ETV Bharat / bharat

Gujarat riots: ସର୍ବୋଚ୍ଚ କୋର୍ଟଙ୍କ 3 ଜଣିଆ ଖଣ୍ଡିପୀଠକୁ ଗଲା ତିସ୍ତା ସେତଲଓ୍ବାଡଙ୍କ ବେଲ ଆବେଦନ

ସର୍ବୋଚ୍ଚ କୋର୍ଟଙ୍କ 3 ଜଣିଆ ଖଣ୍ଡିପୀଠକୁ ଗଲା ସାମାଜିକ କର୍ମୀ ତିସ୍ତା ସେତଲଓ୍ବାଡଙ୍କ ବେଲ ଆବେଦନ । ଗୁଜୁରାଟ ହାଇକୋର୍ଟ ତିସ୍ତାଙ୍କ ବେଲ ଆବେଦନ ଖାରଜ କରିବା ସହ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେବା ପରେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଛନ୍ତି ତିସ୍ତା । ଅଧିକ ପଢନ୍ତୁ

author img

By

Published : Jul 1, 2023, 10:33 PM IST

3 ଜଣିଆ ଖଣ୍ଡିପୀଠକୁ ଗଲା ସାମାଜିକ କର୍ମୀ ତିସ୍ତା ସେତଲଓ୍ବାଡଙ୍କ ବେଲ ଆବେଦନ

ନୂଆଦିଲ୍ଲୀ: ସର୍ବୋଚ୍ଚ କୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠକୁ ଗଲା ଗୋଧ୍ରା ଦଙ୍ଗା ମାମଲାରେ ଗିରଫ ହୋଇ ଅନ୍ତରୀଣ ଜାମିନରେ ଥିବା ସାମାଜିକ କର୍ମୀ ତିସ୍ତା ସେତଲଓ୍ବାଡଙ୍କ ବେଲ ଆବେଦନ । ତିସ୍ତା ଏବେ ଅନ୍ତରୀଣ ଜାମିନରେ ଅଛନ୍ତି । ହେଲେ ତାଙ୍କ ନିୟମିତ ବେଲ ଆବେଦନ ଖାରଜ କରିବା ସହ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ଗୁଜୁରାଟ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସେ ସର୍ବୋଚ୍ଚ କୋର୍ଟରେ ଜାମିନ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି 2 ବିଚାରପତି କରିଥିବା ବେଳେ ସହମତି ପ୍ରକାଶ ନପାଇବାରୁ ଏହାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିଲା । ଏବେ ଏହି ମାମଲାର ଶୁଣାଣି 3 ଜଣିଆ ଖଣ୍ଡପୀଠ କରିବେ ।

ଆଜି ଗୁଜୁରାଟ ହାଇକୋର୍ଟ ତିସ୍ତାଙ୍କ ନିୟମିତ ବେଲ ଆବେଦନକୁ ଖାରଜ କରିଦେବା ସହ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତତ୍କାଳୀନ ନିର୍ବାଚିତ ସରକାରଙ୍କୁ ବଦନାମ କରିବା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଖରାପ କରିବା ଉଦ୍ୟମ କରିଥିବା ଅଭିଯୋଗରେ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ । ତାଙ୍କ ସଂଗଠନର କିଛି ସହଯୋଗୀ ଓ ଦଙ୍ଗା ପୀଡିତଙ୍କ ମାଧ୍ୟମରେ ସେ ସରକାରଙ୍କ ବିରୋଧରେ ମିଛ ମାମଲା ଦାଏର କରିଥିବା ମଧ୍ୟ କୋର୍ଟ ଦର୍ଶାଇଥିଲେ । ତାଙ୍କ ବେଲ ଆବେଦନ ଖାରଜ କରିବା ସହ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ । ଯାହା ବିରୋଧରେ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ ତିସ୍ତା ।

ତେବେ ତିସ୍ତାଙ୍କ ବେଲ ଆବେଦନ ସର୍ବୋଚ୍ଚ କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠଙ୍କ ଦ୍ବାରା ହୋଇଥିଲେ ସୁଦ୍ଧା, ଦୁଇ ବିଚାରପତିଙ୍କ ମତରେ ଭିନ୍ନତା କାରଣରୁ ରାୟ ପ୍ରକଶ ପାଇପାରିନଥିଲା । ଏବେ ଏହି ମାମଲା 3 ଜଣିଆ ଖଣ୍ଡପୀଠଙ୍କ ନିକଟକୁ ପଠାଯାଇଛି । ତିନି ଜଣିଆ ଖଣ୍ଡପୀଠଙ୍କ ରାୟ ପରେ ତିସ୍ତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

ଗତବର୍ଷ (2022) ରେ ତିସ୍ତା ସେତଲଓ୍ବାଡଙ୍କ ସମେତ ପୂର୍ବତନ ଗୁଜୁରାଟ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଗିରଫ କରାଯାଇଥିଲା । ଗୁଜୁରାଟ ଦଙ୍ଗାରେ ପ୍ରାଣ ହରାଇଥିବା ତତ୍କାଳୀନ କଂଗ୍ରେସ ସାଂସଦ ଇଶାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀଙ୍କ ଦ୍ବାରା ହୋଇଥିବା ଆବେଦନକୁ ଖାରଜ କରିଦେବା ସହ ଏହି ମାମଲାରେ ଏମାନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପରେ ତିସ୍ତା ଅନ୍ତରୀଣ ଜାମିନରେ ଜେଲରୁ ମୁକ୍ତ ହୋଇଥିଲେ । ଏବେ ତାଙ୍କ ନିୟମିତ ବେଲ ଆବେଦନ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରା ଖାରଜ ହେବା ପରେ ସେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

2002 ରେ ଗୁଜୁରାଟ ଗୋଧ୍ରାରେ ସାବରମତି ଏକ୍ସପ୍ରେସ ପୋଡି କାଣ୍ଡରେ 59 କରସେବକଙ୍କ ହତ୍ୟା ହେବା ପରେ ସମଗ୍ର ଗୁଜୁରାଟରେ ଦଙ୍ଗା ଦେଖାଯାଇଥିଲ । ଏଥିରେ ପ୍ରାୟ ଏକ ହଜାର ଲୋକ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ମୁସଲିମ ଥିଲେ । ଏହି ମାମଲାରେ ଏକାଧିକ ଗିରଫଦାରି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.