ETV Bharat / bharat

କୁଆଡେ ଗଲେ ସାଂସଦ ସନି ଦେଓଲ ? ଲାଗିଲା ନିଖୋଜ ପୋଷ୍ଟର - ବିଜେପି ସାଂସଦ ସନି ଦେଓଲ

ପ୍ରତିଶ୍ରୁତି ଦେଇ ଭୁଲିଗଲେ ସନି ଦେଓଲ । ସାଂସଦ ନିଖୋଜ ଥିବାର ପୋଷ୍ଟର ମାରିଲେ ଲୋକେ । ଅଧିକ ପଢନ୍ତୁ

ସାଂସଦ ସନି ଦେଓଲ ନିଖୋଜ ପୋଷ୍ଟର
ସାଂସଦ ସନି ଦେଓଲ ନିଖୋଜ ପୋଷ୍ଟର
author img

By

Published : Jan 12, 2023, 12:52 PM IST

ଚଣ୍ଡିଗଡ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନି ଦେଓଲ ନିଖୋଜ ! ପଞ୍ଜାବର ପଠାନକୋଟ ଅନ୍ତର୍ଗତ ସୁଜାନପୁରରେ ସାଂସଦଙ୍କ ନିଖୋଜ ପୋଷ୍ଟର ଲାଗିଛି । ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ପୂରଣ ନକରି ଗାଏବ ହୋଇଯାଇଛନ୍ତି ସାଂସଦ । ଦୁଇ ବର୍ଷ ପୂର୍ବେ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କରି ସେ ଆଉ ଦେଖା ଦେଉନାହାନ୍ତି । ଫଳରେ ସାଂସଦକୁ ନପାଇ ତାଙ୍କର ନିଖୋଜ ପୋଷ୍ଟର ମାରି ଅଭିବନ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲୋକମାନେ ଉଦଘାଟନୀ ଫଳକରେ ବିଜେପି ନେତାଙ୍କ ଏହି ପୋଷ୍ଟର ଲଗାଇଛନ୍ତି ।

ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୧ମସିହାରେ ସୁଜାନପୁର ବିଧାୟକ ଦିନେଶ ବାବୁ ଓ ବିଜେପି ସାଂସଦ ସନି ଦେଓଲ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସ୍ଥାନୀୟ ନିର୍ବାଚନ ମଣ୍ଡଳୀରେ ଏକ ସଡକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ମାତ୍ର ଶିଳ୍ୟାନାସ ପରେ ସାଂସଦ କିମ୍ବା କୌଣସି ବିଜେପି ନେତାଙ୍କ ଦେଖା ମିଳିନଥିଲା । ଏହି ଘଟଣାକୁ ଅଦ୍ୟାବିଧି ଦୁଇ ବର୍ଷ ବିତିଲାଣି । ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ଅନ୍ୟପଟେ ଲୋକେ ଯାତାୟତ କରୁଥିବା ଉକ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ରହିଛି । ପ୍ରତିଦିନ ଏଠାରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ବିଶେଷକରି ବର୍ଷା ଦିନେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଲୋକଙ୍କ ସମସ୍ୟା ପ୍ରତି ସାଂସଦଙ୍କ ଏପରି ଅବହେଳାଙ୍କୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଉଦଘାଟନୀ ଫଳକରେ ତାଙ୍କର ନିଖୋଜ ପୋଷ୍ଟର ମାରି ଅଭିନବ ଉପାୟରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏହାସହିତ ସେମାନେ ଆପ୍ ସରକାରଙ୍କୁ ରାସ୍ତାଟିଏ ନିର୍ମାଣ ପାଇଁ ନିବେଦନ କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ଆପ୍ ନେତା କହିଛନ୍ତି, ''ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା । ବିଜେପି ନେତା ସନି ଦେଓଲ ସୁଜାନପୁରରୁ ଜିତିବା ପରେ ମଧ୍ୟ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ।'' ସେହିପରି ରାଜେଶ ନାମକ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ବିଜେପି, କଂଗ୍ରେସ, ଅକାଳି ଦଳ ହେଉ କିମ୍ବା ଆମ୍ ଆଦମୀ ପାର୍ଟି, କେହି ବି ରାସ୍ତା ନିର୍ମାଣ କରୁନାହାନ୍ତି । ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ଲୋକେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସେ କ୍ଷମତାସୀନ ଆପ୍ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.