ETV Bharat / bharat

ପାର୍କ ପାଇଁ ବାଧ୍ୟତାମୂଳକ ଆଧାର କାର୍ଡ, ଅଡୁଆରେ ପ୍ରେମୀଯୁଗଳ

author img

By

Published : Feb 15, 2021, 8:14 PM IST

କର୍ଣ୍ଣାଟକର ଧାରଓ୍ବାଦରେ ଥିବା ସଞ୍ଜୀବନୀ ପାର୍କରେ ବୁଲିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି ଉଦ୍ୟାନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ପାର୍କ ପାଇଁ ବାଧ୍ୟତାମୂଳକ ଆଧାର କାର୍ଡ, ଅଡୁଆରେ ପ୍ରେମୀଯୁଗଳଙ୍କ

ବେଙ୍ଗାଲୁରୁ: କର୍ଣ୍ଣାଟକ ଧାରଓ୍ବାଦରେ ଦେଖିବାକୁ ମିଳିଛି ଏକ ଭିନ୍ନ କଟକଣା । ସହରରେ ଥିବା ସଞ୍ଜୀବନୀ ପାର୍କରେ ବୁଲିବା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ କରିଛନ୍ତି ଉଦ୍ୟାନ କର୍ତ୍ତୃପକ୍ଷ । ତେବେ ଉଦ୍ୟାନରେ ଯୁବପିଢିଙ୍କ ଆପତ୍ତିଜନକ ଗତିବିଧିକୁ ଏଡାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି ।

ଏହି ଉଦ୍ୟାନ ଦମ୍ପତିଙ୍କ ପାଇଁ ଏକ ମନ ପସନ୍ଦର ସ୍ଥାନ ହୋଇଥିବାବେଳେ ବର୍ତ୍ତମାନ ଯୁବପିଢିଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି । ତେଣୁ ଉକ୍ତ ସ୍ଥାନରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ପାଇଁ କଲେଜ ପରିଚୟ ପତ୍ର କିମ୍ବା ଆଧାର ଓ ଅନ୍ୟ ପରିଚୟ ପତ୍ର ପ୍ରଦାନ କରିବା ବାଧ୍ୟତା ମୂଳକ କରାଯାଇଛି ।

ମୋଟ 72 ଏକର ପରିମିତ ଅଞ୍ଚଳରେ ବ୍ୟାପ୍ତ ଏହି ପାର୍କରେ ପ୍ରାୟ 10 ଏକର ପରିମିତ ଅଞ୍ଚଳର୍ ଫୁଲ ବଗିଚା ନିର୍ମାଣ କରାଯାଇଛି । ସକାଳ ଓ ସଂନ୍ଧ୍ୟାରେ ଏଠାରେ ଭ୍ରମଣ ଓ ଆମୋଦ ପ୍ରମଦ ପାଇଁ ବ୍ୟବସ୍ଥା ରହିଛି । ତେଣୁ ଏଠାରେ ନିୟମିତ ଲୋକଙ୍କ ଗହଳି ଦେଖିବାକୁ ମିଳିଥାଏ । ତେବେ ଯୁବବର୍ଗ ଓ ପ୍ରେମୀଯୁଗଳ ପାର୍କରେ ଭିଡ ଜମାଉଥିବା ଯୋଗୁ ସେମାନଙ୍କ ଆପତ୍ତିଜନକ କାର୍ଯ୍ୟକଳାପ ପାଇଁ ଅନ୍ୟ ଭ୍ରମଣାର୍ଥୀ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଆସୁଥିଲା । ତେଣୁ ସେଠାରେ ସେ ପ୍ରକାର ଆପତ୍ତିଜନକ କାର୍ଯ୍ୟକଳାପ ଓ ବ୍ୟବହାରକୁ ରୋକିବା ପାଇଁ ପରିଚୟ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.