ମୁମ୍ବାଇ: ଆଜି ଠାରୁ ମହାରାଷ୍ଟ୍ରରେ ଖୋଲିଲା ସମସ୍ତ ସ୍କୁଲ । କୋରୋନା ମହାମାରୀ ପାଇଁ ଦୀର୍ଘ ୧୮ ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିଲା । କୋରୋନା ଗାଇଡଲାଇନ ଅନୁସାରେ ଆଜିଠାରୁ ସ୍କୁଲ ଗୁଡିକ ଖୋଲିଛି । ଗ୍ରାମାଞ୍ଚଳରେ ସକାଳ ୫ଟାରୁ ୧୨ ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଥିବା ବେଳେ ସହରାଞ୍ଚଳ ପାଇଁ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ‘ମୋ ସ୍କୁଲ ମୋ ଦାୟିତ୍ବ’ ଅଭିଯାନ ଜରିଆରେ ଆଜି ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଭିସି ଯୋଗେ ଦିନ ୧୨ଟାରେ କଥା ହୋଇଛନ୍ତି ।
-
Wishing all parents and students the very best as schools reopen across the state today. We hope you enjoy your first day back in a safe atmosphere. #BackToSchool. #चलामुलांनोचला @scertmaha @CMOMaharashtra @msbshse
— Prof. Varsha Eknath Gaikwad (@VarshaEGaikwad) October 4, 2021 " class="align-text-top noRightClick twitterSection" data="
">Wishing all parents and students the very best as schools reopen across the state today. We hope you enjoy your first day back in a safe atmosphere. #BackToSchool. #चलामुलांनोचला @scertmaha @CMOMaharashtra @msbshse
— Prof. Varsha Eknath Gaikwad (@VarshaEGaikwad) October 4, 2021Wishing all parents and students the very best as schools reopen across the state today. We hope you enjoy your first day back in a safe atmosphere. #BackToSchool. #चलामुलांनोचला @scertmaha @CMOMaharashtra @msbshse
— Prof. Varsha Eknath Gaikwad (@VarshaEGaikwad) October 4, 2021
ଏହାସହ ରାଜ୍ୟ ଶିକ୍ଷାମନ୍ତ୍ରୀ ଏନେଇ ଏକ ଟୁଇଟ ମଧ୍ୟ କରିଛନ୍ତି । ଏହାସହ ଏକ କ୍ଲାସ ରୁମର ଭିଡିଓ ମଧ୍ୟ ଛାଡିଛନ୍ତି । ଏହାପୂର୍ବରୁ ମନ୍ତ୍ରୀ ମଧ୍ୟ ଏକ ମରାଠି ଭାଷାରେ ଏକ ଟୁଇଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ, ଆଜିଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲୁଛି । ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସ୍କୁଲର ପ୍ରଥମ ଦିନ ନିରାପଦ ଓ ଖୁସିରେ କଟିବ ବୋଲି ସେ କହିଛନ୍ତି ।
ସେପଟେ, ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ସ୍କୁଲ ଚାଲିଛି । ସ୍କୁଲରେ କୋଭିଡ ନିୟମ କଡାକଡି ପାଳନ ହେବ । ଯଦି ପିଲାମାନେ ସ୍କୁଲ ଆସିବେ । ତେବେ, ସେମାନ ନିଜ ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ଆଣି ସ୍କୁଲରେ ଦାଖଲ କରିବାକୁ କୁହାଯାଇଛି । ଗତ ବର୍ଷ ଦେଶରେ ମହାମାରୀ ଦେଖାଦେବା ପରେ ମାର୍ଚ୍ଚରେ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