ETV Bharat / bharat

ନିବେଶକଙ୍କୁ ଆଫଗାନିସ୍ତାନ ଫେରିବାକୁ ଅନୁରୋଧ କଲେ ତାଲିବାନ ସରକାର - ତାଲିବାନ ସରକାରଙ୍କ ନିବେଶକଙ୍କୁ ନିବେଦନ

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନର ତାଲିବାନ ସରକାରଙ୍କ ପକ୍ଷରୁ ନିବେଶକଙ୍କୁ ନିବେଦନ । ନିବେଶକଙ୍କୁ ଆଫଗାନିସ୍ତାନକୁ ଫେରି ନିବେଶ କରିବା ପାଇଁ ନିବେଦନ କରିଛନ୍ତି ତାଲିବାନ ସରକାର ପ୍ରଥମ ଉପ-ପ୍ରଧାନନ୍ତ୍ରୀ ମୁଲ୍ଲାହ ଅବଦୁଲ୍‌ ଘନି ବରାଦର । ଅଧିକ ପଢନ୍ତୁ

ନିବେଶକଙ୍କୁ  ନିବେଦନ; ଆଫଗାନିସ୍ତାନ ଫେରିବାକୁ ଅନୁରୋଧ କଲେ ତାଲିବାନ ସରକାର

author img

By

Published : Mar 4, 2022, 10:57 PM IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନର ତାଲିବାନ ସରକାରଙ୍କ ପକ୍ଷରୁ ନିବେଶକଙ୍କୁ ନିବେଦନ । ନିବେଶକଙ୍କୁ ଆଫଗାନିସ୍ତାନକୁ ଫେରି ନିବେଶ କରିବା ପାଇଁ ନିବେଦନ କରିଛନ୍ତି ତାଲିବାନ ସରକାର ପ୍ରଥମ ଉପ-ପ୍ରଧାନନ୍ତ୍ରୀ ମୁଲ୍ଲାହ ଅବଦୁଲ୍‌ ଘନି ବରାଦର । ତେବେ ଆଜି କାବୁଲରେ ଆୟୋଜିତ ଆଫଗାନିସ୍ତାନ ଜାତୀୟ ଘରୋଇ କ୍ଷେତ୍ର ସମ୍ମିଳନୀରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।

ସେହିପରି ଅନ୍ୟ ଦେଶରେ ରହୁଥିବା ଆଫଗାନ ନିବେଶକଙ୍କୁ ସ୍ବଦେଶ ଫେରିବା ପାଇଁ ସେ ଅନୁରୋଧ କରିବା ସହ ଏଠାରେ ଆସି ନିବେଶ କରିବାକୁ କହିଛନ୍ତି । ଏଥିସହ ନିବେଶକଙ୍କ ସୁରକ୍ଷା ଓ ସମ୍ପତ୍ତିର ସୁରକ୍ଷା ଶତ ପ୍ରତିଶତ ନେବୁ ବୋଲି ସେ କହିଛନ୍ତି । ଏହା ସହିତ ଅନ୍ତର୍ଜାତୀୟ ସ୍ତରରେ ଲଗାଯାଇଥିବା ପ୍ରତିବନ୍ଧକ ଧୀରେ ଧୀରେ ହ୍ରାସ କରାଯାଉଛି ବୋଲି ମୁଲ୍ଲାହ ବରାଦର କହିଛନ୍ତି ।

ସେହିଭଳି କମ୍ପାନୀ ଗୁଡିକକୁ ଅଧିକରୁ ଅଧିକ ସୁବିଧା ଆମେ ଯୋଗାଇ ଦେବା ଲାଗି ସବୁ ଚେଷ୍ଟା ଜାରି ରଖିଛୁ । ବାଣିଜ୍ୟ ଓ ନିବେଶ ଏବଂ ସହଯୋଗ ଦ୍ବାରା ଆଫଗାନିସ୍ତାନର ଆର୍ଥିକ ସ୍ଥିତି ମଜୁବୁତ୍‌ ହେବା ସହ ବୃଦ୍ଧି ହେବ ବୋଲି ବରାଦର କହିଛନ୍ତି । ତେବେ ଗତ ବର୍ଷ ଅଗଷ୍ଟ ମାସ ୧୫ ତାରିଖରେ ବିଶ୍ବ ବ୍ୟାଙ୍କ ପକ୍ଷରୁ ୧ ବିଲିୟନ ଡଲାର କାରବାର ଉପରେ ରୋକ ଲଗାଇ ଥିଲେ ।

ଅନ୍ୟପଟେ ଡା ଆଫଗାନିସ୍ତାନ ବ୍ୟାଙ୍କ(DAB) ଉପରେ ଲାଗି ଥିବା ଏହି ପ୍ରତିବନ୍ଧକକୁ ମଙ୍ଗଳବାର ବିଶ୍ବ ବ୍ୟାଙ୍କ ଏହାକୁ ଉଠାଇ ନେଇଛି ବୋଲି ତାଲିବାନ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ବିଶ୍ବ ବ୍ୟାଙ୍କର ଏହି ନିଷ୍ପତ୍ତିକୁ ତାଲିବାନ ସରକାର ସ୍ବାଗତ କରିଛନ୍ତି । ଏହା ଦ୍ବାରା ଆଫଗାନିସ୍ତାନର ଆର୍ଥିକ କାରାବାର ସହ ଅର୍ଥନୀତି ସୃଦଢ ହେବ ବୋଲି ମୁଲ୍ଲାହ ଅବଦୁଲ ଘନି ବରାଦର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.