ETV Bharat / bharat

Nuh violence: 13 ଦିନ ପରେ ନୁହରେ ସଚଳ ହେଲା ଇଣ୍ଟରନେଟ ସେବା - ନୁହରେ ସାମ୍ପ୍ରଦାୟିକ ହିଂସାକାଣ୍ଡ

ନୁହଁରେ ସାମ୍ପ୍ରଦାୟିକ ହିଂସାକାଣ୍ଡ । ଦୀର୍ଘ 13 ଦିନ ପରେ ଜିଲ୍ଲାକୁ ଫେରିଲା ଇଣ୍ଟରନେଟ ସେବା। ଅଧିକ ପଢନ୍ତୁ

Internet services restored in violence hit Nuh

author img

By

Published : Aug 14, 2023, 11:46 AM IST

ଚଣ୍ଡିଗଡ: ହରିୟାଣାରେ ସାମ୍ପ୍ରଦାୟିକ ହିଂସା ଘଟଣା । ଧୀରେଧୀରେ ଶାନ୍ତ ହେଉଛି ନୁହ ଜିଲ୍ଲା । ଦୀର୍ଘ 13 ଦିନ ପରେ ଜିଲ୍ଲାକୁ ଫେରିଲା ଇଣ୍ଟରନେଟ ସେବା । ସ୍ଥିତି ନିୟନ୍ତ୍ରଣ ପାଇଁ ବନ୍ଦ ରହିଥିବା ଇଣ୍ଟରନେଟ ସେବା ଆଜିଠାରୁ ପୁଣି ସଚଳ ହୋଇଛି । ଦୀର୍ଘ 13 ଦିନ ପରେ ଇଣ୍ଟରନେଟ୍‌ ସେବା ନୁହଁ ଜିଲ୍ଲାକୁ ଫେରିଛି । ଅପ୍ରୀତିକର ପରିସ୍ଥିତକୁ ଏଡ଼ାଇବାକୁ ହରିୟାଣା ସରକାର ନୁହଁ ସମେତ ଏହି 3 ଜିଲ୍ଲାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଥିଲା ।

ଏହିସବୁ ଜିଲ୍ଲାରେ ସ୍ଥିତି ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଏଠାରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କାରଣ ଏସ୍‌ଏମଏସ୍ ଓ ହ୍ବାର୍ଟ୍ସଆପ, ଫେସବୁକ୍‌, ଟ୍ବିଟର୍‌ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ମଧ୍ୟରେ ଗୁଜବ ତଥା ବିଭ୍ରାନ୍ତିକର ସୂଚନା ପ୍ରସାର କରାଯାଉଥିଲା । ଗୁଜବ ଆଧାରରେ ଆନ୍ଦୋଳନକାରୀମାନେ ହିଂସା ଘଟାଉଥିଲେ । ଏହି ଦୃଷ୍ଟିରୁ ଇଣ୍ଟରନେଟ୍‌ ନେଟ୍‌ ସେବା ବନ୍ଦ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-Nuh violence: 28ରେ ପୁଣି ‘ବ୍ରଜମଣ୍ଡଳ ଯାତ୍ରା’ ଆୟୋଜନ ଘୋଷଣା କଲା ବିଶ୍ବ ହିନ୍ଦୁ ପରିଷଦ

ହିଂସାକାଣ୍ଡକୁ ନେଇ ରବିବାର ପଲଓ୍ବାଲରେ ମହାପଞ୍ଚାୟତ ଆୟୋଜନ କରିଥିଲା ହିନ୍ଦୁ ସଂଗଠନ । ହିଂସା ପରେ ବନ୍ଦ ରହିଥିବା ବ୍ରଜମଣ୍ଡଳ ଯାତ୍ରାକୁ ପୁଣି ଥରେ ଅଗଷ୍ଟ 28ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହାସହ ଗତମାସ ଶେଷରେ ସଂଗଠିତ ହୋଇଥିବା ହିଂସା ଘଟଣାରେ ମଧ୍ୟ ଏକାଧିକ ଦାବି ସମ୍ପର୍କରେ ମହାପଞ୍ଚାୟତରେ ଆଲୋଚନା ହୋଇଥିଲା । ନୁହ ହିଂସା ଏକ ଯୋଜନାବଦ୍ଧ ହିଂସାକାଣ୍ଡ ଓ ଏଥିରେ ଆତଙ୍କୀ ଲିଙ୍କ୍‌ ଥିବା ଅଭିଯୋଗକୁ ପୁଣି ଥରେ ମହାପଞ୍ଚାୟତରେ ଦୋହରାଇଥିଲା ହିନ୍ଦୁପକ୍ଷ ।

ଜୁଲାଇ 31 ତାରିଖରେ ନୁହ ଜିଲ୍ଲାରେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ଏକ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟିଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ପଥରମାଡ଼ କରିବା ପରେ ଭୟଙ୍କର ସଂଘର୍ଷ ହୋଇଥିଲା । ଏଥିରେ 2 ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 60ରୁ ଊର୍ଦ୍ଧ୍ବ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦଙ୍ଗାକାରୀ ମାନେ ଏକାଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଧିଧୀରେଧୀରେ ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀ ସମେତ ଗୁରୁଗ୍ରାମ ଓ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା । ଏହି ମାମଲାର ତଦନ୍ତ ଆତଙ୍କୀ ଲିଙ୍କ୍‌ ଦିଗରୁ କରିବା ପାଇଁ ହିନ୍ଦୁ ସଂଗଠନ ଦାବି କରିଥିଲା । ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ 227 ଜଣଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.