ETV Bharat / bharat

କର୍ଣ୍ଣାଟକ କଂଗ୍ରେସ ବିଧାୟକଙ୍କ ବାସଭବନରେ ACB ଚଢାଉ - କର୍ଣ୍ଣାଟକ ଖବର

କର୍ଣ୍ଣାଟକର କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନଙ୍କ ଘର ସମେତ 5 ଠିକଣାରେ ACB ଚଢାଉ ଜାରି । ପୂର୍ବରୁ ଆର୍ୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାରରେ ରହିଛନ୍ତି ବିଧାୟକ । ଅଧିକ ପଢନ୍ତୁ

କର୍ଣ୍ଣାଟକ କଂଗ୍ରେସ ବିଧାୟକଙ୍କ ବାସଭବନରେ ACB ଚଢାଉ

author img

By

Published : Jul 5, 2022, 12:09 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନଙ୍କ ବାସଭବନରେ ଚଢାଉ କରିଛି ଆଣ୍ଟି କରପସନ ବ୍ୟୁରୋ (ACB) । ଆଜି (ମଙ୍ଗଳବାର) ସକାଳୁ ବିଧାୟକଙ୍କ ବେଙ୍ଗାଲୁରୁରେ ଥିବା ବାସଭବନ ସମେତ ମୋଟ 5 ଠିକଣାରେ ଚଢାଉ ଜାରି ରହିଛି । ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତି ତଥା ଆର୍ୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଧାୟକଙ୍କୁ ତଦନ୍ତ ପରିସରରେ ରଖିଛି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିପୋର୍ଟ ଆଧାରରେ ACB ର ଅଧିକାରୀମାନେ ଏକାଧିକ ଠିକଣାରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି ।

ACB ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାମରନପେଟ ବିଧାନସଭା ମଣ୍ଡଳୀରୁ ବିଧାୟକ ଥିବା ଖାନଙ୍କ ବେଙ୍ଗାଲୁରୁ କଣ୍ଟେନମେଣ୍ଟରେ ଥିବା ବାସଭବନ ସହ ସମ୍ପର୍କୀୟଙ୍କ ସମେତ ମୋଟ 5ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି । ବିଧାୟକଙ୍କର ବେଙ୍ଗାଲୁରୁ ସହରରେ ମଧ୍ୟ ଏକାଧିକ ଫ୍ଲାଟ ରହିଛି । ବିଧାୟକ ଖାନ ମଧ୍ୟ ଜଣେ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଘନିଷ୍ଠ ସହଯୋଗୀ । ପୂର୍ବରୁ ମଧ୍ୟ ତାଙ୍କ ନାମରେ ଦୂର୍ନୀତି ଅଭିଯୋଗ ହୋଇଥିଲା । ତେବେ ଆଜି ଚଢାଉର ଫଳାଫଳରେ ଜବତ ହୋଇଥିବା ସାମଗ୍ରୀ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.