ETV Bharat / bharat

ଲିଫ୍ଟରେ ନାବାଳିକାକୁ ଦୁଷ୍କର୍ମ ! ଅଭିଯୋଗ ପରେ ବାନ୍ଧିଲା ପୋଲିସ

ମହାରାଷ୍ଟ୍ରରେ ଲଜ୍ଜା । ଲିଫ୍ଟରେ ୫ ବର୍ଷୀୟ ନାବାଳିକାକୁ ଏସି ମେକାନିକ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ଲିଫ୍ଟରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ଲିଫ୍ଟରେ ନାବାଳିକାଲିଫ୍ଟରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗକୁ ଦୁଷ୍କର୍ମ ଅଭିଯୋଗ
author img

By

Published : Dec 10, 2022, 5:45 PM IST

ମୁମ୍ବାଇ: ସୀମା ଟପିଲା ବର୍ବରତା । ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ଲିଫ୍ଟରେ ୫ ବର୍ଷର ନାବାଳିକାକୁ ଏସି ମେକାନିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି (AC Mechanic Rapes Minor Girl in Building Lift)। ମଙ୍ଗଳବାର ସନ୍ଧ୍ୟାରେ ତାଲେଜାରୁ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିବା ବେଳେ ପରିବାର ତରଫରୁ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ଏସି ମେକାନିକକୁ ଗିରଫ କରିଛି ପୋଲିସ ।

ତାଜୋଲା ଥାନାଅଧିକାରୀ ଜିତେନ୍ଦ୍ର ସୋନାଓ୍ବାନେଙ୍କ କହିବା ଅନୁସାରେ, "ଏସି ମେକାନିକ ଏକ ବିଲିଂକୁ ଏସି ତିଆରି କରିବାକୁ ଯାଇଥିଲା । ଏହି ସମୟରେ ୫ ବର୍ଷୀୟ ନାବାଳିକା ଜଣକ ଖେଳୁଥିବା ଦେଖି ତାକୁ ଲିଫ୍ଟ ଭିତରକୁ ଡାକି ନେଇଥିଲା । ଏହାପରେ ବନ୍ଦ ଲିଫ୍ଟରେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି ଘଟଣାରେ ୧୯ ବର୍ଷୀୟ ଏସି ମେକାନିକକୁ ଗିରଫ କରାଯାଇଛି । "

ଏହା ମଧ୍ୟ ପଢନ୍ତୁ: ଋଷିଆ ଯିବେନି ମୋଦି: ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିପାରନ୍ତି ରାଷ୍ଟ୍ରପତି ପୁଟିନ

ତେବେ ଖବରଅନୁସାରେ, ପୀଡିତା ଜଣକ ଦୁଷ୍କର୍ମ ପରେ ଘରକୁ ଯାଇ ବାନ୍ତି କରିଥିଲେ । ଏହାପରେ ମାଆ ପୀଡିତାଙ୍କୁ ପଚାରିବାରି ସେ ପୁରା କାହାଣୀ କହିଥିଲେ । ଏହାଶୁଣି ତତକ୍ଷଣାତ ପୀଡିତାଙ୍କ ମାଆ ବିଲ୍ଡିଂ ତଳକୁ ଯାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତଙ୍କୁ ଧରିବାରେ ତାଙ୍କୁ ସିକ୍ୟୁରିଟି ଗାର୍ଡ ଏବଂ ସ୍ଥାନୀୟ ଲୋକେ ଧରିବାରେ ସାହାଯ୍ୟ କରିଥିଲେ ବୋଲି ପୋଲିସ ଅଧିକାରୀ କହିଛନ୍ତି । ଆଇପିସି ଧାରା ୩୭୬ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.