ETV Bharat / bharat

India-Central Asia Summit: ସ୍ଥାନ ପାଇଲା ଆଫଗାନସ୍ତାନ ପ୍ରସଙ୍ଗ - ଭାରତ କେନ୍ଦ୍ର ଏସିଆ ସମ୍ମିଳନୀ ଖବର

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଅନୁଷ୍ଠିତ ହେଲା ପ୍ରଥମ ଭାରତ-କେନ୍ଦ୍ର-ଏସୀୟ ରାଷ୍ଟ୍ର ସମ୍ମିଳନୀ । ଆଫଗାନିସ୍ତାନରେ ସ୍ଥିରତା ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ

India-Central Asia Summit: ସ୍ଥାନ ପାଇଲା ଆଫଗାନସ୍ତାନ ପ୍ରସଙ୍ଗ

author img

By

Published : Jan 28, 2022, 6:46 AM IST

ନୂଆଦିଲ୍ଲୀ: ଗୁରୁବାର ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଭାରତ-କେନ୍ଦ୍ର ଏସୀୟ ସମ୍ମିଳନୀ । ନୂଆଦିଲ୍ଲୀରେ ଆୟୋଜିତ ଏହି ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆଫଗାନିସ୍ତାନ ପ୍ରସଙ୍ଗକୁ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ଦିଆଯାଇଛି । ଏଥିରେ ୫ କେନ୍ଦ୍ର-ଏସୀୟ ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମରେ କାଜାଖସ୍ତାନର ରାଷ୍ଟ୍ରପତି କାସୀମ ଜୋମାର୍ଟ ଟୋକାଏଭ, କିର୍ଗିଜସ୍ଥାନର ରାଷ୍ଟ୍ରପତି ସାଦିର ଜାପାରୋଭ, ତାଜିକିସ୍ତାନର ରାଷ୍ଟ୍ରପତି ଇମୋମାଲି ରହମାନ, ତୁର୍କମେନିସ୍ତାନର ରାଷ୍ଟ୍ରପତି ଗୁରୁବାଙ୍ଗୁଲି ବର୍ଡିମୁହାମେଡୋଭ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଶାବକତ ମିର୍ଜିୟୋଭରେ ଏହି ଭର୍ଚୁଆଲ ଫର୍ମାଟରେ ଅଂଶଗ୍ରହଣ କରିଥିଲେ । ଭାରତ ଏବଂ ମଧ୍ୟ ଏସିଆ ଦେଶଗୁଡ଼ିକ ସହିତ କୂଟନୈତିକ ସମ୍ପର୍କର 30ତମ ବାର୍ଷିକୀ ପାଳନ କରୁଥିବାରୁ ଏହି ବୈଠକର ସମୟ ବିଶେଷ ମହତ୍ବପୂର୍ଣ୍ଣ ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବ (ପଶ୍ଚିମ) ରିନାତ ସାନ୍ଧୁ ଏହି ସମ୍ମିଳନୀରେ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ବକ୍ତବ୍ୟରେ କହିଛନ୍ତି ଯେ, ଆଫଗାନିସ୍ତାନର ବିକାଶଶୀଳ ପରିସ୍ଥିତି, ଏହାର ନିରାପତ୍ତା ତଥା ସ୍ଥିରତା ଓ ଏହାର ପ୍ରଭାବ ଉପରେ ଏହି ସମ୍ମିଳନୀରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି ।

ଏକ ଶାନ୍ତିପୂର୍ଣ୍ଣ, ନିରାପଦ ଏବଂ ସ୍ଥିର ଆଫଗାନିସ୍ତାନ ପାଇଁ ଭାରତ ସମେତ ଅନ୍ୟ ନେତାମାନେ ଦୃଢ ସମର୍ଥନ ଜଣାଇଛନ୍ତି । ଏହି ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବା ନେଇ ସହମତି ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.