ETV Bharat / bharat

ପୁଣି ଯାନ୍ତ୍ରିକ ତ୍ରୁଟି: ଦିଲ୍ଲୀରେ ଜରୁରୀ ଅବତରଣ କଲା ଆବୁଧାବି ଯାଉଥିବା ଇଣ୍ଡିଗୋ ବିମାନ

author img

By ETV Bharat Odisha Team

Published : Sep 17, 2023, 10:31 AM IST

Updated : Sep 17, 2023, 11:16 AM IST

ଦିଲ୍ଲୀରେ ଜରୁରୀ ଅବତରଣ କଲା ଲକ୍ଷ୍ନୌରୁ ଆବୁଧାବି ଯାଉଥିବା ଇଣ୍ଡିଗୋ ବିମାନ । ଅଧିକ ପଢନ୍ତୁ

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ
ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ: ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି । ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଜଣାପଡିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କଲା ଆବୁଧାବି ଯାଉଥିବା ଇଣ୍ଡିଗୋ ବିମାନ । ଏହି ବିମାନ ଗତକାଲି (ଶନିବାର) ରାତିରେ ଲକ୍ଷ୍ନୌରୁ ଉଡାଣ ଭରିଥିଲା । ତେବେ ରାତି ୧୦ଟା ୪୨ ମିନିଟ୍ ସମୟରେ ବିମାନଟି ରାଜଧାନୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିବା ଜଣାପଡିଛି । ଏଥିରେ ୧୫୫ ଜଣ ଯାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି । ଏହା ସମ୍ପର୍କରେ ଇଣ୍ଡିଗୋ ପକ୍ଷରୁ ତୁରନ୍ତ କୌଣସି ବିବୃତ୍ତି ଜାରି କରାଯାଇନି ।

ସୂଚନା ଅନୁଯାୟୀ, ଇଣ୍ଡିଗୋର 6E 093 ବିମାନ ଗତକାଲି ରାତିରେ ଲକ୍ଷ୍ନୌରୁ ଆବୁଧାବି ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ୧୫୫ ଜଣ ଯାତ୍ରୀ ଥିଲେ । କିଛି ବାଟ ଯିବା ପରେ ମଝି ଆକାଶରେ ବିମାନର ହାଇଡ୍ରୋଲିକ ଫେଲ୍ ହୋଇଯାଇ ଥିବାର ପାଇଲଟ ସନ୍ଦେହ କରିଥିଲେ । ଏହାପରେ ସେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ । ଫଳରେ ବିଳମ୍ବିତ ରାତି ୧୦ଟା ୪୨ ମିନିଟରେ ଲକ୍ଷ୍ନୌ-ଆବୁଧାବି ଇଣ୍ଡିଗୋ ବିମାନ ଦିଲ୍ଲୀରେ ଅବତରଣ କରିଥିଲା ।

ଏହାମଧ୍ୟ ପଢନ୍ତୁ: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଭୁବନେଶ୍ବର-ଦିଲ୍ଲୀ ବିମାନ

ଏହାମଧ୍ୟ ପଢନ୍ତୁ: Plane Crash In Brazil: ଲ୍ୟାଣ୍ଡିଂ ବେଳେ କ୍ରାସ ହେଲା ବିମାନ, ୧୪ ମୃତ

ତେବେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି କିଛି ନୂଆ ନୁହେଁ । ଅନେକ ସମୟରେ ବିଭିନ୍ନ କାରଣରୁ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିବାର ଖବର ଆସୁଛି । ଦୁଇ ସପ୍ତାହ ପୂର୍ବରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର 6E 2065 ବିମାନ ଭୁବନେଶ୍ବର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା । ବିମାନଟି ଟେକ୍ ଅଫ୍‌ କରିବାର କିଛି ସମୟ ପରେ ଏଥିରେ ଗୋଟିଏ ପକ୍ଷୀ ମାଡ ହୋଇଥିଲା । ଯେଉଁ କାରଣରୁ ଅଧାବାଟରୁ ପୁଣି ଭୁବନେଶ୍ବରକୁ ଫେରି ଆସିଥିଲା । ସେହିପରି ଗତ ଅଗଷ୍ଟ ମାସରେ ନାଗପୁର ଏୟାରପୋର୍ଟରେ ଆଉ ଏକ ଇଣ୍ଡିଗୋ ବିମାନ ମେଡିକାଲ ଏମର୍ଜେନ୍ସି ପାଇଁ ଜରୁରୀ ଅବତରଣ କରିଥିଲା । ବିମାନରେ ଜଣେ ଯାତ୍ରୀ ରକ୍ତ ବାନ୍ତି କରିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ : ବିମାନରେ ରକ୍ତ ବାନ୍ତି କଲେ ଯାତ୍ରୀ, ନାଗପୁରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Last Updated : Sep 17, 2023, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.