ETV Bharat / bharat

75 ବର୍ଷ ପରେ ଗାଁକୁ ପହଞ୍ଚିଲା ଆଲୋକ, ଖୁସିରେ ଉତ୍ସବ ପାଳିଲେ ଗ୍ରାମବାସୀ

author img

By

Published : Jan 10, 2023, 7:29 AM IST

ସ୍ବାଧୀନତା ପରଠାରୁ ଗ୍ରାମରେ ନଥିଲା ବିଦ୍ୟୁତ ଯୋଗାଣ । 75 ବର୍ଷ ପରେ ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାର ଏକ ଉପାନ୍ତ ଗ୍ରାମକୁ ପ୍ରଥମ ଥର ପାଇଁ ବିଦ୍ୟୁତିକରଣ କରାଯାଇଛି । ଅଧିକ ପଢ଼ନ୍ତୁ

after 75 years village gets electricity
75 ବର୍ଷ ପରେ ଗାଁକୁ ବିଦ୍ୟୁତ ସଂଯୋଗ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ଉପାନ୍ତ ଗ୍ରାମ, ଯେଉଁଠାରେ ସ୍ବାଧୀନତା ପରେ ପ୍ରଥମ ଥର ବିଜୁଳି ଆଲୁଅରେ ଆଲୋକିତ ହେଲା । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ଡୋରୁ ବ୍ଲକ ଅନ୍ତର୍ଗତ ଏକ ଉପାନ୍ତ ଗ୍ରାମ ଟେଥାନରେ 75 ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତିକରଣ ହୋଇନଥିଲା । ବିଜୁଳି ବ୍ୟବସ୍ଥାରୁ ବଞ୍ଚିତ ଥିଲେ ଗ୍ରାମବାସୀ । ଦୀର୍ଘ ବର୍ଷ ପରେ ଗ୍ରାମରେ ବିଦ୍ୟୁତ ଯୋଗାଣ ହୋଇଥିବା ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ପିଏମ ଡେଭଲପମେଣ୍ଟ ପ୍ୟାକେଜ ଯୋଜନା ଅଧୀନରେ ଗ୍ରାମକୁ ବିଦ୍ୟୁତ ଯୋଗାଣ ହୋଇଛି । ଏଥିରେ ଟେଥାନର ପ୍ରାୟ 200 ଲୋକ ଲାଭବାନ ହେବେ ।

ଏହା ମଧ୍ୟ ପଢ଼ନ୍ତୁ: Loan Fraud Case: ପୂର୍ବତନ CEO ଚନ୍ଦା କୋଚର ଓ ସ୍ବାମୀ ଦୀପକଙ୍କୁ ଜାମିନ

ସ୍ବାଧିନତା ପରଠାରୁ ଅନନ୍ତନାଗ ଜିଲ୍ଲା ଡୋରୁ ବ୍ଲକ ଅନ୍ତର୍ଗତ ଟେଥାନ ଗ୍ରାମରେ ବିଦ୍ୟୁତ ନଥିଲା । ଅନନ୍ତନାଗ ଜିଲ୍ଲାଠାରୁ 45 କିମି ଦୂରରେ ଟେଥାନ ଗ୍ରାମ ଅବସ୍ଥିତ। ଏଠାକାର ଲୋକେ କାଠ ଏବଂ ଜାଳେଣି ବ୍ୟବହାର କରୁଥିଲେ ଏବଂ ରାତିରେ ଦୀପ ଲଗାଇ ଘରକୁ ଆଲୁଅ କରୁଥିଲେ । ଏନେଇ ଟେଥାନର ଜଣେ ବାସିନ୍ଦା କହିଛନ୍ତି, "ପ୍ରଥମ କରି ବିଦ୍ୟୁତ ସଂଯୋଗ ଦେଖିଲୁ । ଆମ ପିଲାମାନେ ଆଲୁଅରେ ପାଠ ପଢ଼ିବେ । ଯାହାକୁ ନେଇ ସେମାନେ ଉତ୍ସାହିତ ଅଛନ୍ତି । ବିଦ୍ୟୁତ ଅଭାବରୁ ଅନେକ ସମସ୍ୟାର ସ୍ମୁଖୀନ ହେବାକୁ ପଡୁଥିଲା । ଆଲୁଅର ଆବଶ୍ୟକତା ପାଇଁ ଜାଳେଣି କାଠ ଉପରେ ନିର୍ଭର କରୁଥିଲୁ । ବର୍ତ୍ତମାନ ସମସ୍ୟାର ସମାଧାନ ହୋଇଛି । ବିଦ୍ୟୁତ ଯୋଗାଣ ପାଇଁ ସରକାର ଏବଂ ଉକ୍ତ ବିଭାଗ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛୁ ।" ଗ୍ରାମରେ ଆଲୋକ ଦେଖି ଖୁସି ମନାଇଥିଲେ ଗ୍ରାମବାସୀ । ଆନନ୍ଦ ଉଲ୍ଲାସର ସହ ନାଚଗୀତରେ ସଭିଏଁ ମଜିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଦେଶର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ

ସେହିପରି ଅନ୍ୟ ଜଣେ ବାସିନ୍ଦା କହିଛନ୍ତି, "ମୋର ବୟସ 60 ଛୁଇଁଲାଣି । ଆଜି ପ୍ରଥମ ଥର ବିଦ୍ୟୁତ ଦେଖିଲି । ଏଥିପାଇଁ ବିଦ୍ୟୁତ ବିଭାଗକୁ ଧନ୍ୟବାଦ । ଆମେ ଭାଗ୍ୟବାନ ଯେ, ସରକାର ଗ୍ରାମରେ ବିଦ୍ୟୁତ ଯୋଗାଇ ଦେଇଛନ୍ତି । "2022ରେ ଗ୍ରାମକୁ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅନେକ ସମସ୍ୟା ପରିଲକ୍ଷିତ ହୋଇଥିଲା । ଏହା ସତ୍ତ୍ବେ ଏଠାରେ ଏକ 60 କେଭି ଟ୍ରାନ୍ସଫର୍ମର, 38 ହାଇ ଟେନ୍‌ସନ୍‌ ଲାଇନ୍‌ ଏବଂ 57 ଏଲଟି ପୋଲ ସ୍ଥାପନ କରାଯାଇଛି । ଯାହା 60 ଘରକୁ ବିଦ୍ୟୁତ ଯୋଗାଉଥିବା ବିଦ୍ୟୁତ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.