ETV Bharat / bharat

Acharya Vinobha Bhave: ଗାନ୍ଧିବାଦର ପୁରୋଧା ନେତା, ଭୂମିହୀନଙ୍କୁ ବାଣ୍ଟିଥିଲେ ୪୫ ଲକ୍ଷ ଏକର ଜମି - ଭୂଦାନ ଆନ୍ଦୋଳନର ପ୍ରଣେତା ବିନୋବା ଭାବେ

ଭୂଦାନ ଆନ୍ଦୋଳନର ପ୍ରଣେତା ବିନୋବା ଭାବେ ଥିଲେ ପ୍ରଥମ ବ୍ୟକ୍ତିଗତ ସତ୍ୟାଗ୍ରହୀ । ଗାନ୍ଧିଜୀ ନିଜେ ତାଙ୍କୁ ଏହି ଆଖ୍ୟା ଦେଇଥିଲେ । ବିନୋବା ଭୂ ଦାନ ପାଇଁ ଗାଁ ଗାଁ ବୁଲି ଦେଶବାସୀଙ୍କୁ ନିବେଦନ କରୁଥିଲେ । ଭୂଦାନ ଯାତ୍ରା ପାଇଁ ଆଜି ବି ଅମର ରହିଛନ୍ତି ବିନୋବା । ଦେଶ ଆଜି ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବିନୋବାଙ୍କ କାର୍ଯ୍ୟ ଆଜି ଦେଶବାସୀଙ୍କୁ ଯୋଗାଉଛି ପ୍ରେରଣା । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

Acharya Vinobha Bhave: ଗାନ୍ଧିବାଦର ପୁରୋଧା ନେତା, ଭୂମିହୀନଙ୍କୁ ବାଣ୍ଟିଥିଲେ ୪୫ ଲକ୍ଷ ଏକର ଜମି

author img

By

Published : Feb 20, 2022, 6:04 AM IST

ମୁମ୍ବାଇ: ଭୂଦାନ ଆନ୍ଦୋଳନର ପ୍ରଣେତା ତଥା ଜଣେ ସଚ୍ଚା ଗାନ୍ଧିବାଦ ହେଉଛନ୍ତି ବିନୋବା ଭାବେ । ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିନୋବା ସର୍ବଦା ତାଙ୍କ ଧାରଣାକୁ କାର୍ଯ୍ୟକାରୀ କରିବାକୁ ଜିଦ୍ ଧରିଥିଲେ । ଏଣୁ ଗାନ୍ଧିଜୀ ନିଜେ ବିନୋବାଙ୍କୁ ପ୍ରଥମ ବ୍ୟକ୍ତିଗତ ସତ୍ୟାଗ୍ରହୀ ଭାବରେ ପରିଚିତ କରାଇଥିଲେ । ଆନ୍ଦୋଳନରେ ସାମିଲ ହୋଇ ସେ ଅନେକ ବାର ଜେଲ ଦଣ୍ଡ ଭୋଗିଥିଲେ । ଏହାସହ ଗାଁ ଗାଁ ବୁଲି ଭୂମିହୀନଙ୍କ ପାଇଁ ଭୂମି ଦାନ କରିବାକୁ ସେ ଦେଶବାସୀଙ୍କୁ କରିଥିଲେ ନିବେଦନ । ଏହାପରେ ଦାନ କରାଯାଇଥିବା ପ୍ରାୟ ୪୫ ଲକ୍ଷ ଏକର ଜମିକୁ ସେ ଭୂମିହୀନଙ୍କୁ ବଣ୍ଟନ କରିଥିଲେ ।

Acharya Vinobha Bhave: ଗାନ୍ଧିବାଦର ପୁରୋଧା ନେତା, ଭୂମିହୀନଙ୍କୁ ବାଣ୍ଟିଥିଲେ ୪୫ ଲକ୍ଷ ଏକର ଜମି

