ETV Bharat / bharat

ଭାରତ ପହଞ୍ଚିବା ପରେ କୋହ ସମ୍ଭାଳି ପାରିଲେନି ଆଫଗାନ ସାଂସଦ

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି। କାବୁଲରୁ ଭାରତକୁ ଅଣାଯାଇଥିବା ଆଫଗାନିସ୍ତାନ ସାଂସଦ ନରିନ୍ଦର ସିଂ ଖାଲସା କାନ୍ଦୁଥିଲେ । ଏକ ଭାବପ୍ରବଣ ହୋଇ ନରିନ୍ଦର କହିଛନ୍ତି ଯେ 'ମୋତେ କାନ୍ଦିବା ଭଳି ଲାଗୁଛି ... ଗତ 20 ବର୍ଷ ମଧ୍ୟରେ ଯାହା ନିର୍ମାଣ କରାଯାଇଥିଲା, ତାହା ବର୍ତ୍ତମାନ ଶେଷ ହୋଇଛି'। ଅଧିକ ପଢନ୍ତୁ...

author img

By

Published : Aug 22, 2021, 5:57 PM IST

Afghanistan's MP Narender Singh Khalsa
ଭାରତ ପହଞ୍ଚିବା ପରେ କୋହ ସମ୍ଭାଳି ପାରିଲେନି ଆଫଗାନ ସାଂସଦ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଦିନକୁ ଦିନ ସ୍ଥିତି ଅତି ଭୟାନକ ହେବାରେ ଲାଗିଛି । ଏଭଳି ସ୍ଥିତିରେ ସାରା ବିଶ୍ବରୁ ନିଜ ନିଜ ଦେଶର ନାଗରିକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ଏହି ସମୟରେ ଆଫଗାନ ସାଂସଦ ନରିନ୍ଦର ସିଂହ ଖାଲସା ତାଲିବାନଙ୍କ କବଳରୁ ମୁକୁଳି ଭାରତରେ ପହଞ୍ଚିଛନ୍ତି । ଭାରତରେ ପହଞ୍ଚିବା ପରେ ଭାବୁକ ହୋଇଛନ୍ତି ଏହି ଆଫଗାନ ସାଂସଦ। ସେ କାନ୍ଦି କାନ୍ଦି କହିଛନ୍ତି ଯେ ଗତ ୨୦ ବର୍ଷରେ ଯାହା ନିର୍ମାଣ କରାଯାଇଥିଲା, ସମସ୍ତ ଜିନିଷକୁ ମାଟିରେ ମିଶାଇ ଦିଆଯାଇଛି ।

ଆଜି ଭାରତୀୟ ବାୟୁସେନାର ବିମାନରେ ଭାରତରେ ପହଞ୍ଚିଛନ୍ତି ଆଫଗାନରେ ଶିଖ ସାଂସଦ ନରିନ୍ଦର ସିଂହ ଖାଲସା । ଆଫଗାନିସ୍ତାନର ସ୍ଥିତି ନେଇ କହିଛନ୍ତି ନରିନ୍ଦର ସିଂହ କହିଛନ୍ତି ଯେ ବର୍ତ୍ତମାନ କାବୁଲ ଏୟାରପୋର୍ଟରେ ସମସ୍ତ ଗେଟରେ ୫ ରୁ ୬ ହଜାର ତାଲିବାନ ରହିଛନ୍ତି । ସ୍ଥିତି ବହୁତ ଖରାପ ହୋଇଯାଇଛି । ସେଠାରେ କେଉଁମାନେ ଭଲଲୋକ ଅଛନ୍ତି କେଉଁ ମାନେ ଖରାପ ଲୋକ ଅଛନ୍ତି ତାହା ମଧ୍ୟ ଜଣାପଡୁନାହିଁ । ଆପଣ ସେଠାରେ ଜଣେ ସାଂସଦ ହୋଇ ମଧ୍ୟ କାହିଁକି କାନ୍ଦୁଛନ୍ତି ବୋଲି ଗଣମାଧ୍ୟମ ପ୍ରଶ୍ନ କରିବାରୁ କହିଛନ୍ତି ଯେ ବର୍ତ୍ତମାନ ସେଠାରେ ସବୁ ଜିନିଷ ଶେଷ ହୋଇଯାଇଛି । ଏହା ସହ ବର୍ତ୍ତମାନ ସେଠାରେ ୨୦୦ ଶିଖ ଓ ହିନ୍ଦୁ ଭାଇ ଭଉଣୀମାନେ ଫସି ରହିଛନ୍ତି । ତାଲିବାନମାନେ ଆସି ଲୋକଙ୍କୁ ଆକ୍ରମଣ କରୁଥିବା କହିଛନ୍ତି ।

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଆଫଗାନିସ୍ତାନର ସ୍ଥିତି ଦୟନୀୟ ହୋଇପଡିଛି ଚାରିଆଡେ ଆରାଜକତା ଦେଖାଦେଇଛି । ଆଜି ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନରେ ୧୦୭ ଜଣ ଭାରତୀୟ ସମେତ ୧୬୮ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସୂଚନାଥାଉକି କାବୁଲ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଲୋକଙ୍କ ଗହଳି ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ୭ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଏଭଳି ଘଟଣା ଘଟିଥିବା ବ୍ରିଟିଶ ସେନା ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.