ETV Bharat / bharat

ଆଉ 6 ମାସ ଯାଏଁ ନାଗାଲାଣ୍ଡରେ ବଢିଲା AFSPA ଆଇନ - ସଶସ୍ତ୍ରବଳ ବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ ଖବର

ବିରୋଧ ଭିତରେ ନାଗାଲାଣ୍ଡରେ ଆଉ ୬ ମାସ ଯାଏଁ ବଢ଼ିଲା ଆଫସ୍ପା (AFSPA) ଆଇନ(controversial Armed Forces Special Powers Act, 1958) । ବିବାଦୀୟ ଆଇନ ‘ଏଏଫଏସ୍‌ପିଏ’କୁ ଆହୁରି ୬ ମାସ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

ଆଉ 6 ମାସ ଯାଏଁ ନାଗାଲାଣ୍ଡରେ ବଢିଲା AFSPA ଆଇନ

author img

By

Published : Dec 30, 2021, 12:48 PM IST

କୋହିମା: ବିରୋଧ ଭିତରେ ନାଗାଲାଣ୍ଡରେ ଆଉ ୬ ମାସ ଯାଏଁ ବଢ଼ିଲା ଆଫସ୍ପା (AFSPA) ଆଇନ (controversial Armed Forces Special Powers Act, 1958) । ନାଗାଲାଣ୍ଡରେ ସେନାକୁ ଅଖଣ୍ଡ କ୍ଷମତାଶୀଳ କରୁଥିବା ବିବାଦୀୟ ଆଇନ ‘ଏଏଫଏସ୍‌ପିଏ’କୁ ଆହୁରି ୬ ମାସ ବୃଦ୍ଧି କରାଯାଇଛି।

ଆଉ 6 ମାସ ଯାଏଁ ନାଗାଲାଣ୍ଡରେ ବଢିପାରେ AFSPA
ଆଉ 6 ମାସ ଯାଏଁ ନାଗାଲାଣ୍ଡରେ ବଢିପାରେ AFSPA

ସଶସ୍ତ୍ରବଳ ଅଧିକାର ଅଧିନିୟମ ବା AFSPA ଅଶାନ୍ତ ଅଞ୍ଚଳ ଘୋଷିତ ହୋଇଥିବା ସ୍ଥାନରେ ସେନାକୁ ସ୍ବତନ୍ତ୍ର ଭାବେ ଅପରେସନ୍‌ କରିବା ପାଇଁ ବ୍ୟାପକ ଅଧିକାର ଦିଆଯାଇଥାଏ । ଅବାଧ ଅଭିଯାନ ଚଳାଇବା ଲାଗି ସେନାକୁ କ୍ଷମତା ଦିଆଯାଏ। ‘ଏଏଫଏସ୍‌ପିଏ’ ଲାଗୁ ହୋଇଥିବା ଅଞ୍ଚଳର ସେନା କର୍ମଚାରୀଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ବିନା ବଳପୂର୍ବକ ମାମଲା ରୁଜ୍ଜୁ ହୋଇପାରିବ ନାହିଁ ।

ଏଏଫଏସ୍‌ପିଏ’ ପ୍ରତ୍ୟାହାର କରି ନେବାକୁ ‘ନାଗାଲାଣ୍ଡସ୍‌ ରାଇଟ୍‌ସ୍‌ ଗ୍ରୁପ୍ସ୍’ ଏବଂ ରାଜ୍ୟ ସରକାର ମଧ୍ୟ ଦାବି କରି ଆସୁଛନ୍ତି। ଦୀର୍ଘ ଦିନ ହେବ ‘ବିଶୃଙ୍ଖଳିତ ଅଞ୍ଚଳ’ ଭାବେ ରହି ଆସୁଥିବା ନାଗାଲାଣ୍ଡରେ କିଛି ବର୍ଷ ହେବ ପ୍ରତି ୬ ମାସରେ ଥରେ ‘ଏଏଫଏସ୍‌ପିଏ’ ସମୟ ସୀମା ବୃଦ୍ଧି କରାଯାଉଛି।

ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖ ଦିନ ଆତଙ୍କୀ ଅପରେସନ୍‌ ବେଳେ ସେନା ଭୁଲ୍‌ରେ ଆତଙ୍କବାଦୀ ଭାବି ସାଧାରଣଜନତାଙ୍କୁ ଗୁଳି କରିଥିଲା। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ସେଠାକାର ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ସେନା ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିଲେ। ଏହି ଘଟଣାର ତଦନ୍ତ ଚାଲିଛି । ଏହାପରେ AFSPA ଆଇନ ପ୍ରତ୍ୟାହାର ପାଇଁ ଦାବି ବୃଦ୍ଧି ପାଇବାରେ ଲାଗିଥିଲା । AFSPA ପ୍ରତ୍ୟାହାର ପାଇଁ ନାଗାଲାଣ୍ଡର ରାଜଧାନୀ କୋହିମା ସମେତ ଅନେକ ଜିଲ୍ଲାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆହୁରି ପଢନ୍ତୁ...Nagaland Firing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି

ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ସଶସ୍ତ୍ରବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ (ARMED FORCES SPECIAL POWERS) ACT, 1958 ପ୍ରତ୍ୟାହାର ଦାବି ଥମିବାର ନାଁ ନେଉ ନଥିଲା । ଏହି ଆଇନ ପ୍ରତ୍ୟାହାର ନେଇ ସରକାରୀ ଭାବେ ପ୍ରକ୍ରିୟା ଆରମ୍ଭ କରିଥିଲେ ନାଗାଲାଣ୍ଡ ସରକାର । ଏ ନେଇ ନାଗାଲାଣ୍ଡ କ୍ୟାବିନେଟ ବୈଠକରେ ଏହି AFSPA ଆଇନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଥିଲା । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖି ଦାବି କରାଯିବା ସହ ଚାପ ପ୍ରୟୋଗ କରାଯିବା ନେଇ ସୂଚନା ଦେଇଥିଲେ ନାଗାଲାଣ୍ଡ ସରକାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.