ETV Bharat / bharat

22ରେ ଅଯୋଧ୍ୟାରେ ଅବତରଣ କରିବ 100 ଚାଟାର୍ଡ ଫ୍ଲାଇଟ୍: ଯୋଗୀ ଆଦିତ୍ୟନାଥ - ରାମ ମନ୍ଦିର ପ୍ରତିଷ୍ଠା

Adityanath On Ram Mandir Inaguration: ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭିଭିଆଇପିଙ୍କର ଲାଗିବ ଭିଡ଼। ଅଯାଧ୍ୟାରେ ଜାନୁଆରୀ 22ରେ ପ୍ରାୟ 100 ଚାଟାର୍ଡ ​​ଫ୍ଲାଇଟ ଅବତରଣ କରିବ । ଅଧିକ ପଢନ୍ତୁ

Adityanath On Ram Mandir Inaguration
ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା
author img

By ETV Bharat Odisha Team

Published : Jan 11, 2024, 3:34 PM IST

ଲକ୍ଷ୍ନୌ: ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ନେଇ ଏବେ ଅଯୋଧ୍ୟା ଉତ୍ସବମୁଖର । 22 ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସବୁଠି ଉତ୍ସାହ ଏବଂ ଉଦ୍ଦିପନା । ସମସ୍ତ ରାଜନୈତିକ ଦଳ, ସାଧୁସନ୍ଥ ଏବଂ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ ଦିଆଯାଇଛି । ନିକଟରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟନ କରାଯାଇଥିବା ବେଳେ ଆସନ୍ତା 22 ତାରିଖରେ ଅଯୋଧ୍ୟାରେ 100ଟି ଚାଟାର୍ଡ ଫ୍ଲାଇଟ ଅବତରଣ କରିବା ନେଇ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଯୋଧ୍ୟା ଏବଂ ଅହମ୍ମଦାବାଦକୁ ସଂଯୋଗ କରୁଥିବା ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି । ରାମ ମନ୍ଦିର ଉଦଘାଟନ ପୂର୍ବରୁ ଉତ୍ତରପ୍ରଦେଶକୁ ଅନ୍ୟ ସହର ସହିତ ବିମାନ ସେବାକୁ ଯୋଡ଼ା ଯାଉଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଅହମ୍ମଦାବାଦ ଏବଂ ଅଯୋଧ୍ୟା ମଧ୍ୟରେ ବିମାନ ସେବାରେ ଶୁଭାରମ୍ଭ କରିଛନ୍ତି । ଅତି ଉତ୍ସାହର ସହିତ ଆନୁଷ୍ଠନିକ ଭାବେ ଏହାର ଉଦଘାଟନ କରାଯାଇଛି। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ପ୍ରଥମ ବିମାନ ପାଇଁ ବୋର୍ଡିଂ ପାସ୍ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟାବାସୀଙ୍କୁ ମୋଦିଙ୍କ ଭେଟି, ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟିତ

ରାମଲାଲାଙ୍କ ଆଗମନ ପାଇଁ ବିପୁଳ ଜନସମାଗମ ଆଶା କରାଯାଉଥିବା ବେଳେ କେବଳ ଜାନୁଆରୀ 22 ତାରିଖରେ ପ୍ରାୟ 100 ଚାଟାର୍ଡ ଫ୍ଲାଇଟ ଅବତରଣ କରିବା ସମ୍ଭାବନା ଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ବହୁ ସଂଖ୍ୟକ ବିମାନ ଅବତରଣ କରିବା ଦ୍ବାରା ବିମାନ ବନ୍ଦରର କ୍ଷମତା ମଧ୍ଯ ଜଣାପଡିବ ବୋଲି ସେ କହିଛନ୍ତି । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବ୍ୟବସୀୟୀ ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ଅଭିନେତା ଅମିତାଭ ବଚ୍ଚନଙ୍କ ଭଳି ଅନେକ ଭିଭିଆଇପି ଅଯୋଧ୍ୟା ପହଞ୍ଚିବା ନେଇ ଆଶା କରାଯାଉଛି ।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, "ଉତ୍ତରପ୍ରଦେଶରେ ଏକ ମାସରେ ପାଞ୍ଚଟି ନୂଆ ବିମାନ ବନ୍ଦରର ଉଦଘାଟନ କରାଯିବ । ଉତ୍ତରପ୍ରଦେଶରେ ବିମାନ ଚଳାଚଳ ଭିତ୍ତିଭୂମିର ପ୍ରସାର କରାଯାଉଛି । ଗତ ଡିସେମ୍ବର 30 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିଥିଲେ । ଆମେ ଉକ୍ତ ଦିନ ହିଁ ଅଯୋଧ୍ୟା ଏବଂ ଦିଲ୍ଲୀ ମଧ୍ୟରେ ପ୍ରଥମ ବିମାନ ସେବା ଆରମ୍ଭ କରିଥିଲୁ । ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଯୋଡି ହୋଇଥିଲା । ଆଜି ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି । ଗତ ଡିସେମ୍ବର 30 ତାରିଖରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ନୂଆ ଅଯୋଧ୍ୟା ବିମାନବନ୍ଦର ଉଦଘାଟନ କରାଯାଇଥିଲା, ସେତେବେଳେ ପବିତ୍ର ଅଯୋଧ୍ୟା ଭୂମିରେ ଆମେ ନବ ବର୍ଷର ଉତ୍ସାହ ଦେଖିଥିଲୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.