ETV Bharat / bharat

ସୋମବାର ED ମୁଖ୍ୟାଳୟରେ ହାଜର ହେବେ ମମତାଙ୍କ ପୁତୁରା - Abhishek Banerjee

ସୋମବାର ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହେବେ ଅଭିଷେକ ବାନାର୍ଜୀ । କୋଇଲା ଖଣି ଆବଣ୍ଟନ ସହ ଜଡିତ ଅର୍ଥ ହେରଫେର ଅଭିଯୋଗରେ ଅଭିଷେକ ଏବଂ ତାଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ଇଡି ସମନ କରିଛି । ଅଧିକ ପଢନ୍ତୁ...

ସୋମବାର ED ମୁଖ୍ୟାଳୟରେ ହାଜର ହେବେ ମମତାଙ୍କ ପୁତୁରା

author img

By

Published : Sep 5, 2021, 6:20 PM IST

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପୁଣି ବଢିଛି ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଅଡୁଆ । ସୋମବାର ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ରେ ହାଜର ହେବେ ଅଭିଷେକ । ଏହାପୂର୍ବରୁ ଅଭିଷେକଙ୍କ ସ୍ତ୍ରୀଙ୍କୁ ହାଜର ହେବାକୁ ଡକାଇଥିଲା ଇଡି । ହେଲେ ମହାମାରୀ କୋରୋନା କାରଣରୁ ଘରେ ପଚରାଉଚୁରା କରିବାକୁ ତାଙ୍କ ସ୍ତ୍ରୀ ଅନୁରୋଧ କରିଛନ୍ତି ।

କୋଇଲା ଖଣି ଆବଣ୍ଟନ ସହ ଜଡିତ ଅର୍ଥ ହେରଫେର ଅଭିଯୋଗରେ ଅଭିଷେକ ଏବଂ ତାଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ଇଡି ସମନ କରିଛି । ରୁଜିରାଙ୍କୁ ସେପ୍ଟେମ୍ବର ୨ରେ ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାର ଥିଲା। ହେଲେ ସେ କୋରୋନା କାରଣ ଦର୍ଶାଇ ଦିଲ୍ଲୀ ଆସିବାକୁ ମନା କରିଦେଇଥିଲେ । ଏହାପରେ ଅଭିଷେକଙ୍କୁ ସେପ୍ଟେମ୍ବର 6ରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଥିଲା।

ନଭେମ୍ବର 2020ରେ ସିବିଆଇର ଅନୁମତି ଦେବା ପରେ PMLA ଅପରାଧିକ ଧାରା ଅଧୀନରେ ମାମଲା ରୁଜୁ କରିଥିଲା ଇଡି। ସିବିଆଇ ଏଫ୍ଆଇଆର୍ କପିରେ ଆସାନସୋଲ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଇଷ୍ଟର୍ଣ୍ଣ କୋଇଲଫିଲ୍ଡ ଲିମିଟେଡର ଖଣି ସହ ଜଡିତ ବହୁ କୋଟି କୋଇଲା ଚୋରି ସ୍କାମ ଅଭିଯୋଗ ହୋଇଛି ।

ଏହି ମାମଲାରେ ଅନୁପ ମାଝୀ ଓରଫ ଲାଲା ମୁଖ୍ୟ ସନ୍ଦିଗ୍ଧ ରହିଛି । ବେଆଇନ ବ୍ୟବସାୟରୁ ମିଳିଥିବା ଅର୍ଥର ଅଭିଷେକ ବାନାର୍ଜୀ ହିତାଧିକାରୀ ବୋଲି ଇଡି ପୂର୍ବରୁ ଦାବି କରିଥିଲାବେଳେ ସେ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.