ETV Bharat / bharat

ଆଦାନୀ-ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତରେ ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Jan 3, 2024, 12:17 PM IST

Updated : Jan 3, 2024, 12:45 PM IST

SC on Adani Hindenburg Row: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସେବି କରୁଥିବା ତଦନ୍ତ ଉପରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁୁପ୍ରିମକୋର୍ଟ। 2ଟି ମାମଲାର ତଦନ୍ତ ପାଇଁ ସେବିକୁ ୩ ମାସର ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅଧିକ ପଢନ୍ତୁ

SC on Adani Hindenburg Row
SC on Adani Hindenburg Row

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଆଜି (ବୁଧବାର) ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସେବି ତଦନ୍ତରେ ହସ୍ତକ୍ଷେପ କରିବା ପାଇଁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। 3 ବିଚାପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏସଆଇଟି ତଦନ୍ତ ଦାବିକୁ ଅଗ୍ରାହ୍ୟ କରି ଦେଇଛନ୍ତି । ସେବିର ତଦନ୍ତ ଉପଯୁକ୍ତ ଏବଂ ସେ ଏହି ମାମଲାର ଅନୁସନ୍ଧାନ କରିବା ପାଇଁ ସକ୍ଷମ ଏଜେନ୍ସି । ତେଣୁ ଏହାକୁ ଏସଆଇଟିକୁ ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏସଆଇଟି ତଦନ୍ତ ପାଇଁ ଦାବି ହୋଇ ଆସୁଥିବା ବେଳେ ସୁପ୍ରିମକୋର୍ଟଙ୍କ ଏହି ରାୟ ଆଦାନୀଙ୍କୁ ଆଶ୍ବସ୍ତି ଦେଇଛି ।

ଆଦାନୀ-ହିଣ୍ଡେନବର୍ଗ ମାମଲାରେ 22 ଟି ମାମଲା ମଧ୍ୟରୁ 20ଟିର ଯାଞ୍ଚ ଶେଷ ହୋଇଥିବା ବେଳେ 2ଟି ମାମଲା ବିଚାରଧୀନ ରହିଛି। ଅବଶିଷ୍ଟ ଦୁଇଟି ମାମଲାର ଅନୁସନ୍ଧାନ ଶେଷ କରିବା ପାଇଁ ସେବିକୁ 3 ମାସ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଏହାପୂର୍ବରୁ ଗତ ନଭେମ୍ବର 24ରେ ଏହି ମାମଲାର ଶୁଣାଣି ବେଳେ ସେବି ଏବଂ ବିଶେଷଜ୍ଞ କମିଟି ଅନୁସନ୍ଧାନରେ ଉଠାଯାଇଥିବା ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ ଏହି ନିଷ୍ପତିକୁ ସଂରକ୍ଷିତ ରଖିଥିଲେ। ପ୍ରକାଶଥାଉକି ଆମେରିକାର ସର୍ଟ ସେଲର ଫାର୍ମ 2023 ଜାନୁଆରୀ ମାସରେ ଆଦାନୀ ଗ୍ରୁପକୁ ନେଇ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ କରିଥିଲା। ଗତ ଜାନୁଆରୀ 24 ତାରିଖରେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ପ୍ରତିଷ୍ଠାତା ନାଥନ ଏଣ୍ଡକସେନ ଷ୍ଟକ୍‌ ବଜାରରେ ହେରଫେର ନେଇ ଅଭିଯୋଗ ଆଣିଥିଲେ । ଏହାପରେ ଆଦାନୀ ଗ୍ରୁପ ଦୋହଲି ଯାଇଥିବା ବେଳେ ସାରା ଦେଶରେ ଚହଳ ପଡ଼ିଥିଲା।

ଏହା ମଧ୍ୟ ପଢନ୍ତୁ: Hindenburg Report: ଧରାଶାୟୀ ଆଦାନୀ ଗ୍ରୁପ ! SEBI, RBI ତଦନ୍ତ ଦାବି କଲା କଂଗ୍ରେସ

ଏସଆଇଟି ଗଠନକୁ ନେଇ ସୁପ୍ରିମକୋର୍ଟର ରାୟ: ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅନୁସନ୍ଧାନ କରି ରିପୋର୍ଟ ଦାଖଲ କରିବାକୁ ଆମେ ସେବିକୁ ନିର୍ଦ୍ଦେଶ ଦେଇଥିବା ନେଇ ସୁପ୍ରିମକୋର୍ଟ କହିଛନ୍ତି। ଆଦାନୀ ହିଣ୍ଡେନବର୍ଗ ମାମଲାରେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୁଡ, ଜେ ବି ପରଦିଓ୍ବାଲା ଏବଂ ଜଷ୍ଚିସ ମନୋଜ ମିଶ୍ରାଙ୍କୁ ନେଇ ଗଠନ କରାଯାଇଥିବା ବେଞ୍ଚ ବୁଧବାର ଦିନ ଏହି ରାୟ ଶୁଣାଇଛନ୍ତି। ସିଜେଆଇ ଚନ୍ଦ୍ରଚୂଡ଼ ରାୟ ଶୁଣାଇ କହିଛନ୍ତି, ସେବିର ଅଧିକାରରେ ହସ୍ତକ୍ଷେପ କରିବା ପାଇଁ କୋର୍ଟର ସୀମିତ କ୍ଷମତା ରହିଛି। ସେବି ଏହାର ଅନୁସନ୍ଧାନ ନିଜେ କରିପାରିବେ । ତେଣୁ ଏହି ଘଟଣାକୁ ଏସଆଇଟିକୁ ହସ୍ତାନ୍ତର କରିବାର କୌଣସି ଆବଶ୍ୟକତା ନାହିଁ।

ଗଠିତ ଖଣ୍ଡପୀଠରେ ଆହୁରି ମଧ୍ୟ କୁହାଯାଇଛି, ଏହି ମାମଲାର ତଦନ୍ତ ସ୍ଥାନାନ୍ତର କରିବାର କୌଣସି କାରଣ ନାହିଁ ଏବଂ ନିୟମକୁ ଉଲ୍ଲଂଘନ କଲେ ହିଁ ଏଭଳି ନିଷ୍ପତ୍ତି ନିଆଯିବ। OCCPR ରିପୋର୍ଟ ଉପରେ ନିର୍ଭରଶୀଳତାକୁ ମଧ୍ୟ କୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ସଠିକ ଯାଞ୍ଚ ବିନା ତୃତୀୟ ପକ୍ଷର ରିପୋର୍ଟକୁ ପ୍ରମାଣ ଭାବେ ନିଆଯାଇ ପାରିବ ନାହିଁ। ଭାରତୀୟ ନିବେଶକଙ୍କ ଆଗ୍ରହକୁ ଦୃଢ଼ କରିବା ପାଇଁ ସରକାର ଏବଂ ସେବି କମିଟିର ସୁପାରିଶକୁ ବିଚାର କରିବେ। ଯଦି କୌଣସି ତଥ୍ୟ ମିଳେ ତାହାଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରକାଶଥାଉକି ହିଣ୍ଡେନବର୍ଗ ମାମଲାରେ ଆଦାନୀ କମ୍ପାନୀର କ୍ରମାଗତ ଭାବେ ସେୟାର ହ୍ରାସ ପାଇବା ପରେ ଗ୍ରୁପ ମାଲିକ ତଥା ବିଶିଷ୍ଟ ଶିଲ୍ପପତି ଗୌତମ ଆଦାନୀ ବିଶ୍ବ ଧନୀ ତାଲିକାରେ ଶୀର୍ଷରୁ ବହୁ ତଳକୁ ଖସି ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 3, 2024, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.