ETV Bharat / bharat

ସନ ବର୍ଣ୍ଣ ଫେଷ୍ଟିଭାଲ ବିବାଦ, ଆୟୋଜକଙ୍କ ସମେତ 'ବୁକ୍ ମାଇଁ ଶୋ' ନାଁରେ ମାମଲା

author img

By ETV Bharat Odisha Team

Published : Dec 25, 2023, 10:48 PM IST

Sunburn Festival Controversy: ବିବାଦ ଘେରରେ ସନ ବର୍ଣ୍ଣ ଫେଷ୍ଟିଭାଲ ଓ ବୁକ୍ ମାଇଁ ଶୋ । ନୂଆ ବର୍ଷ ଇଭେଣ୍ଟ ପାଇଁ ଅନୁମତି ମିଳିନଥିବାବେଳେ ଚାଲିଥିଲା ଅନଲାଇନ ଟିକେଟ୍ ବିକ୍ରି । ଅଧିକ ପଢନ୍ତୁ

online sale of tickets
ବିନା ଅନୁମତିରେ ଟିକେଟ୍ ବିକ୍ରି

ହାଇଦ୍ରାବାଦ: ବିବାଦ ଘେରରେ ସନ ବର୍ଣ୍ଣ ଫେଷ୍ଟିଭାଲ ( Sunburn Festival) । ଠକେଇ ମାମଲାରେ ଛନ୍ଦି ହୋଇଛି 'ବୁକ୍ ମାଇଁ ଶୋ' । ଏନେଇ ମାମଲା ରୁଜୁ କରିଛି ତେଲେଙ୍ଗାନା ମଦାପୁର ପୋଲିସ । ବିନା ଅନୁମତିରେ ଅନଲାଇନରେ ଟିକେଟ ବିକ୍ରି କରିଥିବାରୁ ବୁକ୍ ମାଇଁ ଶୋ ଏବଂ ସନ ବର୍ଣ୍ଣ ଫେଷ୍ଟିଭାଲ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନୂଆ ବର୍ଷ ଇଭେଣ୍ଟ ପାଇଁ ଅନୁମତି ନେବାକୁ ପଡିବ ବୋଲି ସ୍ପଷ୍ଟ କରାଯାଇଛି। ସେପରି ନକଲେ ଆୟୋଜକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ପୋଲିସ । ନୂଆ ବର୍ଷ ଇଭେଣ୍ଟ ପାଇଁ ଅନୁମତି ମିଳିନଥିବାବେଳେ ଚାଲିଥିଲା ଅନଲାଇନ ଟିକେଟ୍ ବିକ୍ରି।

ସୂଚନା ଅନୁସାରେ, ଏହି ଶୋ' ର ଅନଲାଇନ ଟିକେଟ୍ ବିକ୍ରିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ରେଭନଥ୍ ରେଡ୍ଡୀ । ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରବିବାର ଏକ ବୈଠକ ବସିଥିଲା । ଯେଉଁଥିରେ ବିନା ଅନୁମତିରେ କିପରି ଅନଲାଇନ ଟିକେଟ୍ ବିକ୍ରି ହେଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । ଏହାପରେ ସାଇବରାବାଦ ପୋଲିସ ଶୋ'ର ଆୟୋଜକଙ୍କୁ ସମନ ଜାରି କରିଛି । ଏହାସହ 'ବୁକ୍ ମାଇ ଶୋ' ବିରୋଧରେ ମଧ୍ୟ ଥାନାରେ ମାମଲା ହୋଇଛି ।

ମଦାପୁର ଅତିରିକ୍ତ ଡିସିପି ନନ୍ଦାୟାଲା ନରସିଂହ ରେଡ୍ଡୀ କହିଛନ୍ତି, "ଆମେ ପୂର୍ବରୁ ସମସ୍ତ ନିୟମକୁ ନେଇ ନିର୍ଦ୍ଦେଶାବଳୀ ଜାରି କରିସାରିଛୁ । ଯେଉଁମାନେ ନୂଆ ବର୍ଷର ଉତ୍ସବ ଆୟୋଜନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଅନୁସରଣ କରିବାକୁ ପଡ଼ିବ । କିନ୍ତୁ, ସୁମନ୍ତ ନାମକ ଜଣେ ବ୍ୟକ୍ତି ଏହି ନିୟମର ଉଲଙ୍ଘନ କରି ବିନା ଅନୁମତିରେ 'ବୁକ୍ ମାଇ ଶୋ'ରେ ଇଭେଣ୍ଟ ପାଇଁ ଟିକେଟ୍ ବିକ୍ରି କରୁଥିଲେ । ଆମେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛୁ ।

ସେ ଆହୁରି ମଧ୍ୟ କହିଛନ୍ତି, 'ବୁକ୍ ମାଇ ଶୋ'ର ଏମଡିଙ୍କ ସମେତ ନୋଡାଲ ଅଧିକାରୀଙ୍କୁ ଆମେ ନୋଟିସ ଜାରି କରିଛୁ । ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସେ ଅନୁମତି ପାଇଁ ଆବେଦନ କରିଥିଲେ । ହେଲେ ଆମେ ଅନୁମତି ଦେବାକୁ କରିଥିଲୁ । କାରଣ ସେମାନେ ଅବକାରୀ ସହିତ ଅନ୍ୟ ଅନୁମତି ନେଇ ନଥିଲେ । ଏହାକୁ ସନ ବର୍ଣ୍ଣ ଫେଷ୍ଟିଭାଲ ନାଁରେ ପାଳନ କରାଯାଉଛି । ହେଲେ ଏହା ସେତେ ବଡ଼ ଧରଣର କାର୍ଯ୍ୟକ୍ରମ ନୁହେଁ।

ଏହା ମଧ୍ୟ ପଢନ୍ତୁ...କଳା ଟଙ୍କା ପାଇଁ ଆଶ୍ରୟସ୍ଥଳ ପାଲଟିଛି ସମବାୟ ବ୍ୟାଙ୍କ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.