ETV Bharat / bharat

Chandrababu House Custody Petition: ଚନ୍ଦ୍ରବାବୁଙ୍କ ଗୃହବନ୍ଦୀ ଆବେଦନ ଖାରଜ

author img

By ETV Bharat Odisha Team

Published : Sep 12, 2023, 9:38 PM IST

ଚନ୍ଦ୍ରବାବୁ ନାଇଡୁଙ୍କ ଗୃହବନ୍ଦୀ ଆବେଦନକୁ ଖାରଜ କଲେ ଆନ୍ଧ୍ର ପ୍ରଦେଶ ଏସିବି କୋର୍ଟ । ଶନିବାର ଗିରଫ ପରେ ରବିବାରଠାରୁ 14 ଦିନିଆ ରିମାଣ୍ଡରେ ଅଛନ୍ତି ଚନ୍ଦ୍ରବାବୁ । ଅଧିକ ପଢନ୍ତୁ

AP: ଚନ୍ଦ୍ରବାବୁ ନାଇଡୁଙ୍କ ଗୃହବନ୍ଦୀ ଆବେଦନକୁ ଖାରଜ କଲେ କୋର୍ଟ

ଅମରାବତୀ: ଦୁର୍ନୀତି ମାମଲାରେ ଗିରଫ ହୋଇ ରିମାଣ୍ଡରେ ଥିବା ଆନ୍ଧ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଗୃହବନ୍ଦୀ ଆବେଦନକୁ ଖାରଜ କରିଛନ୍ତି । କ୍ରମାଗତ 2 ଦିନ ଧରି ଚନ୍ଦ୍ରବାବୁଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନର ଶୁଣାଣି କରି ଆଜି ଆଣ୍ଟି କରପସନ ବ୍ୟୁରୋ ACB କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ରବିବାର ତାଙ୍କୁ ଗିରଫ କରାଯିବା ପରେ 14 ଦିନିିଆ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ତାଙ୍କୁ ଜେଲ ପଠାଇବା ପରିବର୍ତ୍ତେ ଗୃହବନ୍ଦୀ ଭାବେ ରଖି ତଦନ୍ତ ଦାରି ରଖିବାକୁ ଚନ୍ଦ୍ରବାବୁଙ୍କ ଓକିଲ ଏକ ପିଟିସନ ଦାଖଲ କରିଥିଲେ ।

  • #WATCH | Vijayawada: On former Andhra Pradesh CM Chandrababu Naidu's house custody petition, Advocate General Ponnavolu Sudhakar Reddy says, "The court dismissed the petition for house custody..." pic.twitter.com/FVvmSckjGm

    — ANI (@ANI) September 12, 2023 " class="align-text-top noRightClick twitterSection" data=" ">

ଏହି ଆବେଦନରେ ଚନ୍ଦ୍ରବାବୁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଲୁଦ୍ର ପକ୍ଷ ରଖି, ତାଙ୍କ ସୁରକ୍ଷା ସମ୍ପର୍କିତ ଦିଗକୁ ନେଇ ପ୍ରଶ୍ନ ଉଠାଇଥିଲେ । ପୂର୍ବରୁ କେନ୍ଦ୍ର ସରକାର ଚନ୍ଦ୍ରବାବୁଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦେଇଛନ୍ତି । ତାଙ୍କୁ ଜେଲରେ ରଖାଯିବା ନେଇ ତାଙ୍କ ପ୍ରତି ବିପଦ ରହିଛି । ସେଠାରେ କିଛି ଅଭ୍ୟାସଗତ କୁଖ୍ୟାତ ଅପରାଧୀ ମଧ୍ୟ ରହିଛନ୍ତି । ତେଣୁ ଚନ୍ଦ୍ରବାବୁଙ୍କ ସୁରକ୍ଷା ପ୍ରତି ଏପରି ଅଣଦେଖା କରାଯାଇ ପାରିବନାହିଁ । ତାଙ୍କୁ ଗୃହବନ୍ଦୀ ଭାବେ ରହିବାକୁ ଅନୁମତି ଦେଇ ମାମଲାର ତଦନ୍ତ ଜାରି ରଖିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ । ସୋମବାର ଓ ଆଜି (ମଙ୍ଗଳବାର) ଦୁଇ ଦିନ ଧରି ଚାଲିଥିବା ଏହି ଶୁଣାଣିରେ ଉଭୟ ପକ୍ଷର ତର୍କ ଶୁଣିବା ପରେ କୋର୍ଟ ଚନ୍ଦ୍ରବାବୁଙ୍କ ଗୃହବନ୍ଦୀ ପିଟିସନକୁ ଖାରଜ କରିଦେଇଛନ୍ତି ।

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଶନିବାର ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ ୨୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳ ୬ଟାରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ପରେ ତାଙ୍କୁ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟରେ ରଖିବା ସହ ପ୍ରାଥମିକ ଜେରା କରିଥିଲା । ତାଙ୍କୁ ଲିଗାଲ ଟିମ୍‌ ସହ ଯୋଗାଯୋଗ କରିବା ପାଇଁ ସୁଯୋଗ ଦେବାକୁ ଚନ୍ଦ୍ରବାବୁ ନାଇଡ଼ୁ ଅନୁରୋଧ ମଧ୍ୟ କରିଥିଲେ । ସଂଧ୍ୟାରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ CID ମୁଖ୍ୟାଳୟରେ ଭେଟି ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-Corruption Case: ମିଳିଲାନି ବେଲ, ଚନ୍ଦ୍ରବାବୁ ନାଇଡୁଙ୍କୁ 14 ଦିନିଆ ରିମାଣ୍ଡରେ ନେଲା CID

ରବିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିବା ସହ ତାଙ୍କୁ 14 ଦିନିଆ ରିମାଣ୍ଡରେ ପଠାଇଥିଲେ । ଏହା ପରେ ଆନ୍ଧ୍ର ରାଜନୀତିରେ ମଧ୍ୟ ତାତି ବଢିବାରେ ଲାଗିଛି । ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟନୁଷ୍ଠାନ ଦର୍ଶାଇ ଚନ୍ଦ୍ରବାବୁଙ୍କ ପାର୍ଟି ତେଲଗୁ ଦେଶମ ପାର୍ଟି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲା । ଧାରା 144 ଜାରି ସତ୍ତ୍ବେ ମଧ୍ୟ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁମିଳିଥିଲା । ଆଜି କୋର୍ଟ ଗୃହବନ୍ଦୀ ଆବେଦନ ମଧ୍ୟ ଖାରଜ କରିଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.