ETV Bharat / bharat

ବିନା ACରେ ଉଡିଲା ବିମାନ: ଗରମରେ ଯାତ୍ରୀ ଛଟପଟ, ଝାଳ ପୋଛିବା ପାଇଁ ଟିସୁ ବାଣ୍ଟିଲେ କ୍ର୍ୟୁ

author img

By

Published : Aug 6, 2023, 8:27 PM IST

ବିନା ACରେ ବିମାନରେ ଛଟପଟ ହେଲେ ଯାତ୍ରୀ । ଝାଳ ପୋଛିବା ପାଇଁ ଟିସୁ ବାଣ୍ଟିଲେ କ୍ର୍ୟୁ ମେମ୍ବର । ଭିଡିଓ ଭାଇରାଲ ହେବା ପରେ ତଦନ୍ତ ନିର୍ଦ୍ଦେଶ ଦେଲା DGCA । ଅଧିକ ପଢନ୍ତୁ

ମଝି ଆକାଶରେ ବିମାନରେ ବନ୍ଦ ହେଲା AC, ଝାଳ ପୋଛିବା ପାଇଁ ଟିସୁ ବାଣ୍ଟିଲେ କ୍ର୍ୟୁ ମେମ୍ବର

ହାଇଦ୍ରାବାଦ: ବିମାନ ଯାତ୍ରାକୁ ନେଇ ବିଭିନ୍ନ ସମୟରେ ଏକାଧିକ ରୋଚକ ଖବର ଆସିବାର ନଜିର ରହିଛି । କେତେବେଳେ ଯାତ୍ରୀଙ୍କ ପରିସ୍ରାକାଣ୍ଡ ତ କେତେବେଳେ ବିମାନର ଏମରଜେନ୍ସି ଗେଟ ଖୋଲି ଯାତ୍ରୀ ଗିରଫ ହେବା ଘଟଣା ଅତୀତରେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛି । ତେବେ ଏବେ ବିମାନ ଯାତ୍ରାରେ ଆଉ ଏକ ବଡ ବିଭ୍ରାଟ ସାମ୍ନାକୁ ଆସିଛି । ACରେ ଉଡାଣ ଭରିଲା ବିମାନ । ପ୍ରବଳ ଗରମରେ ଅଣନିଶ୍ବାସୀ ହୋଇପଡିଲେ ଯାତ୍ରୀ । ଯାତ୍ରୀଙ୍କୁ ଝାଳ ପୋଛିବା ପାଇଁ କ୍ରୁ ସଦସ୍ୟଙ୍କୁ ଟିସୁ ପେପର ବାଣ୍ଟିବାକୁ ପଡିଲା । ବିମାନ କମ୍ପାନୀ କର୍ମଚାରୀଙ୍କ ଅବହେଳାରୁ ପଞ୍ଜାବର ଚଣ୍ଡିଗଡରୁ ରାଜସ୍ଥାନର ଜୟପୁର ଅଭିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ (6E7261)ରେ ଏପରି ଅବ୍ୟବସ୍ଥାର ସାମ୍ନା କରିଛନ୍ତି ଯାତ୍ରୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

  • Had one of the most horrifying experiences while traveling from Chandigarh to Jaipur today in Aircraft 6E7261 by @IndiGo6E. We were made to wait for about 10-15 minutes in the queue in the scorching sun and when we entered the Plane, to our shock, the ACs weren't working and the… pic.twitter.com/ElNI5F9uyt

    — Amarinder Singh Raja Warring (@RajaBrar_INC) August 5, 2023 " class="align-text-top noRightClick twitterSection" data=" ">

ଏହି ବିମାନରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି, ଅମରିନ୍ଦର ସିଂ ରାଜା ଓ୍ବାରିଂ ମଧ୍ୟ ଯାତ୍ରା କରୁଥିଲେ । ବିମାନର ଭିତରର ଏକ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜା କହିଛନ୍ତି, "ସେମାନେ ବୋର୍ଡିଂ କରିବା ବେଳେ 15 ମିନିଟରୁ ଅଧିକ ସମୟ ଖରାରେ ଯାତ୍ରୀଙ୍କୁ ଛିଡ଼ା କରାଇଥିଲେ । ତଥାପି ସେମାନେ ବିମାନରେ AC ଅନ୍‌ ବି କରିନଥିଲେ । ପରେ ବିନା ACରେ ବିମାନ ଉଡ଼ାଣ ଭରିଲା । ହେଲେ ମଝି ଆକାଶରେ ଯାତ୍ରୀମାନଙ୍କ ଅବସ୍ଥା ବେହାଲ ହୋଇପଡିଲା । ସେମାନେ ଗରମରେ ଛଟପଟ ହେବା ସହ ନିଜ ପୋଷାକରେ ଝାଳ ପୋଛିବାକୁ ଲାଗିଲେ । ଏହା ଦେଖି ବିମାନ କ୍ର୍ୟୁ ସଦସ୍ୟ ଯାତ୍ରୀଙ୍କୁ ଟିସୁ ପେପର ବାଣ୍ଟିବାକୁ ବାଧ୍ୟ ହେଲେ । ହେଲେ ବିମାନଟି ଲ୍ୟାଣ୍ଡିଂ କରିବା ପର୍ଯ୍ୟନ୍ତ ବିମାନରେ ଏସି ଚାଲୁ କରାଯାଇନଥିଲା । ପ୍ରାୟ 90 ମିନିଟ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଛଟପଟ ହେବାକୁ ପଡିଲା ।"

ଏହା ମଧ୍ୟ ପଢନ୍ତୁ:-ବିମାନରେ ଯାନ୍ତ୍ରିକ ତ୍ରୁଟି: ଅଧାବାଟରୁ ଦିଲ୍ଲୀ ଫେରିଲା ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ

ତେବେ ବଡ଼ କଥା ହେଉଛି, ଏପରି ଚରମ ଅବ୍ୟବସ୍ଥା ସୁଦ୍ଧା କେହି ବୟସ୍କ ଯାତ୍ରୀ ଅସୁସ୍ଥ ନହେବା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ଏହି ଭିଡିଓ ଭାଇରାଲ ହେବା ପରେ ବିମାନ ଯାତ୍ରୀମାନଙ୍କ ସୁରକ୍ଷା ନେଇ ବେସାମରିକ ଉଡାଣ ନିର୍ଦ୍ଦେଶାଳୟ (DGCA) ଓ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (AAI) ଉଦବେଗ ପ୍ରକାଶ କରିଛନ୍ତି । ଦାୟିତ୍ବରେ ଥିବା କର୍ମଚାରୀଙ୍କ ବିରୋଧରେ ଦାୟିତ୍ବହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମିଳିଛ । ଇଣ୍ଡିଗୋ ଏୟାର ଲାଇନ୍ସ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.