ETV Bharat / bharat

Adani-Hindenburg Investigation: ତଦନ୍ତ ଶେଷ ପାଇଁ ଅଧିକ ୧୫ଦିନ ସମୟ ମାଗିଲା SEBI

author img

By

Published : Aug 14, 2023, 10:01 PM IST

Updated : Aug 14, 2023, 10:28 PM IST

ଆଦାନି ଗ୍ରୁପ ବିରୋଧରେ ଅନ୍ତର୍ଜାତୀୟ ତଥା ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ପ୍ରକାଶ କରିଥିବା ରିପୋର୍ଟର ତଦନ୍ତ ଶେଷ କରିବା ପାଇଁ ଅଧିକ ୧୫ଦିନ ସମୟ ମାଗିଲା ତଦନ୍ତ କରୁଥିବା ଜାତୀୟ ସଂସ୍ଥା ସେବି । ଅଧିକ ପଢନ୍ତୁ...

Etv BharatAdani-Hindenburg Investigation: ତଦନ୍ତ ଶେଷ ପାଇଁ ଅଧିକ ୧୫ଦିନ ସମୟ ମାଗିଲା SEB
Etv BhAdani-Hindenburg Investigation: ତଦନ୍ତ ଶେଷ ପାଇଁ ଅଧିକ ୧୫ଦିନ ସମୟ ମାଗିଲା SEBarat

ନୂଆଦିଲ୍ଲୀ: ଆଦାନି ଗ୍ରୁପ ବିରୋଧରେ ଅନ୍ତର୍ଜାତୀୟ ତଥା ଆମେରିକୀୟ ସଂସ୍ଥା ହିଣ୍ଡନବର୍ଗ ପ୍ରକାଶ କରିଥିବା ରିପୋର୍ଟର ତଦନ୍ତ ଶେଷ କରିବା ପାଇଁ ଅଧିକ ୧୫ ଦିନ ସମୟ ମାଗିଲା ତଦନ୍ତ କରୁଥିବା ଜାତୀୟ ସଂସ୍ଥା ସେବି ( SEBI ) । ତଦନ୍ତକାରୀ ସଂସ୍ଥା ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଦାଖଲ କରିଥିବା ସଦ୍ୟତମ ରିପୋର୍ଟରେ ଏହା ଦର୍ଶାଇଛି ଯେ, ଏପର୍ଯ୍ୟନ୍ତ ୨୪ ଟି ମାମଲା ମଧ୍ୟରୁ ୧୭ଟିର ତଦନ୍ତ ଶେଷ ହୋଇଛି । ତେବେ ଏହି ତଦନ୍ତ ପ୍ରକ୍ରିୟାର ଶେଷ ହେବା ପାଇଁ ଅଧିକ ସମୟର ଆବଶ୍ୟକତା ଥିବା ସୁପ୍ରିମ କୋର୍ଟଙ୍କୁ ସେବି ଅବଗତ କରିଛି । ହିଣ୍ଡନବର୍ଗ ଓ ଆଦାନୀ ଗ୍ରୁପ ବିବାଦ ଉପରେ ଅଗଷ୍ଟ 14 ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗତମାସ (ଜୁଲାଇ) ୧୧ ତାରିଖରେ ସର୍ବୋଚ୍ଚ କୋର୍ଟ ତଦନ୍ତର ଅଗ୍ରଗତି ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ସେବିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତଦନ୍ତ ଅଗଷ୍ଟ ୧୪ ସୁଦ୍ଧା ଶେଷ କରି ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ କହିଥିଲେ । ଆଜି ଏହି ମାମଲାରେ ରିପୋର୍ଟ ଦାଖଲ କରି ତଦନ୍ତକାରୀ ସଂସ୍ଥା ତଦନ୍ତ ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିଛି ।ଏହା ସହ ତଦନ୍ତ ଶେଷ କରିବାକୁ ଅତିରିକ୍ତ ୧୫ ଦିନର ସମୟ ମଧ୍ୟ ମାଗିଛି ।

ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ମେଡିକାଲ କଲେଜ ଖୋଲିବ ଆଦାନୀ ଗ୍ରୁପ, ରାଜ୍ୟ ସରକାରଙ୍କୁ ଦେଲା ପ୍ରସ୍ତାବ

ହିଣ୍ଡନବର୍ଗ ଦ୍ବାରା ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ ଷ୍ଟକ ମୂଲ୍ୟରେ ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିବା ପରେ ମେ’ ୧୭ ତାରିଖରେ ସୁପ୍ରିମ କୋର୍ଟ ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ ଆରମ୍ଭ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ସେବି ସମୟ ଅତିରିକ୍ତ ସମୟ ମାଗିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ୨୯ ତାରିଖକୁ ସ୍ଥିର କରାଯାଇଛି । ପ୍ରଧାନ ବିଚାରପତି ଚନ୍ଦ୍ର ଚୁଡ କହିଥିଲେ ଯେ ନିବେଶଙ୍କ ସୁରକ୍ଷା ପାଇଁ ଭାରତର ନୀୟମ ପ୍ରକ୍ରିୟାକୁ ସୁପ୍ରିମ କୋର୍ଟ ଦ୍ବାରା ନିଯୁକ୍ତ ଡୋମେନ୍ ବିଶେଷଜ୍ଞ ସାମୁହିକ ରିପୋର୍ଟ ପାଇଁ ଆଗ୍ରହ ଜନକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2023, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.