୧୮୯୫ ମସିହା ସେପ୍ଟେମ୍ବର ୧୧ ତାରିଖରେ ବିନୋବା କୋଙ୍କଣ ଜିଲ୍ଲାର ରାଏଗଡ ନିକଟ ଗାଗୋଡ଼ଠାରେ ଜନ୍ମ ନେଇଥିଲେ । ସେ ପିଲାଟି ଦିନରୁ ଆଧ୍ୟାତ୍ମିକତାକୁ ଭଲ ପାଉଥିଲେ । ଏଥିଲାଗି ସେ ପରୀକ୍ଷା ପାଇଁ ମୁମ୍ବାଇ ଆସିଥିବା ବେଳେ ବାରାଣାସୀ ଯିବାକୁ ସ୍ଥିର କଲେ ଏବଂ 1916 ମାର୍ଚ୍ଚ 15 ତାରିଖରେ ସେ ବାରାଣାସୀରେ ପହଞ୍ଚିଥିଲେ । ଏହି ସମୟରେ ମହାତ୍ମା ଗାନ୍ଧୀଙ୍କ ଏକ ଭାଷଣ ବିନୋବାଙ୍କ ପଢା ବହିରେ ରହିଥିଲା । ପୁସ୍ତକରେ ଥିବା ଗାନ୍ଧୀଙ୍କ ଚିନ୍ତାଧାରା ତାଙ୍କୁ ପ୍ରଭାବିତ କଲା ।

ଏହା ପରେ ସେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ ପଚାରି ଏକ ଚିଠି ଲେଖିଥିଲେ । ଚିଠି ପାଇବା ପରେ ଗାନ୍ଧିଜୀ ବିନୋବାଙ୍କୁ କୋଚରାବ ସତ୍ୟଗ୍ରାହୀ ଆଶ୍ରମକୁ ନିମନ୍ତ୍ରଣ କରିଥିଲେ । 1916 ମସିହା ଜୁନ 7 ତାରିଖରେ, ବିନୋବା ପ୍ରଥମେ ବାପୁଙ୍କୁ ଭେଟିଥିଲେ । ଏଠାରୁ ହିଁ ତାଙ୍କର ଗାନ୍ଧିବାଦର ଯାତ୍ରା ଆରମ୍ଭ ହୋଇଥିଲା । ୧୯୨୧ମସିହାରେ ବିନୋବାଙ୍କୁ ବର୍ଦ୍ଧାରେ ଥିବା ସତ୍ୟାଗ୍ରହୀ ଆଶ୍ରମର ନିର୍ଦ୍ଦେଶକ ବାଛିଥିଲେ ବାପୁ । ଗ୍ରାମଗୁଡିକ ଆତ୍ମନିର୍ଭରଶୀଳ ହେଲେ ବ୍ରିଟିଶଙ୍କୁ ଦେଶରୁ ବାହାର କରିଦେବା ସହଜ ହେବ, ଏହା ଉପରେ ବିନୋବା କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।

ନାଗରିକ ଅମାନ୍ୟ ଆନ୍ଦୋଳନ ସମୟରେ ବିନୋବା 1930 ରୁ 1932 ମଧ୍ୟରେ ଜେଲଦଣ୍ଡ ଭୋଗିଥିଲେ । ଜେଲରୁ ମୁକୁଳିବା ପରେ ମଧ୍ୟ ସେ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ନିଜର ସ୍ବାଧୀନତା ସଂଗ୍ରାମ ଜାରି ରଖିଥିଲେ । ବିନୋବା ଆଶ୍ରମରେ ଥିବାବେଳେ ବିଭିନ୍ନ ପ୍ରକାରର କାମ କରୁଥିଲେ । ସ୍ବାଧୀନତା ସଂଗ୍ରାମରେ ଆତ୍ମନିର୍ଭରଶୀଳତା ସ୍ବଦେଶୀ ଏବଂ ସତ୍ୟାଗ୍ରହ ମାଧ୍ୟମରେ ସମ୍ଭବ ଥିଲା । ବିନୋବା ଏହି ଦୁଇ ପ୍ରକାର କାର୍ଯ୍ୟରେ ଭାଗ ନେଇଥିଲେ । ତାଙ୍କୁ ଅନେକ ଥର କାରାଗାରରେ ରଖାଯାଇଥିଲା ।

