ETV Bharat / bharat

ପଶ୍ଚିମବଙ୍ଗ ବୋମା ମାଡ ଘଟଣା: NIA ତଦନ୍ତ ଦାବି କଲେ ଅଧିର ରଞ୍ଜନ - Adhir Chowdhury

ପଶ୍ଚିମବଙ୍ଗ ଶ୍ରମମନ୍ତ୍ରୀ ଜାକିର ହୁସେନଙ୍କ ଉପରକୁ ବୋମା ମାଡ ଘଟଣାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ପ୍ରତିକ୍ରିୟା । ରାଜ୍ୟରେ କୌଣସି ଆଇନ ଶୃଙ୍ଖଳା ନଥିବା କହିଛନ୍ତି ଅଧିର ରଞ୍ଜନ । ଅଧକ ପଢନ୍ତୁ...

ପଶ୍ଚିମବଙ୍ଗ ବୋମା ମାଡ ଘଟଣା: NIA ତଦନ୍ତ ଦାବି କଲେ ଅଧିର ରଞ୍ଜନ

author img

By

Published : Feb 18, 2021, 8:55 PM IST

କୋଲକାତା: ପଶ୍ଚିମବଙ୍ଗ ଶ୍ରମମନ୍ତ୍ରୀ ଜାକିର ହୁସେନଙ୍କ ଉପରକୁ ବୋମା ମାଡ ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ରାଜ୍ୟରେ କୌଣସି ଆଇନ ଶୃଙ୍ଖଳା ନଥିବା କହିଛନ୍ତି ଅଧିର ରଞ୍ଜନ ।

ଘଟଣାରେ ଏନଆଇଏ ତଦନ୍ତ ଦାବି କରି କଂଗ୍ରେସ ସାଂସଦ କହିଛନ୍ତି, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଏଠାରେ କେହି ବି ସୁରକ୍ଷିତ ନାହାଁନ୍ତି । ତେବେ ଏହି ମନ୍ତ୍ରୀଙ୍କୁ ବୋମାମାଡ ଘଟଣାରେ ଏନଆଇଏ ତଦନ୍ତ ଦାବି କରିଛନ୍ତି ଅଧିର ରଞ୍ଜନ ।

ବୁଧବାର ରାତିରେ ରାଜ୍ୟ ଶ୍ରମ ମନ୍ତ୍ରୀ ଜାକିର ହୁସେନଙ୍କ ଉପରେ ଆକ୍ରମଣ ହୋଇଥିଲା । ମୁର୍ସିଦାବାଦର ନିମଟିଟା ଷ୍ଟେସନରେ ଟ୍ରେନ୍ ଧରିବାକୁ ଯାଉଥିବା ବେଳେ ଏକ ବିସ୍ଫୋରଣରେ ଗୁରୁତର ଆହତ ହୋଇଛନ୍ତି ମନ୍ତ୍ରୀ । ବୁଧବାର ରାତି ପ୍ରାୟ 8 ଟା30 ମିନିଟ ସମୟରେ ପ୍ଲାଟଫର୍ମ ନମ୍ବର 2ରେ ଏହି ଘଟଣା ଘଟିଥିଲା । ଏହି ଘଟଣାରେ ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 14 ଜଣ ଆହତ ହୋଇଛନ୍ତି । ଜାକିର ହୁସେନଙ୍କୁ ପ୍ରଥମେ ଜାଙ୍ଗିପୁର ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ନିଆଯାଇଥିଲା ପରେ ଡାକ୍ତରମାନେ ତାଙ୍କୁ କୋଲକାତା ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ।

ଗୁରୁବାର ସକାଳେ ମୁର୍ସିଦାବାଦରୁ ଉନ୍ନତ ଚିକିତ୍ସା ପାଇଁ ମନ୍ତ୍ରୀଙ୍କୁ ଏସକେଏମ ଡାକ୍ତରଖାନାକୁ ଅଣାଯାଇଛି । ତାଙ୍କୁ ଟ୍ରମା କେୟାର ୟୁନିଟରେ ରଖାଯାଇଛି । ଏହି ବିସ୍ଫୋରଣରେ ମନ୍ତ୍ରୀ ଏବଂ ତାଙ୍କ ସାଙ୍ଗଙ୍କ ସମେତ 14 ଜଣ ଆହତ ହୋଇଛନ୍ତି । ବୁଧବାର ନିମଟିଟା ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ମନ୍ତ୍ରୀଙ୍କ ଉପରେ ବୋମା ମାଡ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.