ETV Bharat / bharat

କେଦାରନାଥରେ ପାଗ ଖରାପ, ମେ’ 6 ଯାଏ ପଞ୍ଜିକରଣ ବନ୍ଦ

author img

By

Published : May 3, 2023, 10:55 AM IST

କେଦାରନାଥ ଧାମରେ ପ୍ରତି ମୂହୁର୍ତ୍ତରେ ପାଗରେ ପରିବର୍ତ୍ତନ ହେଉଛି । ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଯୋଗୁଁ ଆଜି ଯାଏଁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଥିବା ବେଳେ ୬ ତାରିଖ ଯାଏଁ ପଞ୍ଜିକରଣକୁ ମଧ୍ୟ ବନ୍ଦ କରାଯାଇଛି । ଅଧିକ ପଢନ୍ତୁ

Kedarnath Snowfall
Kedarnath Snowfall

ଡେରାଡୁନ: ଉତ୍ତରାଖଣ୍ଡର ବିଶ୍ବପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମରେ ବର୍ଷା ସାଙ୍ଗକୁ ତୁଷାରପାତ ଜାରି ରହିଛି । ଫଳରେ ଯାତ୍ରା ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କେଦନାଥ ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଆସନ୍ତା ୬ ତାରିଖ ଯାଏଁ ରେଜିଷ୍ଟ୍ରେସନ ବନ୍ଦ ରଖାଯାଇଥିବା ବେଳେ ଆଜି ଯାଏଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏନେଇ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ କୁମାର ସିହ୍ନା ସୂଚନା ଦେଇଛନ୍ତି । ଏହାସହ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପୋଲିସ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

  • श्री केदारनाथ धाम में हो रही भारी बर्फबारी एवं मौसम विभाग के पूर्वानुमान को देखते हुए कल दिनांक 3 मई की यात्रा रोक दी गयी है। सभी यात्रियों से अनुरोध है कि वे सुरक्षित स्थानों में बने रहें, #KedarnathDham की ओर न आएं। डॉ0 विशाखा अशोक भदाणे, SP रुद्रप्रयाग की श्रद्धालुओं से अपील। pic.twitter.com/zcpgeLSqhH

    — उत्तराखण्ड पुलिस - Uttarakhand Police (@uttarakhandcops) May 2, 2023 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, କେଦାରନାଥରେ ଲଗାତାର ବର୍ଷା ସାଙ୍ଗକୁ ତୁଷାରପାତ ଲାଗି ରହିଛି । ମେ ୩ ତାରିଖ ଯାଏଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଫଳରେ କେଦାରନାଥ ଧାମ ସହ ଉଚ୍ଚ ଅଞ୍ଚଳରେ କ୍ରମାଗତ ତୁଷାରପାତ ଏବଂ ନିମ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଧାମ ଯାତ୍ରାକୁ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଅର୍ଥାତ ଆଜି ଯାଏଁ ସ୍ଥଗିତ ରଖାଯାଇଛି । ପୋଲିସ ଅଧୀକ୍ଷକ ରୁଦ୍ରପ୍ରୟାଗ ବାଶାଖା ଅଶୋକ ଭଦାଣେ କେଦାରନାଥ ଧାମକୁ ଆସୁଥିବା ଯାତ୍ରୀଙ୍କୁ ସୁରକ୍ଷିତ ରହିବା ପାଇଁ ଅପିଲ କରିଛନ୍ତି । ଯିଏ ଯେଉଁ ସ୍ଥାନରେ ଅଛନ୍ତି ସୁରକ୍ଷିତ ରୁହନ୍ତୁ ବୋଲି ସେ ଯାତ୍ରୀଙ୍କୁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Kedarnath Snowfall: କେଦାରନାଥରେ ବର୍ଷା ସାଙ୍ଗକୁ ତୁଷାରପାତ, କମିନି ଶ୍ରଦ୍ଧାଳୁଙ୍କ ଉତ୍ସାହ

ଆସନ୍ତା ୬ ତାରିଖ ଯାଏଁ ବନ୍ଦ ରହିବ ପଞ୍ଜିକରଣ: କେଦାରନାଥରେ ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଯୋଗୁଁ କେଦାରନାଥ ଧାମ ପାଇଁ ପଞ୍ଜିକରଣକୁ ଆସନ୍ତା ୬ ତାରିଖ ଯାଏଁ ବନ୍ଦ କରାଯାଇଛି । ଏହାପୂର୍ବରୁ ୩୦ ଏପ୍ରିଲ ଯାଏଁ ରେଜିଷ୍ଟ୍ରେସନକୁ ବନ୍ଦ ରଖାଯାଇଥିଲା । କିନ୍ତୁ ପାଗରେ ସୁଧାର ଆସିବା ପରିବର୍ତ୍ତେ ବିଗିଡିବା କାରଣରୁ ଏହାକୁ ୬ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ବର୍ଷା ଯୋଗୁଁ କେଦାରନାଥରେ ଅନେକ ଯାତ୍ରୀ ଫସି ରହିଛନ୍ତି । ଏଭିଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ସେମାନଙ୍କ ଖାଇବା ଏବଂ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

ପ୍ରକାଶଥାଉକି, ମଙ୍ଗଳବାର ସୋନପ୍ରୟାଗରୁ କେଦାରନାଥ ଧାମ ଦର୍ଶନ କରିବାକୁ ଯାଇଥିବା ୯୭୦୮ ଜଣ ଶ୍ରଦ୍ଧାଳୁ କେଦାରନାଥ ଧାମ ସହ ଆଖପାଖ ଅଞ୍ଚଳରେ ରହିଛନ୍ତି । ଏହାଛଡା ଗୌରୀକୁଣ୍ଡରେ ପାଖାପାଖି ୨ହଜାର, ସୋନପ୍ରୟାଗ ଏବଂ ସୀତାପୁରରେ ୧୦ହଜାର, ଫାଟାରେ ୨୫୦, ଗୁପ୍ତକାଶୀରେ ୧୦୦୦, ତିଲବାଡା ଅଗସ୍ତିମୁନିରେ ୧୫୦, ରୁଦ୍ରପ୍ରୟାଗରେ ୨୦୦ରୁ ଅଧିକ ଯାତ୍ରୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.