ଗାନ୍ଧିଜୀଙ୍କ ଦ୍ବାରା ପ୍ରଥମ ସତ୍ୟାଗ୍ରହୀ ଘୋଷଣା ହେବା ପରେ ବିନୋବା ଗାଁ-ଗାଁ ବୁଲିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧରେ ଭାଗ ନ ନେବାକୁ ଭାରତୀୟଙ୍କୁ ନିବେଦନ କରିଥିଲେ । ଯୁଦ୍ଧ ବିରୋଧୀ ଭାଷଣ ଦେଇଥିବାରୁ ତାଙ୍କୁ ଗିରଫ କରାଗଲା । ପରେ ସେବାଗ୍ରାମରେ ଆନ୍ଦୋଳନ କରିବା ପାଇଁ 1942 ମସିହାରେ ତାଙ୍କୁ ପୁଣି ଗିରଫ କରାଗଲା । 1942 ମସିହାରେ 'ଚଲେ ଯାଓ' ଆନ୍ଦୋଳନ ସମୟରେ ବିନୋବାଙ୍କୁ ବ୍ରିଟିଶମାନେ ମଧ୍ୟ ଗିରଫ କରିଥିଲେ । 1945 ମସିହାରେ ଜେଲରୁ ମୁକୁଳିବା ପରେ ସେ ପୁଣି ଗାନ୍ଧିଜୀଙ୍କ ନିର୍ଦ୍ଦେଶନାରେ ଗଠନମୂଳକ କାର୍ଯ୍ୟ କଲେ ଏବଂ ଗ୍ରାମ ବିକାଶ ମଣ୍ଡଳ ସ୍ଥାପନ କରିଥିଲେ ।

ଦେଶ ସ୍ବାଧୀନ ପରେ ବିନୋବା ଆତ୍ମନିର୍ଭରଶୀଳତା ଏବଂ ଗଠନମୂଳକ କାର୍ଯ୍ୟ ଜାରି ରଖିଥିଲେ । ଏକ ଆତ୍ମନିର୍ଭରଶୀଳ ତଥା ଅହିଂସା ସାମାଜିକ ଗଠନ ପାଇଁ ସେ 1951 ମସିହାରେ ଦେଶରେ ଭୂଦାନ ଆନ୍ଦୋଳନ ଆରମ୍ଭ କଲେ । ତାଙ୍କର ଲକ୍ଷ୍ୟ ଥିଲା ଜୀବନ ଏବଂ ସମାଜକୁ ପରିବର୍ତ୍ତନ କରିବା । ତେଲେଙ୍ଗାନା ପୋଚାମ୍ପାଲୀ ଗ୍ରାମରୁ 18 ଏପ୍ରିଲ 1951 ରେ ଏହି ଆନ୍ଦୋଳନ ଆରମ୍ଭ ହେଲା । ଏଠାକାର ଜଣେ କୃଷକ ରାମଚରଣ ରେଡ୍ଡୀ 100 ଏକର ଜମି ଭୂଦାନ ଆନ୍ଦୋଳନରେ ଦାନ କରିଥିଲେ । ପରେ ଏହି ଆନ୍ଦୋଳନ ସାରା ଦେଶରେ ବ୍ୟାପିବାକୁ ଲାଗିଲା ।

ଏହି ଆନ୍ଦୋଳନ 13 ବର୍ଷ 3 ମାସ ଧରି ଚାଲିଲା । ଏହି ସମୟରେ ବିନୋବା 80 କିଲୋମିଟର ଯାତ୍ରା କରି 45 ଲକ୍ଷ ଏକର ଜମିକୁ ଭୂମିହୀନଙ୍କୁ ବଣ୍ଟନ କରିଥିଲେ । ସ୍ବାଧୀନତା ପରେ ବିନୋବା ସର୍ବୋଦୟ ପ୍ରତିଷ୍ଠା କରି ନିଜର କାର୍ଯ୍ୟ ଜାରି ରଖିଥିଲେ । ଏବେ ବିନୋବାଙ୍କ କାର୍ଯ୍ୟକୁ ଆଗେଇ ନେଉଛି ନାଗପୁର ବିନୋବା ବିଚାର କେନ୍ଦ୍ର । ଭୂଦାନ ଯାତ୍ରା ପାଇଁ ଆଜି ବି ଅମର ରହିଛନ୍ତି ବିନୋବା । କୌଣସି ଜିନିଷକୁ ବଳ ଦ୍ବାରା ନିଆଯାଇପାରିବ ନାହିଁ । ଯେତେବେଳେ କେହି ଆପଣଙ୍କୁ କିଛି ଦିଅନ୍ତି ଏହା ସବୁଦିନ ପାଇଁ ରହିଥାଏ, ବିନୋବା ଏହା ଜାଣିଥିଲେ । ସେ ଭୂଦାନ ଆନ୍ଦୋଳନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.