ETV Bharat / bharat

23 ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ

author img

By

Published : Jan 16, 2022, 12:48 PM IST

ଦୀର୍ଘ 23 ମାସ ପରେ ଜେଲରୁ ମୁକୁଳିଲେ ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ । ତାଙ୍କ ନାଁରେ ରହିଛି ୪୩ଟି ମାମଲା । ଅଧିକ ପଢନ୍ତୁ

23 ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ
23 ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ

ଲକ୍ଷ୍ନୌ:ଜେଲରୁ ମୁକୁଳିଲେ ସମାଜବାଦୀ ପାର୍ଟିର ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ । ଦୀର୍ଘ 23 ମାସ ପରେ ଗତକାଲି ସୀତାପୁର ଜେଲରୁ ତାଙ୍କୁ ମୁକ୍ତ କରାଯାଇଛି । 27 ଫେବୃଆରୀ 2020 ରେ ରାମପୁର ଜେଲରୁ ସ୍ଥାନାନ୍ତରିତ ହେବା ପରେ ଅବଦୁଲ୍ଲା ଏବଂ ତାଙ୍କ ପିତା ସୀତାପୁର ଜେଲରେ ରହିଥିଲେ । ସୀତାପୁର ଜେଲ ଅଧୀକ୍ଷକ ସୁରେଶ ସିଂଙ୍କ କହିବା ଅନୁଯାୟୀ ଅବଦୁଲ୍ଲାଙ୍କ ଜାମିନ ଆଦେଶ ପୂର୍ବରୁ ମିଳିଥିଲେ ସୁଦ୍ଧା ଗ୍ରହଣ କରାଯାଇଥିଲା କାହିଁକିନା ସେଥିରେ ତୃଟି ରହିଥିଲା। ଏହାପରେ ରାମପୁର କୋର୍ଟକୁ ଏକ ନୂଆ ନିର୍ଦ୍ଦେଶ ଆସିବା ପରେ ତାଙ୍କୁ ଜେଲରୁ ଖଲାସ କରାଯାଇଛି ।

ଆଜାମଙ୍କ ବିରୋଧରେ ରାମପୁରରେ 43ଟି ମାମଲା ରୁଜୁ ହୋଇଛି ଏବଂ ଜେଲ କର୍ତ୍ତୃପକ୍ଷ ସମସ୍ତ ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜେଲରୁ ମୁକୁଳିବା ପରେ ତାଙ୍କୁ ତାଙ୍କ ସମର୍ଥକ ମାନେ ସ୍ବାଗତ କରିଥିଲେ । ଏହା ପରେ ତାଙ୍କୁ ରାମପୁର ଅଭିମୁଖେ ନିଆଯାଇଥିଲା । ଗଣମାଧ୍ୟମକୁ ସୂଚନା ଦେଇ ଅବଦୁଲ୍ଲା କହିଛନ୍ତି କି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ‘ଅତ୍ୟାଚାର ଶେଷ ହେବ ଏବଂ ଦଳିତଙ୍କୁ ମାର୍ଚ୍ଚ 10 ରେ ସିଂହାସନ ଦିଆଯିବ’ । ଫେବୃଆରୀ 10 ରୁ ମାର୍ଚ୍ଚ 7 ମଧ୍ୟରେ ସାତୋଟି ପର୍ଯ୍ୟାୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ତେବେ ଅବଦୁଲ୍ଲା ବିଧାନସଭା ନିର୍ବାଚନରେ ​​ରାମପୁରରୁ ଏସପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି । କିନ୍ତୁ ଏନେଇ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ । ସେ ଏହାପୂର୍ବରୁ ରାମପୁରର ସ୍ବାର ନିର୍ବାଚନମଣ୍ଡଳୀରୁ 2017 ବିଧାନସଭା ନିର୍ବାଚନରେ ​​SP ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.