ETV Bharat / bharat

ଟ୍ୱିଟ ବିବାଦ ପରେ ଅଧୀର ରଞ୍ଜନ ଚୌଧୁରୀଙ୍କ ସଫେଇ, କହିଲେ ହ୍ୟାକ ହୋଇଥିଲା ଆକାଉଣ୍ଟ

author img

By

Published : May 21, 2022, 9:41 PM IST

ବିବାଦରେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଟ୍ବିଟରେ ବିବାଦୀୟ ଶିଖ ବିରୋଧୀ କୋଟ ଲେଖି ବିବାଦରେ ଚୌଧୁରୀ । କହିଲେ ହ୍ୟାକ ହୋଇଛି ଆକାଉଣ୍ଟ । ଅଧିକ ପଢନ୍ତୁ

ବିବାଦରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଟ୍ବିଟ

ନୂଆଦିଲ୍ଲୀ: ବିବାଦରେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ଟ୍ବିଟରେ 1984 ଶିଖ ବିରୋଧୀ ଦଙ୍ଗା ପରେ ରାଜୀବଙ୍କ ଏକ କୋଟ (ବ୍ୟାଖାନ/ଆଲେଖ୍ୟ)କୁ ନେଇ ଟ୍ବିଟ କରିବା ପରେ ଅଧୀରଙ୍କ ଅଡୁଆ ବଢିଛି । ଟ୍ବିଟ ବିବାଦକୁ ନେଇ ପଞ୍ଜାବ ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ସମାଲୋଚନା ପରେ ଟ୍ବିଟ ଡିଲିଟ କରିଛନ୍ତି ଅଧୀର । ସେ କହିଛନ୍ତି, ତାଙ୍କ ଆକାଉଣ୍ଟ ହ୍ୟାକ କରାଯାଇ ଏହି ଟ୍ବିଟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଚୌଧୁରୀ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

ବିବାଦୀୟ ଟ୍ବିଟ ପରେ ସଫେଇ ଦେଲେ ଅଧିର ରଞ୍ଜନ ଚୌଧୁରୀ: କହିଲେ ହ୍ବାକ ହୋଇଥିଲା ଆକାଉଣ୍ଟ

ଚୌଧୁରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଫଟୋ ଏବଂ ଏକ ବିବାଦୀୟ ବିବୃତ୍ତି ଲେଖାଥିବା ଏକ ପୋଷ୍ଟ କରାଯାଇଥିଲା। ଯେତେବେଳେ ଏକ ବଡ଼ ଗଛ ପଡ଼େ, ଭୂମିରେ କମ୍ପନ ସୃଷ୍ଟି ହୁଏ "When a big tree falls, the ground shakes" ବୋଲି ଉକ୍ତ କୋଟରେ ଲେଖାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ 1984 ଶିଖ ବିରୋଧୀ ହିଂସାକୁ ଯଥାର୍ଥ ବୋଲି ଦର୍ଶାଇ ଏପରି ବିବାଦୀୟ ବିବୃତ୍ତି ଦେଇଥିଲେ ରାଜୀବ ଗାନ୍ଧୀ ।

ତେବେ ଏହି ଟ୍ବିଟ ପରେ ପଞ୍ଜାବର ବିଭିନ୍ନ ରାଜନେତାଙ୍କ ସମେତ ବିଜେପି ମଧ୍ୟ ଅଧୀର ରଞ୍ଜନ ଚୌଧୁରୀଙ୍କୁ ସମାଲୋଚନା କରିଥିଲେ । ପରେ ଏନେଇ ସେ ଭିନ୍ନ ପ୍ରକାର ସ୍ପଷ୍ଟୀକରଣ ରଖିଛନ୍ତି । ତାଙ୍କ ଅଗୋଚରରେ ତଥା ଆକାଉଣ୍ଟ ହ୍ୟାକ କରାଯାଇ ଏହି ଟ୍ବିଟ କରାଯାଇଛି ବୋଲି ଅଧୀର କହିଛନ୍ତି । ଅନ୍ୟପଟେ କିଛି ସମୟ ମଧ୍ୟରେ ଉକ୍ତ ଟ୍ବିଟକୁ ମଧ୍ୟ ହଟାଇ ଦେଇଛନ୍ତି ଅଧିର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.