ETV Bharat / bharat

ସୋନୁଙ୍କ ଦୁଃଖ ବୁଝିଲେ ସୋନୁ, ସ୍କୁଲରେ ଲେଖାଇଲେ ନାମ

author img

By

Published : May 20, 2022, 11:38 AM IST

କିଛିଦିନ ତଳେ ପାଠପଢାକୁ ନେଇ ଚର୍ଚ୍ଚାରେ ଥିବା ବିହାର ନାଳନ୍ଦାର ନାବାଳକ ସୋନୁ କୁମାରଙ୍କୁ ସହଯୋଗର ହାତ ବଢାଇଲେ ଅଭିନେତା ସୋନୁ ସୁଦ । ଏକ ସ୍କୁଲରେ ସୋନୁଙ୍କ ନାମ ଲେଖାଇଲେ । ଅଧିକ ପଢନ୍ତୁ

ପାଢିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ପ୍ରସଙ୍ଗ, ସମ୍ପୃକ୍ତ ନାବାଳକଙ୍କ ନାମ ଲେଖାଇଲେ ଅଭିନେତା ସୋନୁ ସୁଦ

ପାଟନା: କିଛିଦିନ ତଳେ ପାଠପଢାକୁ ନେଇ ଚର୍ଚ୍ଚାରେ ଥିବା ବିହାର ନାଳନ୍ଦାର ନାବାଳକ ସୋନୁ କୁମାରଙ୍କୁ ସହଯୋଗର ହାତ ବଢାଇଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ସୋନୁଙ୍କ ପାଠପାଢା ପାଇଁ ସ୍କୁଲରେ ନାମ ଲେଖାଇଛନ୍ତି ଅଭିନେତା ସୋନୁ । ଏଥିସହ ସୋନୁଙ୍କ ପାଠପଢା ପାଇଁ ହଷ୍ଟେଲର ମଧ୍ୟ ବନ୍ଦୋବସ୍ତ କରିଛନ୍ତି ।

  • सोनू ने सोनू की सुन ली भाई 😂
    स्कूल का बस्ता बांधिए❣️
    आपकी पूरी शिक्षा और हॉस्टल की व्यवस्था हो गयी है🙏
    IDEAL INTERNATIONAL PUBLIC SCHOOL BIHTA (PATNA)@SoodFoundation https://t.co/aL9EJr9TVs

    — sonu sood (@SonuSood) May 18, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, କିଛିଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିନ କୁମାରଙ୍କୁ ପାଠପଢିବା ପାଇଁ ନିବେଦନ କରି ଚର୍ଚ୍ଚାରେ ଥିଲେ 11 ବର୍ଷୀୟ ସୋନୁ । ନୀତିନଙ୍କ ଏକ କାର୍ଯ୍ୟକ୍ରମରେ ପହଞ୍ଚି ସୋନୁ ତାଙ୍କ ସ୍କୁଲରେ ଚାଲିଥିବା ଅବ୍ୟବସ୍ଥା ଏବଂ ତାଙ୍କ ବାପାଙ୍କ ମଦ ପିଇବାକୁ ନେଇ ଜଣାଇଥିଲେ । ବାପା ମଦ ପିଉଥିବାରୁ ଘରେ ସମସ୍ୟା ସୃଷ୍ଟି ହେଉଛି ଏବଂ ସ୍କୁଲରେ ମଧ୍ୟ ଉଚିତ୍ ଶିକ୍ଷା ଦିଆଯାଉ ନାହିଁ ବୋଲି ସୋନୁ ଅଭିଯୋଗ କରିଥିଲେ । ସୋନୁଙ୍କ ଏହି ଅଭିଯୋଗ ଭରା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ହୋଇଥିଲା ।

ଅନେକ ଗଣମାଧ୍ୟମ ସଂସ୍ଥା ମଧ୍ୟ ସୋନୁଙ୍କ ସ୍ବତନ୍ତ୍ର ସାକ୍ଷାତକାର ନେଇଥିଲେ । ହେଲେ ଶେଷରେ ଅଭିନେତା ସୋନୁ ସୁଦ ହିଁ ଏହି କୁନି ବାଳକର ସମସ୍ୟା ବୁଝିଛନ୍ତି । ବିହାରର ଆଇଡିଆଲ ଇଣ୍ଟରନ୍ୟାସନାଲ ସ୍କୁଲରେ ସୋନୁଙ୍କ ନାମ ଲେଖାଇଛନ୍ତି । ବର୍ତ୍ତମାନ ହଷ୍ଟେଲରେ ରହି ପାଠପଢିବେ ସୋନୁ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.