ମୁମ୍ବାଇ: ମହାରାଷ୍ଟ୍ରର ସରକାରୀ ଚିନି କଳକୁ ଅତି କମ୍ ଦାମରେ ବିକ୍ରି କରାଯାଇଛି । ଏହି ମାମଲାରେ ୨୫ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ(anna hazare alleges twenty five crore maharastra sugar mills scam) । ଏହି ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖିଛନ୍ତି ଆନ୍ନା । ଚିନି କଳ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତ କରନ୍ତୁ ବୋଲି ସେ ଚିଠିରେ ଦାବି କରିଛନ୍ତି ।
ନିଜ ଚିଠିରେ ଆନ୍ନା ଶାହାଙ୍କୁ ନିବେଦନ କରିଛନ୍ତି ଯେ, ଚିନି କଳରେ ୨୫ ହଜାର କୋଟିର ଦୁର୍ନୀତି ମାମଲାର ଯାଞ୍ଚ ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କ ଅଧୀନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ । ଚିନି ମିଲ୍କୁ ନଗଣ୍ୟ ମୂଲ୍ୟରେ ବିକ୍ରି କରାଯିବା ବିରୁଦ୍ଧରେ ରାଜନେତାଙ୍କ ସହ ଆମେ ୨୦୦୯ରୁ ଆନ୍ଦୋଳନ ଜାରି ରଖିଛୁ । ୨୦୧୭ ମସିହାରେ ଆମେ ମୁମ୍ବାଇରେ ଏକ ଅଭିଯୋଗ ଦାଖଲ କରିଥିଲୁ ଏବଂ ଏହାର ତଦନ୍ତ ଡିଆଇଜି ସ୍ତରରେ ଜଣେ ଅଧିକାରୀ କରିଥିଲେ । ହେଲେ ଦୁଇ ବର୍ଷ ପରେ ତଦନ୍ତ ବନ୍ଦ କରାଯିବା ସହ କୌଣସି ଅନିୟମିତତା ହୋଇନଥିବା କୁହାଯାଇଥିଲା । ତେଣୁ ଯଦି ମହାରାଷ୍ଟ୍ର ସରକାର ୨୫ ହଜାର କୋଟି ଟଙ୍କାର ଏହି ମହାଦୁର୍ନୀତିରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବେ ତେବେ କିଏ ନେବ ବୋଲି ପ୍ରଶ୍ନ କରିଛନ୍ତି ଆନ୍ନା ହଜାରେ ।
ଆହୁରି ମଧ୍ୟ ସେ କହିଛନ୍ତି, କୃଷିକଙ୍କ କଲ୍ୟାଣ ଏବଂ ସମବାୟ କ୍ଷେତ୍ରରେ ଉନ୍ନତି ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲା । ତେଣୁ ମହାରାଷ୍ଟ୍ର ଚିନି ମିଲ୍ର ଯାଞ୍ଚ ପାଇଁ କେନ୍ଦ୍ର ଯଦି ଉଚ୍ଚସ୍ତରୀୟ କମିଟି ଗଠନ କରନ୍ତା ତେବେ ଏହା ଏକ ଭଲ ଦୃଷ୍ଟାନ୍ତ ହୁଅନ୍ତା ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି ଆନ୍ନା ।