ETV Bharat / bharat

ଆସନ୍ତାକାଲି ମଧ୍ୟ ହାଜର ହେବେ ରାହୁଲ: EDର ଅମାନୁଷିକ ବ୍ୟବହାର ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧିର

author img

By

Published : Jun 15, 2022, 9:41 PM IST

ଆସନ୍ତାକାଲି କ୍ରମାଗତ 4ର୍ଥ ଦିନ ପାଇଁ ପୁଣି ଜେରାର ସମ୍ମୁଖୀନ ହେବେ ରାହୁଲ ଗାନ୍ଧୀ । ତଦନ୍ତକାରୀ ସଂସ୍ଥାର ବ୍ୟବହାରକୁ ଅମାନୁଷିକ ଦର୍ଶାଇ ବାଚସ୍ପତି ଓମ ବିର୍ଲାଙ୍କ ହସ୍ତକ୍ଷେପ ଲୋଡିଲେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ

ରାହୁଲଙ୍କୁ ମାରାଥନ ଜେରା: ରାହୁଲଙ୍କ EDର ଅମାନୁିଷିକ ବ୍ୟବହାର ଅଭିଯୋଗ କରି ବାଚସ୍ପତିଙ୍କୁ ଚିଠି ଲେଖିଲେ ଅଧିର

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ଘୋଟାଲା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆସନ୍ତାକାଲି (ଗୁରୁବାର) କ୍ରମାଗତ 4ର୍ଥ ଦିନରେ ହାଜର ହେବା ପାଇଁ ଡାକିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରାହୁଲଙ୍କ ମାରାଥନ ଜେରାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । କଂଗ୍ରେସ କାର୍ଯ୍ୟକର୍ତ୍ତା ଦିଲ୍ଲୀର ED ମୁଖ୍ୟାଳୟ ସମେତ ଏକାଧିକ ସ୍ଥାନରେ ମଧ୍ୟ ପ୍ରତିବାଦ ଜାରି ରଖିଛନ୍ତି ।

ଏହାରି ମଧ୍ୟରେ ଘଟଣାକୁ ଅମାନୁଷିକ ଦର୍ଶାଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନଜରକୁ ଆଣିଛନ୍ତି ଦଳର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ଆଳରେ ରାହୁଲଙ୍କ ପ୍ରତି ଅମାନୁଷିକ ବ୍ୟବହାର କରୁଥିବା ବାଚସ୍ପତିଙ୍କୁ ଲେ୍ଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଅଧିର । କିଛି ଭିତ୍ତିହୀନ ଅଭିଯୋଗ ଉପରେ ଇଡି ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ରାହୁଲଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଉଥିବା ଅଧିର ଅଭିଯୋଗ କରିଛନ୍ତି ।

  • Congress's Adhir Ranjan Chowdhury seeks Lok Sabha Speaker Om Birla's intervention alleging "inhuman treatment & humiliation meted out to party leader Rahul Gandhi by ED."

    Rahul Gandhi is being probed by ED in the National Herald case pic.twitter.com/hKbCJazFkn

    — ANI (@ANI) June 15, 2022 " class="align-text-top noRightClick twitterSection" data=" ">

ଦିନକୁ ହାରାହାରି 10 ରୁ 11 ଘଣ୍ଟା ପଚରାଉଚରା କରାଯାଉଛି । ଜଣେ ସାଂସଦଙ୍କ ପ୍ରତି ଏପରି ଅମାନୁଷିକ ବ୍ୟବହାରର ରାଜନୈତିକ ଷଡଯନ୍ତ୍ର ବୋଲି ଚୌଧୁରୀ ଚିଠିରେ ଦର୍ଶାଇଛନ୍ତି । ତେଣୁ ବାଚସ୍ପତି ଏହ ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ଅଧିର ନିବେଦନ ମଧ୍ୟ କରିଛନ୍ତି । ଅନ୍ୟପଟେ କଂଗ୍ରେସର ପ୍ରତିବାଦକୁ ଦୃଷ୍ଟିରେ ରଖି ରାହୁଲଙ୍କ ବାସଭବନରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୁରକ୍ଷା ବ୍ଯବସ୍ଥାକୁ ବଢାଇ ଦେଇଛି ଦିଲ୍ଲୀ ପୋଲିସ । 3 ଦିନର ମାରାଥନ ଜେରା ପରେ ପୁଣି କ୍ରମାଗତ 4ର୍ଥ ଦିନରେ ମଧ୍ୟ ଜେରାର ସମ୍ମୁଖୀନ ହେବେ ରାହୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.