ETV Bharat / bharat

3 କୋଟି ଠକେଇର ଶିକାର ହେଲେ ସାଂସଦ ରବି କିଶନ - ସାଂସଦ ରବି କିଶନ

ଅଭିନେତାରୁ ରାଜନେତା ହୋଇଥିବା ରବି କିଶନ ଠକେଇର ଶିକାର ହୋଇଛନ୍ତି । 3 କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସାଂସଦ ରବି କିଶନ । ଅଧିକ ପଢନ୍ତୁ

ravi kishan scammed rupees 3 crore
3 କୋଟିର ଠକେଇ ଶିକାର ସାଂସଦ ରବି କିଶନ
author img

By

Published : Sep 29, 2022, 9:01 AM IST

ଲକ୍ଷ୍ନୌ: ଅଭିନେତା ତଥା ଗୋରଖପୁର ସାଂସଦ ରବି କିଶନ ଠକେଇର ଶିକାର ହୋଇଛନ୍ତି । ମୁମ୍ବାଇର ଜଣେ ବ୍ୟବସାୟୀ ଜିତେନ୍ଦ୍ର ରମେଶ ତାଙ୍କଠାରୁ 3.25 କୋଟି ଟଙ୍କା ଠକି ନେଇଛନ୍ତି । ଏନେଇ ରବି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଠକେଇ ନେଇ ଜିତେନ୍ଦ୍ରଙ୍କ ବିରୋଧରେ ରବି କିଶନ କରିଥିବା ଅଭିଯୋଗରେ ଚେକ ବାଉନ୍ସ ହୋଇଥିବା କୁହାଯାଇଛି । ରବି କିଶନଙ୍କ ଟଙ୍କା ନଫେରେଇବା ସହ ବାଉନ୍ସ ଚେକ ଦେବା ନେଇ ଅଭିଯୋଗ ହୋଇଛି । 10 ବର୍ଷ ପୂର୍ବରୁ ଅର୍ଥାତ 2012ରେ ରବି କିଶନଙ୍କଠୁ ଜିତେନ୍ଦ୍ର ଟଙ୍କା ଧାର ନେଇଥିଲେ । ଟଙ୍କା ନେବାର ଦୀର୍ଘ ଦିନ ବିତିଥିଲେ ବି ଟଙ୍କା ଫେରସ୍ତ କରି ନଥିଲେ । ଯେତେବେଳେ ଜିତେନ୍ଦ୍ରଙ୍କୁ ଟଙ୍କା ଫେରାଇବା ନେଇ ରବି ଚାପ ପକାଇଥିଲେ ସେ ତାଙ୍କୁ ଗତ ବର୍ଷ ଡିସେମ୍ବରରେ 34 ଲକ୍ଷ ଟଙ୍କାର 12ଟି ଚେକ ଦେଇଥିଲେ । ରବି ସେଥିରୁ ଗୋଟିଏ ଗୋରଖପୁର ଏକ ଏସବିଆଇ ବ୍ୟାଙ୍କରେ ଜମା ଦେଇଥିଲେ କିନ୍ତୁ ତାହା ବାଉନ୍ସ ହୋଇଗଲା ।

ଏନେଇ ରବି ଜିତେନ୍ଦ୍ରଙ୍କ ସହ କଥା ହୋଇଥିଲେ ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ ଫଳରେ ଠକେଇ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ୟୁପି ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ଏହା ବି ପଢନ୍ତୁ...Congress President Election: ଆଜି ନାମାଙ୍କନ ଭରିବେ ଦିଗବିଜୟ ସିଂ !

ନିକଟରେ ଅନେକ ରାଜନେତା ଓ ଅଭିନେତା ଠକେଇର ଶିକାର ହୋଇଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ଫିଲ୍ମ ପ୍ରଯୋଜକ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ସାଇବର ଠକେଇର ଶିକାର ହୋଥିଲେ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପାଖାପାଖି 4 ଲକ୍ଷ ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.