ETV Bharat / bharat

Assam: 28 ଜିଲ୍ଲାରୁ ହଟିଲା AFSPA, ଜାଣନ୍ତୁ କାହିଁକି ଲାଗୁ ହୋଇଥିଲା ? - ଆସାମରୁ ହଟିଲା ସଶସ୍ତ୍ର ବଳ ଆକ୍ଟ

ଆସାମର 28 ଜିଲ୍ଲାରୁ ହଟିଲା ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA)। ସ୍ଥିତିରେ ସୁଧାର ଆସିବା ପରେ ନିଷ୍ପତ୍ତି । ଅଧିକ ପଢନ୍ତୁ

Assam: 28 ଜିଲ୍ଲାରୁ ହଟିଲା AFSPA
Assam: 28 ଜିଲ୍ଲାରୁ ହଟିଲା AFSPA
author img

By

Published : May 27, 2023, 8:17 PM IST

ଗୌହାଟୀ: ଉତ୍ତର-ପୂର୍ବ ରାଜ୍ୟ ଆସାମର 28 ଜିଲ୍ଲାରୁ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) ପ୍ରତ୍ୟାହାର କରାଯାଇଛି । ମୋଟ 36 ଜିଲ୍ଲାରୁ 28ରେ ହିଂସା ସ୍ଥିତିରେ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ସ୍ଥିତି ସୁଧୁରିବା ପରେ ଏହାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରତ୍ୟାହାର କରିଛି । ସ୍ଥିତିରେ ସୁଧାର ପରେ 28 ଜିଲ୍ଲାରୁ ଏହି ସ୍ବତନ୍ତ୍ର ସାମରିକ ଆଇନକୁ ପ୍ରତ୍ୟାହାର କରାଯାଇଥିବା ଆସାମ ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଏକ ଟ୍ବିଟରେ ସୂଚନା ଦେଇ ଆସାମ ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଆସାମବାସୀଙ୍କ ସହଯୋଗରେ ଆସାମ ପୋଲିସ ବିଭାଗ ଏବେ ଅଧିକ ଦକ୍ଷ ହୋଇପାରିଛି । ଏବେ ରାଜ୍ୟର ମୋଟ 36 ଜିଲ୍ଲାରୁ 28 ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆସିବା ପରେ ଏହାକୁ ପ୍ରତ୍ୟାହାର କରାଯିବା ନେଇ ନିଷ୍ପତ୍ତି ଗ୍ରହଣ ହରାଯାଇଛି । ଏହି ସବୁ ଜିଲ୍ଲାମାନଙ୍କରେ ମୁତୟନ ହୋଇଥିବା କେନ୍ଦ୍ରୀୟ ଫୋର୍ସକୁ ପ୍ରତ୍ୟାହାର କରାଯିବ । କିଛି ବର୍ଷ ପୂର୍ବରୁ 210 କେନ୍ଦ୍ରୀୟ ଫୋର୍ସ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିୟୋଜିତ ହୋଇଥିଲେ । ହେଲେ ସ୍ଥିତିରେ ସୁଧାର ଆସିବା ପରେ ଏବେ କେନ୍ଦ୍ରୀୟ ସଂଖ୍ୟା ମାତ୍ର 83 ରେ ପହଞ୍ଚଛି । ଅବଶିଷ୍ଟ ଜିଲ୍ଲାରେ ମଧ୍ୟ ସ୍ଥିତି ସୁଧୁରିବା ପରେ ଏହି ଆଇନକୁ ପ୍ରତ୍ୟାହାର କରାଯିବ ।’’

କେବେ ଆସାମରେ ଲାଗୁ ହୋଇଥିଲା AFSPA

1983 ମସିହା ଏପ୍ରିଲ 10 ତାରିଖରେ ଆସାମରେ AFSPA ଲାଗୁ କରାଯାଇଥିଲା । ତତ୍କାଳୀନ ସମୟରେ ଗୋଲପାରା ଜିଲ୍ଲାରେ ହୋଇଥିବା ଏକ ହିଂସାରେ ମୋଟ 18 ଲୋକଙ୍କ ପ୍ରାଣହାନୀ ପରେ ଏହାକୁ ଲାଗୁ କରିଥିଲା କେନ୍ଦ୍ର ସରକାର । ପ୍ରାଥମିକ ପର୍ଯ୍ୟାୟରେ ଏହି ଆଇନକୁ ରାଜ୍ୟର 10 ଜିଲ୍ଲାର 83 ଥାନାରେ ଲାଗୁ କରାଯାଇଥିଲା । ପରେ ଉଗ୍ରବାଦ ବଢିବା କାରଣରୁ ଏହାକୁ ଆସାମର ଅନ୍ୟ ଭାଗକୁ ମଧ୍ୟ ସମ୍ପ୍ରସାରିତ କରାଯାଇଥିଲା । କେବଳ ଆସାମ ନୁହେଁ ବରଂ ଉତ୍ତର ପୂର୍ବ ଅନ୍ୟ ରାଜ୍ୟରେ ମଧ୍ୟ ଏହି ଆଇନକୁ ଲାଗୁ କରାଯାଇଛି ।

ଏହାକୁ ନେଇ ପରେ ବିବାଦ ଦେଖାଯିବା ସହ ଏହାକୁ ପ୍ରତ୍ୟାହାର କରିବା ପାଇଁ ଆସାମ ସମେତ ଅନ୍ୟ ଉତ୍ତର ପୂର୍ବ ରାଜ୍ୟବାସୀ ଦାବି କରି ଆସୁଥିଲେ । ହେଲେ ସ୍ଥିତି ସ୍ବାଭାବିକ ହୋଇନଥିବା କାରଣରୁ କେନ୍ଦ୍ର ସରକାର ଏହି ବିବାଦୀୟ ସାମରିକ ଆଇନକୁ ବଳବତ୍ତର ରଖିଥିଲେ । 2014 ରେ ମୋଦି ସରକାର ଆସିବା ପରେ ଏହାର ପର୍ଯ୍ୟାୟକ୍ରମେ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସ୍ଥିତିରେ କ୍ରମଶଃ ସୁଧାର ଆସିବା ପରେ ଏବେ ଧିରେ ଧିରେ ଏହାକୁ ବିଭିନ୍ନ ଉତ୍ତର ପୂର୍ବ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତ୍ୟାହାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.