଛି । ଆଜି(ମଙ୍ଗଳବାର) ମହାରାଷ୍ଟ୍ରର 70ଜଣ ପର୍ଯ୍ୟଟକ ଡାଲ ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି। ଜମ୍ମୁ ଓ କାଶ୍ମୀରରେ ପ୍ରଥମେ ଧାରା 370 ଉଚ୍ଛେଦ ଯୋଗୁଁ ଏଠାକୁ ପର୍ଯ୍ୟଟକଙ୍କ ଆସିବା ଉପରେ କଟକଣା ଜାରି ରହିଥିଲା । ଏହାପରେ କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ ଜାରି ରହିଥିଲା । ଏଥିପାଇଁ 18 ମାସ ହେଲା ଡାଲ ହ୍ରଦ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ।

ଲକଡାଉନ ହଟିବା ପରେ ଡାଲ ହ୍ରଦରେ ଜମିଲା ପର୍ଯ୍ୟଟକଙ୍କ ଭିଡ଼

ଦେଶରେ ଅନଲକ 5 ଲାଗୁ ହେବାପରେ ଦିନକୁ ଜଣେ ଦୁଇ ଜଣ ସ୍ଥାନୀୟ ପର୍ଯ୍ୟଟକ ଆସୁଥିଲେ। ତେବେ ଅନଲକ 5 ପରେ ଆଜି ପ୍ରଥମ ଥର ପାଇଁ 70 ଜଣ ପର୍ଯ୍ୟଟକଙ୍କୁ ଡାଲ ହ୍ରଦରେ ଦେଖିବାକୁ ମିଳିଛି । ଏହି ପର୍ଯ୍ୟଟକମାନେ ସୁଦୁର ମୁମ୍ବାଇରୁ ଆସିଥିବା ସୂଚନା ମିଳିଛି । ଲକଡାଉନ ପରେ ଏଭଳି ଏକ ସ୍ଥାନକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିଥିବା କଥା କହିଛନ୍ତି ପର୍ଯ୍ୟଟକ । ଏହାସହ କାଶ୍ମୀରରେ ଅନଲକ କ୍ୟାମ୍ପେନ ଆରମ୍ଭ କରିବା ଏହି ପର୍ଯ୍ୟଟକଙ୍କ ମୂଳ ଲକ୍ଷ୍ଯ ବୋଲି କହିଛନ୍ତି । ଏହାପରେ ମୁମ୍ବାଇରୁ ଆଉ 40 ଜଣ ପର୍ଯ୍ୟଟକ ଏଠାକୁ ଆସିବା କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ଦେଇଛନ୍ତି ମୁମ୍ବାଇର ଏକ ଘରୋଇ ଟୁର୍ ଆଣ୍ଡ ଟ୍ରାଭେଲ୍ସର ମାଲିକ।

ମୁମ୍ବାଇର ଏକ ଘରୋଇ ଟୁର୍ ଆଣ୍ଡ ଟ୍ରାଭେଲ୍ସର ମାଲିକଙ୍କ ସହାୟତାରେ ଏହି ପର୍ଯ୍ୟଟକମାନେ ଡାଲଲେକକୁ ଆସିଛନ୍ତି। ଅନଲକ କାଶ୍ମୀର ଅଭିଯାନ ନେଇ ଏହି ପର୍ଯ୍ୟଟକମାନେ କାଶ୍ମୀର ଗସ୍ତ କରିଛନ୍ତି। ଡାଲଦ୍ରଦ ଛଡ଼ା ଏହି ପର୍ଯ୍ୟଟକମାନେ କାଶ୍ମୀର ଅନ୍ୟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ମଧ୍ୟ ବୁଲି ଦେଖିଛନ୍ତି । ଏହାସହ ତୁଷାରପାତର ମଜା ନେଇଛନ୍ତି । ଏହି ଅଭିଯାନ ଜରିଆରେ ଭାରତର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ଏଠାକୁ ଆସିବାକୁ ଆମନ୍ତ୍ରଣ କରିଛନ୍ତି ମୁମ୍ବାଇର ଏହି ପର୍ଯ୍ୟଟକମାନେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.