ETV Bharat / bharat

3 ବର୍ଷରେ ଶହୀଦ ହୋଇଛନ୍ତି 2042 CRPF ଯବାନ: କେନ୍ଦ୍ର

author img

By

Published : Mar 30, 2022, 9:17 PM IST

ଗତ 3ବର୍ଷରେ ଶହୀଦ ହୋଇଛନ୍ତି 2042 CRPF ଯବାନ । ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ

3ବର୍ଷରେ ଶହୀଦ ହୋଇଛନ୍ତି CAPF ଯବାନ: govt
3ବର୍ଷରେ ଶହୀଦ ହୋଇଛନ୍ତି CAPF ଯବାନ: govt

ନୂଆଦିଲ୍ଲୀ: ଦେଶରେ ଗତ 3ବର୍ଷ ମଧ୍ୟରେ କାର୍ଯ୍ୟରତ ଭାବେ 2,042 କେନ୍ଦ୍ରୀୟ ଅର୍ଦ୍ଧସାମରିକ ସଶସ୍ତ୍ର ବଳର ଯବାନ ଶହୀଦ ହୋଇଛନ୍ତି । ଏନେଇ ଆଜି ରାଜ୍ୟସଭାରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଜଣେ ସଂସଦଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ରାୟ ଗୃହକୁ ଏହି ସୂଚନା ଦେଇଛନ୍ତି ।

ଗୃହକୁ ଅବଗତ କରାଯାଇଥିବା ତଥ୍ୟ ଅନୁସାରେ, ବର୍ଷ 2019-21 ମଧ୍ୟରେ ଏହି ଯବାନମାନେ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ 247 ଗେଜେଟେଡ ଅଧିକାରୀ (GOs) ଥିବାବେଳେ 1,995 ଅଣଗେଜେଟେଡ ଅଧିକାରୀ (NGOs) ରହିଛନ୍ତି । ଏହି ଶହୀଦ ଅଧିକାରୀ ବା ଯବାନମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF), ସୀମା ସୁରକ୍ଷା ବଳ(BSF) ଇଣ୍ଡୋ-ତିଦ୍ଦତୀୟ ବର୍ଡର ପୋଲିସ (ITBP), ସଶସ୍ତ୍ର ସୀମା ବଳ(SSB) କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(CISF) ଓ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

ମନ୍ତ୍ରଣାଳୟ ନିକଟରେ ଉପଲବ୍ଧ ଥିବା ତଥ୍ୟ ଅନୁସାରେ ଏମାନଙ୍କ ମଧ୍ୟରେ 2019 ମସିହାରେ 622ଜଣ CRPF କର୍ମଚାରୀ, 2020ରେ 691 ଜଣ ଏବଂ 2021ରେ 729 ଜଣ କେନ୍ଦ୍ରୀୟ ଯବାନ ଶହୀଦ ହୋଇଛନ୍ତି । କେନ୍ଦ୍ରୀୟ ପୋଲିସ ବଳର କାର୍ଯ୍ୟରତ ଅଧିକାରୀ ଓ ଯବାନଙ୍କ ଶହୀଦ ହେବା ନେଇ କେନ୍ଦ୍ର ନିକଟରେ କୌଣସି ତଥ୍ୟ ଅଛି କି ନାହିଁ ବୋଲି ଗୃହରେ ପ୍ରଶ୍ନ କରିଥିଲେ Indian Muslim League MP ଅବଦ୍ଦୁଲ ଓ୍ବାହାବ। ପ୍ରଶ୍ନର ଉତ୍ତରରେ ଗୃହକୁ 3ବର୍ଷର ତଥ୍ୟ ଅବଗତ କରାଇଥିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନ୍ଦ ରାୟ ।

ଶହୀଦ ହୋଇଥିବା ଅଧିକାରୀ ଓ ଯବାନଙ୍କ ପରିବାର ପାଇଁ ସରକାର କଣ ବନ୍ଦୋବସ୍ତ କରିଛନ୍ତି ବୋଲି ଭିନ୍ନ ଏକ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ରାୟ କହିଥିଲେ, ଏହି ଦିଗରେ ମଧ୍ୟ ସରକାର ସକ୍ରିୟ ଅଛନ୍ତି । କଲ୍ୟାଣ ଓ ଥଇଥାନ ବୋର୍ଡ ଏ ଦିଗରେ କାର୍ଯ୍ୟ ଜାରି ରଖିଛି । ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବା ସହ ଆବଶ୍ୟକ ସ୍ଥଳେ ନିଯୁକ୍ତି ମଧ୍ୟ ପ୍ରଦାନ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.