ପାଟଣା: ବିହାରର ବକ୍ସର ପରେ ଉତ୍ତରପ୍ରଦେଶର ଗାଜିପୁରର ଓ ବାଲିଆର ଗଙ୍ଗା ନଦୀରେ ଭାସୁଛି ମୃତଦେହ । ଏହି ଦୁଇ ଅଞ୍ଚଳରେ ଏବେ କୁଢ କୁଢ ମୃତ ଦେହ ଭାସୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସମସ୍ତ ମୃତ ଦେହ କୋରୋନା ସଂକ୍ରମିତଙ୍କ ବୋଲି ଆଶଙ୍କା କରାଯାଉଛି ।
ବାଲିଆ ବାସିନ୍ଦାଙ୍କ କହିବା ଅନୁସାରେ, ଉଜିୟର, କୁଲହାଡିଆ, ଭାରୁଲି ଘାଟରେ 45ଟି ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରକୃତ ତଥ୍ୟ ମିଳିପାରିନାହିଁ । ବାଲିଆ-ବକ୍ସାର ବ୍ରିଜ ତଳୁ ଉଦ୍ଧାର ହୋଇଥିବା ମୃତଦେହ ଦେଖିବାକୁ ମିଳିଥିବା ବୋଲି ସ୍ଥାନୀୟ ଜିଲ୍ଲାପ୍ରଶାସନ କହିଛନ୍ତି । ତେବେ ଏହି ଘଟଣା ପରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ଗାଜିପୁର ଜିଲ୍ଲାପାଳ ଏମପି ସିଂ କହିଛନ୍ତି, ଏହି ଘଟଣା ବିଷୟରେ ଆମେ ଅବଗତ ଅଛୁ । ଘଟଣା ସ୍ଥଳରେ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏତେ ଗୁଡିଏ ମୃତଦେହ କେଉଁଠି ଓ କିପରି ଆସିଛି ସେନେଇ ଯାଞ୍ଚ ଚାଲୁ ରହିଛି ।
ସୂଚନାଯୋଗ୍ୟ, ବିହାରର ବିକ୍ସର ଜିଲ୍ଲାର ମହାଦେବ ଘାଟରୁ 71 ଟି ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହ କୋରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯିବ ସହ ୟୁପିରୁ ଭାସି ଆସି ଆସିଥିବା କୁହାଯାଉଛି । ଯାହାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