ETV Bharat / bharat

ସ୍ବଦେଶ ଫେରିଲେ ଆଉ 146 ଭାରତୀୟ: ଆହୁରି ଫସି ରହିଛନ୍ତି ହଜାରରୁ ଊର୍ଦ୍ଧ୍ବ - କାବୁଲରୁ ଦିଲ୍ଲୀ ପହଞ୍ଚିଲେ

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଥିବା ବେଳେ ଆଜି ପୁଣି ବିଭିନ୍ନ ବିମାନ ଯୋଗେ 146 ଜଣ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ଆଜି ଦିଲ୍ଲୀରେ ପହଞ୍ଚିଲେ 146 ଭାରତୀୟ: ଆହୁରି ହଜା‌ରେ ଭାରତୀୟ ଫସିଥିବା ସୂଚନା

author img

By

Published : Aug 23, 2021, 11:06 AM IST

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସ୍ବଦେଶ ଫେରୁଛନ୍ତି ବିଭିନ୍ନ ଦେଶର ନାଗରିକ । ତେବେ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଥିବା ବେଳେ ଆଜି ପୁଣି ବିଭିନ୍ନ ବିମାନ ଯୋଗେ 146 ଜଣ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି 146 ଜଣ ଯାତ୍ରୀଙ୍କୁ ଅଲଗା ଅଲଗା ବିମାନରୁ ବାହାର କରି ଭାରତକୁ ଅଣାଯାଇଛି । କିଛି ବିମାନ ମଧ୍ୟ ବିଭିନ୍ନ ଦେଶରୁ ଆସି ଏଠାରେ ପହଞ୍ଚିଛି । ଏହି ଲୋକମାନଙ୍କୁ ଆମେରିକା ଏବଂ ଅନ୍ୟ ଦେଶମାନଙ୍କ ଦ୍ବାରା ଉଦ୍ଧାର କରାଯାଇଛି ।

ଆଜି ଦିଲ୍ଲୀରେ ପହଞ୍ଚିଲେ 146 ଭାରତୀୟ: ଆହୁରି ହଜା‌ରେ ଭାରତୀୟ ଫସିଥିବା ସୂଚନା

ଆଜି ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ସୁନୀଲ ନାମକ ଜଣେ ଯୁବକ କହିଛନ୍ତି ଯେ, ଆମେ ଅଗଷ୍ଟ 14 ରୁ ସେଠାରୁ ବାହାରିଥିଲୁ। କିନ୍ତୁ ଆମେରିକା ଦୂତାବାସର ଏକ ବିମାନ ଆମକୁ କତାରକୁ ନେଇଯାଇଥିଲା, ଯେଉଁଠାରେ ଆମେ ଏକ ସେନା ବେସରେ ରହିଥିଲୁ। ଏବଂ ଆମେରିକୀୟ ଦୂତାବାସ, ଭାରତୀୟ ଦୂତାବାସ ସହିତ କଥା ହେବା ପରେ, ଭାରତୀୟ ଦୂତାବାସର ଲୋକ ଆମକୁ ନେବାକୁ ଆସିଥିଲେ।

ପ୍ରକାଶ ଥାଉକି, ରବିବାର ଦିନ ଆଫଗାନିସ୍ତାନରୁ ମୋଟ 392 ଲୋକ ଭାରତ ଆସିଥିଲେ। ସେଥିମଧ୍ୟରୁ 168 ଲୋକ ହିଣ୍ଡନ ଏୟାରବେସରେ ଅବତରଣ କରିଥିଲେ। ସେଥିମଧ୍ୟରୁ 107 ଜଣ ଭାରତୀୟ ନାଗରିକ ଏବଂ 23 ଜଣ ଆଫଗାନିସ୍ତାନର ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ଥିଲେ। ତେବେ ଏମାନଙ୍କ ମଧ୍ୟରେ ଦୁଇଜଣ ସାଂସଦ, ଅନାରକଲୀ ଏବଂ ନରେନ୍ଦ୍ର ସିଂ ଖାଲସା ମଧ୍ୟ ସାମିଲ ଥିଲେ ।

କାବୁଲ ବିମାନବନ୍ଦରରେ ଅତି ବିପଜ୍ଜନକ ସ୍ଥିତି ଉପୁଜିଛି। ତାଲିବାନ ଆତଙ୍କବାଦୀ ଅତର୍କିତ ଭାବେ ବିମାନ ବନ୍ଦର ଅଞ୍ଚଳରେ ଗୁଳିମାଡ଼ କରୁଛନ୍ତି। ବିମାନ ବନ୍ଦର ପରିସର ଅଞ୍ଚଳରେ ସ୍ଥିତି ଅତି ସାଂଘାତିକ ହୋଇଯାଇଥିବାରୁ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ କୂଟନୈତିକ ସ୍ତରରେ କେତେକ ଜରୁରୀ ପଦକ୍ଷେପ ନିଆଯାଇଛି। ଇତିମଧ୍ୟରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ନିଜ ନାଗରିକଙ୍କୁ ସର୍ବାଧିକ ସତର୍କ ରହିବା ପାଇଁ କହିଛନ୍ତି ।

ଉଲ୍ଳେଖଯୋଗ୍ୟ, ଭାରତ ଏହାର ସମସ୍ତ ଦୂତାବାସ କର୍ମଚାରୀଙ୍କୁ ସେଠାରୁ ଖାଲି କରି ସାରିଛି । ଭାରତର ପ୍ରାୟ ୧୦୦୦ ନାଗରିକ ଏବେ ବି ବିଭିନ୍ନ ଆଫଗାନ ସହରରେ ଫସି ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.